fbpx

ବିବାହରେ କନ୍ୟା କାହିଁକି ପିନ୍ଧିଥାନ୍ତି ଲାଲ୍ ରଙ୍ଗର ବସ୍ତ୍ର? ବୈବାହିକ ଜୀବନ ସହ ରହିଛି ସମ୍ପର୍କ

ନୂଆଦିଲ୍ଲୀ: ଆଜିକାଲି ବିବାହ କାର୍ଯ୍ୟକ୍ରମରେ କନ୍ୟା ବିଭିନ୍ନ ରଙ୍ଗର ଶାଢୀ ବା ପୋଷାକ ପିନ୍ଧୁତିବାର ଦେଖାଯାଉଛି । କିନ୍ତୁ ପୂର୍ବରୁ ହିନ୍ଦୁ ସମାଜରେ ପ୍ରାୟତଃ ଝିଅମାନେ ବିବାହରେ ଲାଲ୍ ରଙ୍ଗର ବସ୍ତ୍ର ହିଁ ପିନ୍ଧିଥାନ୍ତି । ତେବେ ବୋଧହୁଏ ଅଧିକାଂଶ ଲୋକଙ୍କୁ ଏହାର କାରଣ ଜଣା ନଥିବ । କୁହାଯାଏ ଯେ, ଲାଲ ବସ୍ତ୍ର ପିନ୍ଧିବା ଏବଂ ସେହି ଦମ୍ପତ୍ତିଙ୍କର ଆଗାମୀ ବୈବାହିକ ଜୀବନ ସହ କିଛି ଖାସ୍ ସମ୍ପର୍କ ରହିଛି । ତେବେ ପ୍ରକୃତରେ ଏହାର କାରଣ କ’ଣ ଆସନ୍ତୁ ଜାଣିବା ।

ବିଭିନ୍ନ ପ୍ରକାରର ପରମ୍ପରାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ଭାରତୀୟ ବିବାହ ଉତ୍ସବ । ତେବେ ଏହି ନୀତି-ନିୟମ ଏବଂ ପରମ୍ପରା ଭିତରେ ଲୁଚି ରହିଛି ଅନେକ ବୈଜ୍ଞାନିକ ତଥା ଧାର୍ମିକ ଭାବନା । ତେବେ ଏହି ପରମ୍ପରା ଭିତରୁ ଗୋଟିଏ ହେଉଛି କନ୍ୟାଙ୍କର ଲାଲ ବସ୍ତ୍ର ପିନ୍ଧିବା । ହିନ୍ଦୁ ଧର୍ମରେ ଦେବୀ-ଦେବତାଙ୍କୁ ସାକ୍ଷୀ କରି ଦୁଇ ଜଣ ନିଜ ବୈବାହିକ ଜୀବନ ଆରମ୍ଭ କରିଥାନ୍ତି । ତେଣୁ ବିବାହ ଉତ୍ସବରେ ଲଲ୍, ହଳଦିଆ ଏବଂ ସବୁଜ ଆଦି ରଙ୍ଗକୁ ଶୁଭ ରଙ୍ଗ ବୋଲି ବ୍ୟବହାର କରାଯାଏ । ତେବେ କନ୍ୟା ବସ୍ତ୍ରର ରଙ୍ଗ ଲାଲ୍ ହେବାରେ ଏକ ମହତ୍ତ୍ୱପୂର୍ଣ୍ଣ ଧାର୍ମିକ କାରଣ ରହିଛି । ଶକ୍ତି, ପ୍ରେମ, ସୌର୍ଯ୍ୟ ଏବଂ ମମତାର ପ୍ରତୀକ ହେଉଛନ୍ତି ମା ଦୁର୍ଗା । ଦେବୀ ଦୁର୍ଗା ସର୍ବଦା ଲାଲ୍ ଶାଢୀ, ସିନ୍ଦୁର ଏବଂ ଶୃଙ୍ଗାରରେ ରହିଥାନ୍ତି । ତେଣୁ ବିବାହ ପରେ ସୁହାଗିନୀଙ୍କ ପାଇଁ ଲାଲ ରଙ୍ଗର ମହତ୍ତ୍ୱ ବଢି ଯାଇଥାଏ । ଏହି ଲାଲ୍ ରଙ୍ଗ ପାଇଁ ସବୁବେଳେ ମା ଦୁର୍ଗାଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ କରାଯାଏ ।

ମନୋବୈଜ୍ଞାନିକ ରୂପରେ ଲାଲ ରଙ୍ଗ ପ୍ରେମ, କରୁଣା, ମିଳନ, ସମୃଦ୍ଧି ଏବଂ ଆଶୀର୍ବାଦର ପ୍ରତୀକ ହୋଇଥାଏ । ଏହା ବ୍ୟତୀତ ରକ୍ତର ରଙ୍ଗ ଲାଲ୍ ହୋଇଥିବାରୁ ଏହାକୁ ଫର୍ଟିଲିଟିର ପ୍ରତୀକ ବୋଲି ବିବେଚନା କରାଯାଏ । ବିବାହରେ ବର-କନ୍ୟା ଅନ୍ୟ ସମସ୍ତଙ୍କ ଅପେକ୍ଷା କିଛି ଅଲଗା ଦେଖାଯିବା ପାଇଁ ଏହି ରଙ୍ଗର ବସ୍ତ୍ର ପିନ୍ଧିଥାନ୍ତି । ଏଥିପାଇଁ ଅଧିକାଂଶ ସମୟରେ ଲାଲ ରଙ୍ଗ ବ୍ୟବହାର କରାଯାଏ ।

Get real time updates directly on you device, subscribe now.