ନୂଆ ଦୀଲ୍ଲୀ: ଭାରତର ପଡୋଶି ଦେଶ ପାକିସ୍ତାନ ବର୍ତ୍ତମାନ ଅନେକ ସମସ୍ୟା ଦେଇ ଗତି କରୁଛି । ପାକିସ୍ତାନରେ ହୋଇଥିବା ଭୟଙ୍କ ବନ୍ୟା ପରିସ୍ଥିତି ପରେ ଆର୍ଥିକ ସଙ୍କଟ ସହିତ ବିଭିନ୍ନ ସମସ୍ୟା ମଧ୍ୟ ଦେଖା ଦେଇଛି । ଯାହାଫଳରେ ସେଠାକାର ଲୋକେ ପ୍ରକାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏକ ବଡ ଘୋଷଣା କରିୁଛି । ଯାହାକୁ ନେଇ ବର୍ତ୍ତମାନ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଛି ।
ତେବେ WHO ର କହିବା ଅନୁଯାୟୀ ପାକିସ୍ତାନରେ ଏହି ଭୟଙ୍କର ବନ୍ୟା ପରେ ଜଳ ଜନିତ ରୋଗ ହେବାର ସମ୍ଭାବନା ରହିଛି । WHO ମୁଖ୍ୟ ‘ଟେଡ୍ରୋସ୍ ଆଧନୋମ୍ ଗେବ୍ରେୟସସ୍’ ଏକ ବିବୃତ୍ତିରେ କହିଛନ୍ତି ଯେ ପାକିସ୍ତାନର ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳ ଯୋଗାଣ ବ୍ୟାହତ ହୋଇଛି । ଯାହାଦ୍ୱାରା ଲୋକମାନେ ବିଶୁଦ୍ଧ ପାନୀୟ ଜଳ ପାଇପାରୁ ନାହାଁନ୍ତି । ଫଳରେ ସେଠାରେ ‘କଲେରା’ ସହିତ ଅନ୍ୟାନ ରୋଗ ହେବାର ସମ୍ଭାବନା ରହିଛି । ପାକିସ୍ତାନର ବନ୍ୟା ପ୍ରଭାବିତ ଅଞ୍ଚଳ ତଥା ବିଶେଷ ଭାବରେ ସବୁଠାରୁ ଅଧିକ ପ୍ରଭାବିତ ସିନ୍ଧ ପ୍ରଦେଶର ଲୋକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପରାମର୍ଶ ଦେଇଛି। ଟେଡ୍ରୋସ୍ କହିଛନ୍ତି ଯେ ସ୍ଥିର ଜଳରେ ମଶା ପ୍ରଜନନ କରିପାରେ, ଯାହା ‘ମ୍ୟାଲେରିଆ’ ଏବଂ ‘ଡେଙ୍ଗୁ’ ଭଳି ରୋଗ ବିସ୍ତାର କରିପାରେ। ତେଣୁ ବର୍ତ୍ତମାନ ସେଠାକାର ଲୋକେ ଅଧିକ ସର୍ତ୍ତକ ରହିବା ସହିତ ସ୍ୱାସ୍ଥ୍ୟର ସଠିକ୍ ଯତ୍ନ ନେବା ମଧ୍ୟ ଆବଶ୍ୟକ ।
ଅନ୍ୟ ପକ୍ଷେ ପାକିସ୍ତାନରେ ବନ୍ୟା ଯୋଗୁଁ ସେଠାକାର ଲୋକମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଯାହାକୁ ନେଇ ଜାତିସଂଘ ମାନବିକ ସଂଯୋଜକ ‘ଜୁଲିଆନ୍ ହାର୍ନିସ୍’ କହିଛନ୍ତି ଯେ ଦକ୍ଷିଣ ଏସିଆ ଦେଶ ଗ୍ରହଣ କରିଥିବା ୧୫୦ ମିଲିୟନ ଡଲାରର ବୈଦେଶିକ ସହାୟତା ମଧ୍ୟରୁ କେବଳ ୩୮.୩୫ ମିଲିୟନ ଆମେରିକୀୟ ଡଲାର ସହାୟତାରେ ପରିଣତ ହୋଇଛି। ତେବେ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ବିପୁଳ ଅର୍ଥ ପାଇବା ସତ୍ୱେ ମଧ୍ୟ ପାକିସ୍ତାନର ଅନେକ ପ୍ରଦେଶରେ ସ୍ୱାସ୍ଥ୍ୟ ଅବସ୍ଥା ଚିନ୍ତାଜନକ ରହିଛି । ଏଥିସହିତ ପାକିସ୍ତାନରେ ୧୬୦ ମିଲିୟନ ଡଲାରର ଫ୍ଲାସ ଆବେଦନ ଯଥେଷ୍ଟ ହେବ ନାହିଁ। ସେ ସରକାର ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ଆଲୋଚନା କରୁଛନ୍ତି, ଏହା ପରେ ଫ୍ଲାସ ଆବେଦନକୁ ସଂଶୋଧନ କରିବେ। ହାର୍ନିସ କହିବା ଅନୁଯାୟୀ ପାକିସ୍ତାନ ସରକାର ଏବଂ ମିଳିତ ଜାତିସଂଘ ମିଳିତ ଭାବେ ଆରମ୍ଭ କରିଥିବା ଫ୍ଲାସ ଆବେଦନ ବର୍ତ୍ତମାନ ୬ ମାସ ପାଇଁ ଚାଲିଛି ଏବଂ ଏହା ମାତ୍ର କିଛି କୋଟି ଲୋକଙ୍କ ପାଇଁ ଯଥେଷ୍ଟ।