fbpx

ଆଜି ମ୍ୟାଚରେ ଯଦି ପୁଣି ବର୍ଷା ହୁଏ, DLS ନିୟମରେ କିଏ ବିଜେତା ହେବ

ନୂଆଦିଲ୍ଲୀ: ଏସିଆ କପର ସୁପର-୪ରେ ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା କ୍ରମାଗତ ଭାବେ ବାଧକ ସାଜୁଛି । ଗତକାଲି ଭାରତ ୨୪.୧ ଓଭରରେ ଦୁଇଟି ୱିକେଟ ହରାଇ ୧୪୭ ରନ୍ ସଂଗ୍ରହ କରିଥିବା ବେଳେ ବର୍ଷା କାରଣରୁ ମ୍ୟାଚ ଅଧାରୁ ବନ୍ଦ ହୋଇଥିଲା । ଏହାପର ଆଜି ରିଜର୍ଭ ଡେ’ରେ ପୁଣି ଥରେ ପୁଣି ବର୍ଷା ହେବାରୁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା । ଭାରତ ପାକିସ୍ତାନକୁ ୩୫୭ ରନର ଟାର୍ଗେଟ ଦେଇଥିଲା ।

ତେବେ ପାକିସ୍ତାନ ୧୧ ଓଭରରେ ୨ ୱିକେଟ ହରାଇ ୪୪ ରନ୍ ସଂଗ୍ରହ କରିଥିବା ବର୍ଷା ପୁଣି ବାଧକ ସାଜିଥିଲା । ଏବେ ପାକିସ୍ତାନ ୨୦.୨ ଓଭରରେ ୪ ୱିକେଟ ହରାଇ ୮୧ ରନ୍ ସଂଗ୍ରହ କରିଛି । ତେବେ ୫୦ ଓଭର ଖେଳ ସରିବାକୁ ଆହୁରି ଅନେକ ସମୟ ବାକିଥିବା ବେଳେ ବର୍ଷା ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ । ତେଣୁ ଆଜି ଯଦି ପୁଣି ଥରେ ବର୍ଷା ହୁଏ ତେବେ ଡକୱର୍ଥ ଆଣ୍ଡ ଲୁଇସ୍ (ଡିଏଲଏସ) ନିୟମ ଲାଗୁ ହୋଇପାରେ । ତେଣୁ ଏଠାରେ ପ୍ରଶ୍ନ ଉଠୁଛି ଏହା ଲାଗୁହେଲେ ଭାରତ ପାଇଁ ତାହା କେତେ ସହାୟକ ହେବ?

ଯଦି ପୁଣି ଥରେ ବର୍ଷା ପାଇଁ ମ୍ୟାଚ ବନ୍ଦ ହୁଏ, ତେବେ କ’ଣ ହେବ ସେନେଇ କ୍ରୀଡ଼ାପ୍ରେମୀଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଦିନିକିଆରେ ଫଳାଫଳ ବାହାର କରିବାକୁ ହେଲେ ଦୁଇ ଦଳ ଅତିକମରେ ୨୦-୨୦ ଓଭର ଖେଳିଥିବା ଆବଶ୍ୟକ । ସେଥିପାଇଁ ପାକିସ୍ତାନକୁ ୨୦ ଓଭର ଖେଳିବାକୁ ପଡ଼ିବ । ଯଦି ୨୦ ଓଭରର ଖେଳ କରାଯାଏ ତେବେ ପାକିସ୍ତାନକୁ ବାକି ୯ ଓଭରରେ ୧୫୬ ରନ କରିବାକୁ ପଡ଼ିବ । ସେହିପରି ୩୦ ଓଭର ଖେଳ ହେଲେ ପାକିସ୍ତାନକୁ ବାକି ୧୯ ଓଭରରେ ୨୨୩ ରନ୍ କରିବାକୁ ପଡ଼ିବ ।

Get real time updates directly on you device, subscribe now.