fbpx

ଛୁରୀରେ କାଟିଲା ନିଜ ତଣ୍ଟି, ପରେ ବନ୍ଧୁକ ଧରି ରାସ୍ତାରେ ଦୌଡିଲା, ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ନାଥୁ କଲୋନୀ ଛକ ନିକଟରେ ଜଣେ ବ୍ୟକ୍ତି ଛୁରୀରେ ନିଜ ଗଳା କାଟି ରାସ୍ତାରେ ପିସ୍ତଲ ଧରି ରାସ୍ତାରେ ଦୌଡୁଥିବାର କଥା ସାମ୍ନାକୁ ଆସିଛି। ଏହି ବ୍ୟକ୍ତି ଜଣକ କୃଷ୍ଣ ଶେରୱାଲ ବୋଲି ଜଣାପଡିଛି। ବର୍ତ୍ତମାନ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି।

ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ, ମାର୍ଚ୍ଚ ୧୬ ରେ ସନ୍ଧ୍ୟା ୬:୪୦ ଏବଂ ୬:୫୦ ରେ ଏମଏସ ପାର୍କ ପୋଲିସ ଷ୍ଟେସନରେ ଦୁଇଟି PCR କଲ ଆସିଥିଲା ଯେ, କୃଷ୍ଣ ଶେରୱାଲ ନାମକ ଜଣେ ବ୍ୟକ୍ତି ଛୁରୀରେ ନିଜ ଗଳା କାଟି ଦେଇଛି। ସେହି ଛୁରୀଟି ନାଥୁ କଲୋନୀ ନିକଟରେ ମିଳିଛି। ଏହାପରେ ସେ ସର୍ବସାଧାରଣ ସ୍ଥାନରେ ଏକ ପିସ୍ତଲ ଧରି ଦୌଡ଼ି କିଛି ସ୍ଥାନରେ ଗୁଳି ମଧ୍ୟ ଚଳାଇଥିଲା।

ସେହି ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୩୦୭, ୩୯୪, ୩୯୭, ୧୮୬ ଏବଂ ୩୫୩ ଏବଂ ଆର୍ମସ ଆକ୍ଟର ଧାରା ୨୭ ଅନୁଯାୟୀ ଏମଏସ ପାର୍କ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ଶେରୱାଲ ଏପରି ହେବା ପଛରେ କାରଣ ହେଉଛି ତାଙ୍କ ପତ୍ନୀଙ୍କଠାରୁ ସେ ଅଲଗା ହୋଇଥିଲେ। ଏବଂ ହତାଶ ହୋଇଥିଲେ ବୋଲି କୁହାଯାଉଛି।

Get real time updates directly on you device, subscribe now.