fbpx

ପାକିସ୍ତାନରେ ପିଆଜ ଦର ବୃଦ୍ଧିରେ କାହିଁକି ଆସିଲା ଭାରତର ନାଁ ?

ନୂଆଦିଲ୍ଲୀ: ପାକିସ୍ତାନରେ ଗତ କିଛି ସପ୍ତାହ ମଧ୍ୟରେ ପିଆଜ ଦର ଯଥେଷ୍ଟ ବୃଦ୍ଧି ପାଇଛି । ଦରଦାମ ବୃଦ୍ଦି ଲାଗି ପାକିସ୍ତାନୀଙ୍କ ପାଇଁ ପିଆଜ କିଣିବା କଷ୍ଟକର ହୋଇପଡ଼ିଛି ।  ପିଆଜ ଦର ବୃଦ୍ଧିର କାରଣ ହେଉଛି ଯୋଗାଣରେ ବାଧା ସୃଷ୍ଟି। ଏଥିଲାଗି ସେମାନଙ୍କ ନିକଟରେ ଆବଶ୍ୟକ ପିଆଜ ପହଞ୍ଚି ପାରୁନାହିଁ । ଯାହାକୁ ନେଇ ଅତିଷ୍ଠ ହୋଇଯାଇଛନ୍ତି ପାକିସ୍ତାନୀ ।

ପାକିସ୍ତାନୀଙ୍କ ମତରେ ଦେଶରେ ପିଆଜ ଦର ବୃଦ୍ଧିର କାରଣ ହେଉଛି ପଡ଼ୋଶୀ ଭାରତ ଦ୍ୱାରା ପିଆଜ ରପ୍ତାନି ଉପରେ ଲଗାଯାଇଥିବା ପ୍ରତିବନ୍ଧକ, ଭାରତୀୟ ବଜାରରେ ପିଆଜ ଦରକୁ ନିୟନ୍ତ୍ରଣ କରିବା ପାଇଁ ଏହି କଟକଣା ଲଗାଯାଇଛି । ଭାରତରୁ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଯୋଗୁଁ ପାକିସ୍ତାନରେ ପିଆଜ ଦର ପ୍ରଭାବିତ ହୋଇଛି ଏବଂ ଗତ ଏକ ମାସ ମଧ୍ୟରେ ସ୍ଥାନୀୟ ବଜାରରେ ଏହାର ମୂଲ୍ୟ କିଲୋ ପିଛା ୧୫୦ ଟଙ୍କା ଥିବା ବେଳେ କେତେକ ସହରରେ କିଲୋ ପିଛା ୨୭୦ ଟଙ୍କା କୁ ବୃଦ୍ଧି ପାଇଛି।

୮ ଡିସେମ୍ବର ୨୦୨୩ରେ ଭାରତରୁ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସ୍ଥାନୀୟ ବଜାରରେ ପିଆଜ ଦର ବୃଦ୍ଧିକୁ ରୋକିବା ଉଦ୍ଦେଶ୍ୟରେ ଭାରତରୁ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ଯାହାଦ୍ୱାରା ସ୍ଥାନୀୟ ଉପଭୋକ୍ତାମାନେ କମ୍ ମୂଲ୍ୟରେ ପିଆଜ ପାଇପାରିବେ। ଯଦିଓ ପାକିସ୍ତାନ ଭାରତରୁ ପିଆଜ ଆମଦାନୀ କରେ ନାହିଁ, କିନ୍ତୁ ଏହି ନିଷେଧାଦେଶ ପାକିସ୍ତାନରେ ମଧ୍ୟ ପିଆଜ ଦରକୁ ପ୍ରଭାବିତ କରିଛି।

 

Get real time updates directly on you device, subscribe now.