fbpx

(Video) ଖେଳିବେନି ଋଷଭ ପନ୍ତ: ଦିଲ୍ଲୀ ପାଇଁ କେଉଁ ଖେଳାଳି କରିବେ ୱିକେଟ କିପିଙ୍ଗ?

ନୂଆଦିଲ୍ଲୀ: ଆଇପିଏଲ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏକା ସାଙ୍ଗରେ ୨ଟି ଝଟକା ଲାଗିଛି । ଦଳର ନିୟମିତ ଅଧିନାୟକ ଋଷଭ ପନ୍ତ ଆଘାତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି । ତେଣୁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ସହ ଜଣେ ୱିକେଟ କିପରଙ୍କୁ ମଧ୍ୟ ହରାଇଛି । ତେବେ ଆଗାମୀ ସିଜନ ପାଇଁ ଡାଭିଡ ୱାର୍ଣ୍ଣରଙ୍କୁ ଅଧିନାୟକ ଭାବରେ ଦଳ ଘୋଷଣା କରିସାରିଛି । କିନ୍ତୁ ଏବେ ବି ଦଳରେ ଜଣେ ଦକ୍ଷ ୱିକେଟ କିପରଙ୍କୁ ଖୋଜା ପଡିଛି ।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ-୨୦୨୩ରେ ୨ ଜଣ ୱିକେଟ କିପର ସାମିଲ ହୋଇଛନ୍ତି । ଆଗାମୀ ସିଜନରେ ୱିକେଟ କିପର ଭାବେ ଦଳରେ ଯୋଡି ହୋଇଛନ୍ତି ଫିଲ. ସଲ୍ଟ ଏବଂ ସରଫରାଜ ଖାନ । ତେବେ ବର୍ତ୍ତମାନ ପ୍ରାକ୍ଟିସ ସମୟରେ ଗ୍ରାଉଣ୍ଡରେ ସପୋର୍ଟ ଷ୍ଟାଫଙ୍କ ସହ ସରଫରାଜ ଖାନ ୱିକେଟ କିପିଙ୍ଗ କରୁଥିବା ନଜର ଆସିଛନ୍ତି । ଏଥିରୁ ଜଣାଯାଉଛି ଯେ, ଦିଲ୍ଲୀ କ୍ୟାପିଟାଲ୍ସ ସରଫରାଜ ପାନଙ୍କୁ ୱିକେଟ କିପର ଖେଳାଳି ଭାବେ ପ୍ରଥମ ବିକଳ୍ପ ଭାବେ ଗ୍ରହଣ କରିପାରେ । ଅଭ୍ୟାସ ସମୟରେ ସରପରାଜ ବିଭିନ୍ନ ପ୍ରକାରରେ ବଲ୍ ଧରିବା ପାଇଁ ଅଭ୍ୟାସ କରୁଥିବାର ଏକ ଭିଡିଓ ଦେଖିବାକୁ ମିଳିଛି ।

ଘରୋଇ କ୍ରିକେଟରେ ଦମଦାର ବ୍ୟାଟିଂ ସାଙ୍ଗକୁ ସ୍ପିନ ବୋଲିଂ କରିଛନ୍ତି ସରଫରାଜ ଖାନ । ତେବେ ତାଙ୍କୁ ପୂର୍ବରୁ କେବେ ୱିକେଟ କିପର ଚରିତ୍ରରେ ଦେଖାଯାଇ ନାହିଁ । ତେଣୁ ତାଙ୍କୁ ୱିକେଟ କିପର ଭାବରେ ଦଳରେ ସ୍ଥାନ ମିଳିପାରେ । ତେବେ ତାଙ୍କ ବ୍ୟତୀତ ଫିଲ୍ ସଲ୍ଟ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ସେ ମଧ୍ୟ ଦଳରେ ୱିକେଟ କିପର ଦାୟିତ୍ୱ ନେଇ ପାରନ୍ତି । କିନ୍ତୁ ସରଫରାଜ ଏହି ଦାୟିତ୍ୱ ନେଲେ ଦିଲ୍ଲୀ କ୍ୟାପିଟାଲ୍ସ ଆଉ ଜଣେ ବିଦେଶୀ ଖେଳାଳିଙ୍କୁ ଖେଳାଇବାର ସୁଯୋଗ ପାଇପାରିବ ।

Get real time updates directly on you device, subscribe now.