GK: ସପ୍ତାହରେ କାହିଁକି ଥାଏ 7 ଦିନ? ସହଜ ଲାଗୁଥିଲେ ବି 99.99 ପ୍ରତିଶତ ଲୋକଙ୍କୁ ଜଣା ନାହିଁ ଏହାର ଉତ୍ତର…

ମନରେ ଉଙ୍କି ମାରୁଥିବା ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଏହି ଆର୍ଟିକଲ୍‌ରେ ଦେବୁ ।

ଓଡ଼ିଶା ଭାସ୍କର:କିଛି ଯୋଜନା କରିବା ପୂର୍ବରୁ ଆମେ ପ୍ରଥମେ କ୍ୟାଲେଣ୍ଡର ଦେଖିଥାଉ । ସେହି ଦିନରେ ଅନ୍ୟ କଛି କାମ ନାହିଁ ତ… ନହେଲେ କାମ ଅଟକି ଯାଇ ପାରେ ଯେ । ତେବେ ଏହି ତାରିଖ ସପ୍ତାହ ମାସ ବର୍ଷ ସ୍ଥିର ହେଲା କିପରି ? କିଏ ଏହାର ସ୍ରଷ୍ଟା ? ମନରେ ଉଙ୍କି ମାରୁଥିବା ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଏହି ଆର୍ଟିକଲ୍‌ରେ ଦେବୁ ।

Days of the Week Song /7 Days of the Week Song

କେତେକ ଇତିହାସକାରଙ୍କ ମତରେ ସପ୍ତାହର ସାତ ଦିନ ୭ଟି ଗ୍ରହର ନାମକୁ ନେଇ ତିଆରି ହୋଇଛି । ପୁରାତନ ଯୁଗରେ ଏହି ସାତଗ୍ରହଙ୍କୁ ଭଗବାନ ଭାବରେ ପୂଜାର୍ଚ୍ଚନା କରାଯାଉଥିଲା । ତା ସହିତ ବେବିଲୋନ ସଭ୍ୟତାରେ ଅମାବାସ୍ୟାଠାରୁ ପୂର୍ଣ୍ଣିମାଯାଏଁ ସାତ ଦିନର ଗଣନା କଲେ । ଏହାକୁ ପରବର୍ତ୍ତୀ ସମୟରେ ହୁତିମାନେ ମଧ୍ୟ ଅନୁସରଣ କରି ସପ୍ତାହରେ ପରିଣତ କରାଇଥିଲେ ।

What If We Made a Week 10 Days Instead of 7 / Bright Side

ଏହାକୁ ନେଇ ଆଉ ଏକ କିମ୍ବଦନ୍ତୀ ମଧ୍ୟ ରହିଛି । ଏହି ସପ୍ତାହ ମାସର ଅବଧି ରୋମାନ ସଭ୍ୟତାରୁ ଆରମ୍ଭ ହୋଇଥିଲା । ରୋମାନର ଜଣେ ପ୍ରସିଦ୍ଧ ସଂଖ୍ୟା ଜ୍ୟୋତିର୍ବିଦ୍‌ ତାଙ୍କ ଦୁଇ ପୁଅ ଜୁଲିଅସ୍‌ ସିଜର ଓ ତାଙ୍କ ଉତ୍ତରାଧିକାରୀ ଅଗଷ୍ଟସ୍‌ଙ୍କ ନାମରେ ଦୁଇ ମାସ ଅଧିକ ଯୋଡ଼ିଥିଲେ । ଏହାପୂର୍ବରୁ ଗୋଟିଏ ବର୍ଷରେ କେବଳ ୧୦ ମାସ ହିଁ ରହୁଥିଲା ।

5 Reasons to Stop Working 7 Days a Week

ଗୋଟିଏ ବର୍ଷରେ ୧୨ଟି ଚନ୍ଦ୍ର ଚକ୍ର ରହୁଥିଲା । କନ୍ତୁ ତାଳମେଳ ଠିକ୍‌ ନେବାକୁ ୪ ବର୍ଷକୁ ଥରେ ଗୋଟିଏ ଅଧିବର୍ଷ ବା ଲିପ୍‌ ଇୟର ରଖାଗଲା । ରୟାଲ ମ୍ୟୁଜିୟମ୍‌ ଗ୍ରୀନ୍‌ବିଚ୍‌ଙ୍କ ମୁତାବକ ସପ୍ତାହର ୭ ଦିନ କେବଳ ହିନ୍ଦୁଙ୍କ ପାଇଁ ନୁହେଁ, ବରଂ ସମସ୍ତ ସଂସ୍କୃତି ପାଇଁ ଗୁରୁତ୍ୱ ରଖେ । ଇତିହାସକାର୍‌ଙ୍କ ମୁତାବକ ୨୩୦୦ ଖ୍ରୀଷ୍ଠ ପୂର୍ବରେ ଅକ୍କଡ଼ର ଶାସକ ସୋରଗନ୍‌ ପ୍ରଥମଙ୍କ ଶାସନକାଳରେ ୭ ଦିନିଆ ସପ୍ତାହ ଆରମ୍ଭ ହୋଇଥିଲା । ସରଗୋନ ବେବିଲୋନ୍‌ ଜଣେ ଜ୍ୟୋତିର୍ବିଦ ଭାବରେ ଜଣେ ପ୍ରତିଭାଶାଳୀ ରାଜା ଥିଲେ ।

