fbpx

(Video)ଅମ୍ପାୟାରଙ୍କୁ ମାରିବାକୁ ଉଠାଇଲେ ୟୁଜବେନ୍ଦ୍ର ଚହଲ: କାହିଁକି? ଭିଡିଓ ଭାଇରାଲ…

ନୂଆଦିଲ୍ଲୀ: ଚଳିତ ବିଶ୍ୱକପରେ ନିଜର ତୃତୀୟ ମ୍ୟାଚରେ ପ୍ରଥମ ପରାଜୟର ସାମନା କରିଛି ଟିମ ଇଣ୍ଡିଆ । ତେବେ ଏହି ତିନୋଟି ଯାକ ମ୍ୟାଚରେ ଦଳର ଷ୍ଟାର ସ୍ପିନ ବୋଲର ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିପାରିନାହିଁ । ସାଉଥ ଆଫ୍ରିକା ବିପକ୍ଷ ମ୍ୟାଚରେ ମଧ୍ୟ ସେ ଡଗ ଆଉଟରେ ରହିଥିଲେ । ତେବେ ଭାରତ ଏହି ମ୍ୟାଚ ହାରିଯିବା ପରେ ସବୁଆଡେ ଏହାର ବିଭିନ୍ନ କାରଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏସବୁ ବ୍ୟତୀତ ଭାରତର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ମ୍ୟାଚରୁ ବାହାରେ ରହି ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ଅମ୍ପାୟାରଙ୍କୁ ମାରିବା ପାଇଁ ସେ ହାତ ଉଠାଇଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭାରତୀୟ ପାଳିର ତୃତୀୟ ଓଭର ଏବଂ ଦକ୍ଷିଣ ଆଫ୍ରିକା ତରଫରୁ ନିଜର ଦ୍ୱିତୀୟ ଓଭର ବୋଲିଂ କରୁଥିଲେ ୱେନ ପାର୍ଣ୍ଣେଲ । ତେବେ ରାହୁଲଙ୍କର କିଛି ସମସ୍ୟା ହେବାରୁ ଖେଳ କିଛି ସମୟ ବନ୍ଦ ରହିଥିଲା । ଏହାପରେ ୟୁଜବେନ୍ଦ୍ର ଚହଲ ଡ୍ରିଙ୍କ୍ସ ନେଇ ଆସିଥିଲେ । କିନ୍ତୁ ଏହି ସମୟରେ ସେ ଅମ୍ପାୟାରଙ୍କ ସହ କିଛି ଏମିତି କରି ଦେଇଥିଲେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଗ୍ରାଉଣ୍ଡରେ ଚହଲଙ୍କ ଏହି ଅନ୍ଦାଜ ଏବେ ସମସ୍ତଙ୍କୁ ମନୋରଞ୍ଜନ ଯୋଗାଇଛି । ତେବେ ମଜାକ ମଜାକରେ ଏଭଳି କାରନାମା କରି ଦେଇଛନ୍ତି ୟୁଜବେନ୍ଦ୍ର ଚହଲ । ଅମ୍ପାୟାରଙ୍କୁ କିକ ମାରିବାର ଏକ ଅଭିନୟ କରି ସେ ତାଙ୍କୁ ଡରାଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ।

ତେବେ ଚହଲଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଏହାର ମଜା ଉଠାଇଛନ୍ତି । ଭିଡିଓକୁ ଲକ୍ଷ ଲକ୍ଷ ୟୁଜର ପସନ୍ଦ କରୁଥିବା ବେଳେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ‘ୟୁଜି ଚହଲଙ୍କର ଦୁନିଆ ଖୁବ ଅଲଗା’ । ତେବେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ ଆସି ସାରିଥିବା ବେଳେ ଚଳିତ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚକୁ ଅପେକ୍ଷା କରିଛନ୍ତି ।

Get real time updates directly on you device, subscribe now.