fbpx
BJD SKY
BJD SKY

ଆଫଗାନିସ୍ତାନ ମହିଳାଙ୍କୁ କାହିଁକି ମନା ବିଶ୍ୱବିଦ୍ୟାଳୟ? କାରଣ କହିଲା ତାଲିବାନ

BJD

କାବୁଲ: ଗୁରୁବାର ଦିନ ଆଫଗାନିସ୍ତାନ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ମହିଳାମାନଙ୍କୁ ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ତାଲିବାନ ଉଚ୍ଚଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି । ତାଲିବାନ ଯେତେବେଳେ କ୍ଷମତାକୁ ଫେରିଥିଲା ସେତେବେଳେ ସେ, ମହିଳାଙ୍କ ଅଧିକାର ଉପରେ ପ୍ରତିବନ୍ଧକ ଲାଗାଇଥିଲା । ଏହାକୁ ସମର୍ଥନ କରୁଥିବା ମୁସଲିମ ରାଷ୍ଟ୍ର ବ୍ୟତିତ ସମଗ୍ର ବିଶ୍ୱ ଏହି ଆକ୍ରୋଶର କାରଣ ହୋଇଥିଲା । କାରଣ ଏହି ନିଷେଧାଦେଶ ମାନବିକତା ବିରୁଦ୍ଧରେ ଅପରାଧ ହୋଇପାରେ । କିନ୍ତୁ ତାଲିବାନ ସରକାରର ଉଚ୍ଚଶିକ୍ଷା ମନ୍ତ୍ରୀ ନେଡ଼ା ମହମ୍ମଦ ଏହାକୁ ନେଇ ପୁଣି ଥରେ ଯିଦ ଧରି ବସିଛନ୍ତି ।

ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏକ ସାକ୍ଷାତକାରରେ କହିଥିଲେ ଯେ, ବିଶ୍ୱ ବିଦ୍ୟାଳୟକୁ ଆସୁଥିବା ଝିଅ ବା ମହିଳା ବାହାଘରକୁ ଯିବା ପରି ପୋଷାକ ପରିଧାନ କରି ଆସୁଛନ୍ତି । ସେମାନେ କୌଣସି ପ୍ରକାର ମୁସଲିମ ନିୟମାବଳିକୁ ମାନୁ ନାହାଁନ୍ତି । ହିଜାବ ମଧ୍ୟ ପିନ୍ଧୁନାହାନ୍ତି ଏବଂ ମହିଳାମାନେ ପୁରୁଷ ପିଲାଙ୍କ ସହ ମଧ୍ୟ ମିଶୁଛନ୍ତି । ଯାହାଦ୍ୱାରା, ଏହା ଆମ ସଂସ୍କୃତି ଉପରେ ପ୍ରଭାବ ପକାଉଛି । ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ମହିଳା ମାନଙ୍କୁ ପ୍ରବେଶିକା ପରୀକ୍ଷାରେ ବସାଯିବାର ୩ମାସ ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଦୀର୍ଘ ଏକ ବର୍ଷ ଧରି ମହିଳା ମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଖୋଲିନାହିଁ । ଏନେଇ ଅନେକ ବାହାନା ଦର୍ଶାଇଛି ତାଲିବାନ ସଂଘ । ପ୍ରକୃତରେ ତାଲିବାନ କ୍ଷମତାକୁ ଫେରିବା ପରେ ମହିଳାମାନେ ଧୀରେ ଧୀରେ ନିଜ ସାଧାରଣ ଜୀବନରୁ ଦୂରେଇ ଯାଇଛନ୍ତି । ମହିଳା ମାନଙ୍କୁ ଅନେକ ସରକାରୀ ଚାକିରିରୁ ମଧ୍ୟ ବିତାଡ଼ିତ କରାଯାଇଛି ।

ତାଲିବାନ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ଜି୭ ରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ହେଲେ ଆଫଗାନିସ୍ତାନର ମନ୍ତ୍ରୀମାନେ ଏହାକୁ ଖାରଜ କରିଥିଲେ । ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନ କରିବା ପାଇଁ ନାଡିମ ନିର୍ଦ୍ଦେଶ ଦେଇ କହିଛନ୍ତି । ଗତ ଗୁରୁବାର ଦିନ ଆଫଗାନର ଜଣେ ମହିଳା କାବୁଲ ଠାରେ ଏନେଇ ଧାରଣା ବସିଥିଲେ । କାବୁଲ ପଡ଼ିଆରେ ବିକ୍ଷୋଭକାରୀ ଏହାକୁ ପ୍ରତିବାଦ କରିଥିଲେ । ଏହା ପୂର୍ବରୁ ଧାରଣା ବସିଥିବା ମହିଳା ମାନଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି ।

Get real time updates directly on you device, subscribe now.