The Week That Inherited the Earth

ସେ ୭ ଅଙ୍କକୁ ପୂଜା କରୁଥିଲେ । ଯେଉଁ ସବୁ ଗ୍ରହ ନକ୍ଷତ୍ରକୁ ନଗ୍ନ ଆଖିରେ ଦେଖି ହେଉଥିଲା ସେହି ଗ୍ରହ ଅନୁଯାୟୀ ସପ୍ତାହର ସାତ ଦିନର ନାମକରଣ କରାଗଲା । ସୂର୍ଯ୍ୟ, ଚନ୍ଦ୍ର ବ୍ୟତୀତ ମଙ୍ଗଳ, ବୁଧ, ବୃହସ୍ପତ୍ତି, ଶୁକ୍ର ଓ ଶନିକୁ ଦେଖି ହେଉଥିଲା । ଏହି ସବୁ ଗ୍ରହ ହିଁ ସପ୍ତାହ ମାସ ବର୍ଷର ଅବଧି ସ୍ଥିର କରିବାକୁ ବ୍ୟବହୃତ ହୋଇଥିଲା । ସରଗୋନ ବେବିଲୋନ୍‌ଙ୍କ ସାମ୍ରାଜ୍ୟ ଆଜିର ଦିନରେ ଇରାକ୍‌ ନାମରେ ନାମିତ ।

Entrepreneurs Are Scheduling Their Days Down to the Minute for Ultimate  Success | Entrepreneur

ସାତ ଗ୍ରହର ଗତି ଜ୍ୟୋତିଷ ଲଗ୍ନ ସ୍ଥିର କରନ୍ତି । ଚନ୍ଦ୍ର ପୃଥିବୀର ପରିକ୍ରମଣ କରିବାକୁ ପ୍ରାୟ ୨୭.୩ ଦିନ ସମୟ ନିଏ । ଅମାବାସ୍ୟାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧୪.୫ ଦିନର ସମୟ ଅବଧି ରହିଥାଏ । ଏହା ଅଧା ହେଉଛି ୭.୨୫ ଦିନ ହେଉଛି ଏଣୁ ସପ୍ତାହରେ ୭ ଦିନ ରହିଛି ।

The Origin of Our Modern Time Structure, the 7-Day Week - Calendar

ତେବେ ଭାରତୀୟ ସଂସ୍କୃତି କଥା କହିଲେ ବୈଦିକ କାଳରେ ୭ ଦିବସୀୟ ଯଜ୍ଞ ଆୟୋଜନ ହେଉଥିଲା । ତେବେ ଏହି ସାତ ଦିନର କୌଣସି ନାମ ନଥିଲା । ଏହାପରେ ମୋଗଲ ଶାସକ ସିକନ୍ଦର ଭାରତ ଆସିଥିଲା । ଯବନଙ୍କ ସଂସ୍କୃତି ମୁତାବକ ଓ ମୋଗଲ ବିଚାର ଧାରାରେ ପ୍ରଚାର କରିବା ଆରମ୍ଭ କରିଥିଲା । ଏହାପରେ ଭାରତରେ ସପ୍ତାହରେ ସାତ ଦିନର ଅବଧାରଣା ସ୍ଥାପିତ ହୋଇଥିଲା । ତେବ ହିନ୍ଦୁ ସଂସ୍କୃତି ମୁତାବକ ସପ୍ତାହର ସାତ ଦିନ ବିଷୟରେ ଗରୁଡ଼ ପୂରାଣରେ ଉଲ୍ଲେଖ କରାଯାଇଛି ।

Why does a week have seven days? | Time management | The Guardian

ପୌରାଣିକ କିମ୍ବଦନ୍ତୀ କହେ ସଂସାରର ରଚନା ଏହି ସାତ ଦିନରେ ହୋଇଥିଲା । ଏଠାରେ ମଧ୍ୟ ଗ୍ରହ ଚଳନକୁ ଦୃଷ୍ଟି ଦିଆଯାଇଥିଲା । ଏହାପରେ ଏହାର ନାମକରଣ କରାଯାଇଥିଲା । ଏଣୁ ମୋଟାମୋଟି ଭାବରେ କହିବାକୁ ଗହ ଆଖିକୁ ଦୃଶ୍ୟମାନ ହେଉଥିବା ୭ ଗ୍ରହକୁ ନେଇ ସପ୍ତାହର ସାତଦିନ ହୋଇଥିଲା ଓ ଏହାର ଚଳନକୁ ନେଇ ମାସ ଓ ବର୍ଷ ସ୍ଥିର ହୋଇଥିଲା ।