fbpx

ଅଜବ ଘଟଣା: ୪୧ ବର୍ଷୀୟ ଯୁବକ ୫୫୦ ସନ୍ତାନଙ୍କ ପିତା, ଶହ ଶହ ମହିଳାଙ୍କୁ ଦେଇଛନ୍ତି ଖାଲି ଧୋକ୍କା ଆଉ ଧୋକ୍କା!

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଦମ୍ପତ୍ତି ବିବାହ ପରେ ଗୋଟିଏ କିମ୍ବା ଦୁଇଟି ସନ୍ତାନକୁ ନେଇ ଖୁସିରେ ପରିବାର ଚଳାଉଛନ୍ତି । ବହୁତ କମ୍ ଲୋକଙ୍କର ୩/୪ ବା ତା’ଠାରୁ ଅଧିକ ସନ୍ତାନ ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କୁ କୁହାଯିବ ଜଣେ ବ୍ୟକ୍ତି ଶହ ଶହ ପିଲାଙ୍କର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ତେବେ ଏହାକୁ ଆପଣ ବିଶ୍ୱାସ କରିବେ କି? ଅବିଶ୍ୱାସ ହେଲେ ବି ଏହା କିନ୍ତୁ ସତ୍ୟ ।

ସୂଚନା ମୁତାବକ, ନେଦରଲାଣ୍ଡରେ ରହୁଥିବା ଜଣେ ୪୧ ବର୍ଷୀୟ ଯୁବକ ୫୫୦ ଜଣ ପିଲାଙ୍କର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି ଯୁବକଙ୍କ ବିରୋଧରେ ଶହ ଶହ ମହିଳା କେସ ଦାୟର କରିଛନ୍ତି । ସେମାନଙ୍କଠାରୁ ଜନ୍ମିତ ପିଲାମାନଙ୍କର ବାପା କେବଳ ସେହି ଯୁବକ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଗତ ୨୦୧୭ରେ ଉକ୍ତ ଯୁବକ ଜଣଙ୍କ ୧୦୨ ଜଣ ପିଲାଙ୍କର ବାପା ହୋଇଥିବା କୁହାଯାଉଛି ।

ପିତା ହେବା ଏ ଦୁନିଆରେ ଏକ ନିଆରା ଅନୁଭବ । ଯଦି ଆପଣ ପିତା ହୋଇଥିବେ, ଏହା ନିଶ୍ଚିତ ଭାବେ ଅନୁଭବ କରିପାରିଥିବେ । ସାଧାରଣ ଭାବେ ୧/୨ରୁ ଅଧିକ ପିଲାଙ୍କ ପିତା ହେବା ନେଇ ଅନେକ କୁଣ୍ଠାବୋଧ କରିଥାନ୍ତି । ପରିବାରରେ ପିଲାଙ୍କ ସଂଖ୍ୟା ବଢ଼ିଲେ ସେମାନଙ୍କର ଖାଇବା, ପିଇବା, ପାଠପଢ଼ା ଖରାପ ହୋଇଥାଏ ବୋଲି ଧାରଣା ରହିଥାଏ । ଜଣଙ୍କର ୮-୧୦ ପିଲା ଅଛନ୍ତି ଶୁଣିଲା ବେଳକୁ ସମସ୍ତେ ମୁଣ୍ଡରେ ହାତ ଦେଇଥାନ୍ତି । ମାତ୍ର ଜଣେ ଯୁବକ ୫୦୦ରୁ ଅଧିକ ପିଲାଙ୍କର ପିତା ହୋଇଛନ୍ତି ଏହାକୁ ସହଜରେ କେହି ବିଶ୍ୱାସ କରିବେ ନାହିଁ ।

ତେବେ ଉକ୍ତ ଯୁବକ ଜଣଙ୍କର ନେଦରଲାଣ୍ଡର ଅଲଗା ଅଲଗା କ୍ଲିନିକରେ ନିଜର ସ୍ପର୍ମ ଡୋନେଟ କରିଥିବା ଜଣାପଡ଼ିଥିଲା । କୋର୍ଟ ସ୍ପର୍ମ ଡୋନେଟ କରିବା ନେଇ କଟକଣା ଲାଗୁ କରିଥିଲେ ହେଁ ଏତେ ଉକ୍ତ ଯୁବକ ଏତେ ସଂଖ୍ୟାକ ଛୁଆ ଜନ୍ମ କରିବା ନେଇ ସ୍ପର୍ମ ଡୋନେଟ୍ କରିଥିଲେ । ମେଡିକାଲ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଗୋଟିଏ ପିଲା ତା’ର ଏତେସଂଖ୍ୟକ ଭାଇଭଉଣୀ ସାରା ଦୁନିଆରେ ଅଛନ୍ତ ବୋଲି ଜାଣିବ ତେବେ ତା’ର ମାନସିକ ସ୍ଥିତି ପ୍ରଭାବିତ ହେବ । ଏପରିକି ଏନେଇ ଅଜ୍ଞାତ ହେବା କାରଣରୁ ମଧ୍ୟ ପରସ୍ପର ମଧ୍ୟରେ ବିବାହ ନେଇ ଆଶଙ୍କା ସୃଷ୍ଟି ହୋଇପାରେ ।

Get real time updates directly on you device, subscribe now.