fbpx

‘ଯିଏ ବି ଆସିବ, ତାକୁ ଖାଇଯିବୁ’… ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଚେତାବନୀ

AAKASH

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛି ଟିମ ଇଣ୍ଡିଆ । ମେ’ ୨୫ ତାରିଖରେ ଟିମ ଇଣ୍ଡିଆ ନ୍ୟୁୟର୍କ ଗସ୍ତରେ ଯିବ । ଏଠାରେ ଗୃପ ଷ୍ଟେଜରେ ଖେଳିବ ରୋହିତ ସେନା । ତେବେ ଜୁନ୍ ୯(ଭାରତ ବନାମ ପାକିସ୍ତାନ)କୁ ଅପେକ୍ଷା କରି ରହିଛନ୍ତି ସମସ୍ତ କ୍ରିକେଟପ୍ରେମୀ । କିନ୍ତୁ ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାଁ ମଧ୍ୟ ସାମିଲ ହୋଇଛି । କାରଣ ଜୁନ୍ ୧୨ ତାରିଖରେ ହେବାକୁ ଥିବା ମାଚ ପୂର୍ବରୁ ପ୍ରତିପକ୍ଷ ଦଳ ଭାରତକୁ ଚେତାବନୀ ଜାରି କରି ସାରିଛି ।

ଟି-୨୦ ବିଶ୍ୱକପରେ ଜୁନ୍ ୧୨ ତାରିଖରେ ଭାରତ ଟୁର୍ଣ୍ଣାମେଣ୍ଟର ଆୟୋଜକ ଦଳ ଆମେରିକାକୁ ଭେଟିବ । ୍େତବେ ଏହାପୂର୍ବରୁ ଦଳର ଷ୍ଟାର ବୋଲର ଅଲୀ ଖାନ୍ ସମସ୍ତ ଦଳକୁ ଚେତାବନୀ ଦେଇଛନ୍ତି । ଚଳିତବର୍ଷ ପ୍ରଥମ ଥର ପାଇଁ ଆମେରିକା ଟି-୨୦ ବିଶ୍ୱକପରେ ସାମିଲ ହେଉଥିବା ବେଳେ ପ୍ରଥମ ସିଜନରେ ହିଁ ସମସ୍ତ ଦଳକୁ ଚେତାବନୀ ଦେଇଛି । ପ୍ରଚୁର ଆତ୍ମବିଶ୍ୱାସ ସହ ପ୍ରତିପକ୍ଷ ଦଳମାନଙ୍କୁ ଚାଲେଞ୍ଜ କରିଛି ଆମେରିକା । ବର୍ତ୍ତମାନ ବିଶ୍ୱକପ ପ୍ରସ୍ତୁତି ପାଇଁ ଆମେରିକା ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି । ତେବେ ଏହି ସିରିଜରେ ବାଂଲାଦେଶକୁ ୨-୦ରେ ମାତ୍ ଦେଇ ସିରିଜ କବଜା କରିସାରିଛି । ପ୍ରଥମ ମ୍ୟାଚରେ ୫ ୱିକେଟରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୬ ରନରେ ବିଜୟୀ ହୋଇ ସିରିଜ ନିଜର କରିଛି ଆମେରିକା ।

ତେବେ ବାଂଲାଦେଶ ବିପକ୍ଷ ସିରିଜରେ ଦମଦାର ବୋଲିଂ ପ୍ରଦର୍ଶନ କରିଛନ୍ତି ଷ୍ଟାର ବୋଲର ଅଲୀ ଖାନ୍ । ତେଣୁ ବିଶ୍ୱକପ ପୂର୍ବରୁ ସେ ଆତ୍ମବିଶ୍ୱାସରେ ଭରପୂର ରହିଛନ୍ତି । ଏହି ଆତ୍ମବିଶ୍ୱାସରେ ଅଲୀ ସମସ୍ତ ଦଳକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଆମେରିକା ବର୍ତ୍ତମାନ ଖୁବ ଭୋକିଲା ରହିଛି । ତେଣୁ ଯିଏ ବି ସାମନାକୁ ଆସିବ, ଦଳ ତାକୁ ଖାଇଯିବ ବୋଲି କହି ସେ ସମସ୍ତ ଦଳକୁ ଚାଲେଞ୍ଜ କରିଛନ୍ତି । ବିଶ୍ୱକପ ପାଇଁ ଆମେରିକା ଦଳ ବେଶ୍ ସନ୍ତୁଳିତ ରହିଥିବା କହିୀଛନ୍ତି ଷ୍ଟାର ପେସର ଅଲୀ ଖାନ୍ ।

Get real time updates directly on you device, subscribe now.