fbpx

କାହିଁକି ଖସି ପଡ଼ିଲେ ବଡ଼ ଠାକୁର? ଜଣା ପଡ଼ିଲା ଆଡ଼ପ ପହଣ୍ଡି ଅଘଟଣର ପ୍ରକୃତ କାରଣ

ଓଡ଼ିଶା ଭାସ୍କର: ଚଳିତବର୍ଷ ପବିତ୍ର ରଥଯାତ୍ରାରେ ଘଟିଯାଇଛି ଏକ ବିରାଟ ଅଘଟଣ । ଆଡ଼ପ ପହଣ୍ଡି ସମୟରେ ବଡ଼ ଠାକୁର ଶ୍ରୀ ବଳଭଦ୍ର ରଥରୁ ଖସି ପଡ଼ିଛନ୍ତି । ଏହି ଅଘଟଣକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଛି । ଏଭଳି ଏକ ବିରାଟ ଅଘଟଣର ପ୍ରକୃତ କାରଣ ଖୋଜିବାରେ ଲାଗିଛନ୍ତି ସାଇଣ୍ଟିଫିକ୍ ଟିମ୍ । ତେବେ ଏହି ଅଘଟଣ ନେଇ ବର୍ତ୍ତମାନ ପ୍ରକୃତ କାରଣ ସାମନାକୁ ଆସୁଛି । ବଳଦେବ ଖସି ପଡ଼ିବାର ମୁଖ୍ୟ କାରଣ କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଆଡ଼ପ ପହଣ୍ଡି ବେଳେ କାହଁକି ଖସି ପଡ଼ିଥିଲେ ବଡ଼ ଠାକୁର ବଳଭଦ୍ର । ରଥ ଉପରେ ଅଧିକ ସେବକ, ବିଡ଼ିଆ ମୋହଣୀ ନୀତି ବିଳମ୍ପ େହୋଇଥିବା ଯୋଗୁଁ ଏଭଳି ଏକ ଅଘଟଣ ଘଟିଯାଇଛି । ଏ ନେଇ କମିଟି ତରପରୁ ରିପୋର୍ଟ ପ୍ରଦାନ କରାଯାଇଛି । ବଳଭଦ୍ରଙ୍କ ଖସି ପଡ଼ିବା ପଛର ପ୍ରକୃତ କାହାଣୀ ସ୍ପଷ୍ଟ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ପରିଚାଳନା ବୈଠକରେ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.