fbpx
BJD SKY
BJD SKY

କୋକାକୋଲାରେ କାହିଁକି କେଶ ଧୋଇଛନ୍ତି? ସୋସିଆଲ ମିଡିଆରେ ଟ୍ରେଣ୍ଡ ଅଛି, ବ୍ୟବହାର କରିବା ପୂର୍ବରୁ ଜାଣନ୍ତୁ ଏହାର ପ୍ରଭାବ..

BJD

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ କୋକାକୋଲା, ଗୀତ ପାଇଁ ନୁହେଁ କେଶ ଧୋଇବା ପାଇଁ । ପୁରୁଷ କିମ୍ବା ମହିଳା ହୁଅନ୍ତୁ, ସମସ୍ତେ ନିଜ କେଶକୁ ନେଇ ବହୁତ ସଚେତନ ଥାଆନ୍ତି । କେଶକୁ ସିଲ୍କି, ସ୍ମୁଥ୍ ଏବଂ ହେଲ୍‌ଦି କରିବା ପାଇଁ ବିଭିନ୍ନ ଉପାୟ ଗ୍ରହଣ କରନ୍ତି । କେହି କେହି କେଶରେ ପିଆଜ ରସ କିମ୍ବା ନଡିଆ ତେଲରେ ଲେମ୍ବୁ ମିଶାଇ ଲଗାନ୍ତି ତ ଅନଞ କେହି ଅଣ୍ଡା ଲଗାନ୍ତି ଜ୍ଝ ଏଥି ସହିତ, ଅନେକ ଲୋକ ସାମ୍ପୁ ବଦଳାଇବାରେ ଲାଗନ୍ତି ଏବଂ କେତେକ କେଶର ବୃଦ୍ଧି ପାଇଁ ଔଷଧ ଖାଇଥା’ନ୍ତି ଜ୍ଝ କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଅଦ୍ଭୁତ ଧାରା ଆରମ୍ଭ ହୋଇଛି । ସାମ୍ପୁ କିମ୍ବା ସାବୁନ୍ ବଦଳରେ କୋକାକୋଲାରେ କେଶ ଧୋଉଛନ୍ତି ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆରେ କେଶ ଧୋଇବାର ଏକ ଅଦ୍ଭୁତ ହ୍ୟାକ୍ ଟ୍ରେଣ୍ଡ ହେଉଛି। ଯଦିଓ ଏହା ଦୀର୍ଘ ସମୟ ଧରି ଆଲୋଚନା ହୋଇଆସୁଛି, କିନ୍ତୁ କ୍ୱଚିତ୍ ଆପଣ ଏହା ବିଷୟରେ ଶୁଣିଥିବେ ।

ଏହି ଧାରା ଅନୁଯାୟୀ, ଲୋକମାନେ କୋକାକୋଲାରେ କେଶ ଧୋଉଛନ୍ତି । ଯେଉଁମାନେ କୋଲଡ୍ରିଙ୍କ୍‌କୁ ଅଧିକ ପସନ୍ଦ କରନ୍ତି ସେମାନେ କଦାପି ଏହାର ଗୋଟେ ବୁନ୍ଦା ବି ନଷ୍ଟ କରିବାକୁ ଚାହିଁବେ ନାହିଁ । କିନ୍ତୁ ଯେତେେବେଳ କେଶର ସୌନ୍ଦର୍ଯ୍ୟ କଥା ଆସେ କିଛି ଲୋକ ମନ ପରିବର୍ତ୍ତନ କରି ପାରନ୍ତି । ତେବେ ଏହି ପଦ୍ଧତିକୁ ଆପଣାଇବା ପୂର୍ବରୁ ଥରେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ କରନ୍ତୁ ।

ଆସନ୍ତୁ ଆପଣଙ୍କୁ ଜଣାଇବା କାହିଁକି କୋକାକୋଲାରେ କେଶ ଧୋଉଛନ୍ତି । ବାସ୍ତବରେ, କୋକାକୋଲା ଏବଂ ଅନ୍ୟାନ୍ୟ ପ୍ରକାରର ମୃଦୂ ପାନୀୟରେ ଫସଫୋରିକ୍ ଏସିଡ୍ ଥାଏ । ଏଥିରେ pH ସ୍ତରର ପରିମାଣ ବହୁତ କମ୍ । କେଶକୁ ସ୍ମୁଥ୍ ଏବଂ ଚକଚକ୍ କରିଥାଏ । ଏହା ସହିତ କୋକାକୋଲା କେଶକୁ ବେବି ଲୁକ୍ ଦେଇଥାଏ ।

Get real time updates directly on you device, subscribe now.