ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ କଂଗ୍ରେସ ଦମଦାର ପ୍ରଦର୍ଶନ କରିଥିଲା । ଏଥିରେ ୯୯ଟି ଆସନରେ ବିଜୟ ହାସଲ କରି ବିଜେପିର ସମସ୍ୟା ବୃଦ୍ଧି କରିଥିଲା । ସେତେବେଳେ ରାଜନୈତିକ ବିଶେଷଜ୍ଞମାନେ ଏହାକୁ କଂଗ୍ରେସ ପ୍ରତ୍ୟାବର୍ତ୍ତନ ବୋଲି ବିବେଚିତ କରିଥିଲେ । କିନ୍ତୁ ଏହା ପରେ ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ରମାଗତ ଭାବେ ହାରି ଚାଲିଲା । ନିକଟରେ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୧୬ଟି ଆସନରେ ବିଜୟୀ ହୋଇଥିଲା । ଏହା ପୂର୍ବରୁ ହରିୟାଣାରେ ମଧ୍ୟ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଗୋଟିଏ ପଟେ କଂଗ୍ରେସ ପରାଜୟର କାରଣ ଖୋଜିବାରେ ଲାଗିଛି ତ ଅନ୍ୟପଟେ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବୟାନ ସାମ୍ନାକୁ ଆସିଛି ।
୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ ନୂତନ ଜୋଶ ସହ ପ୍ରତ୍ୟାବର୍ତ୍ତନ କରିଥିଲା । କିନ୍ତ ଏହା ପରେ ୩ଟି ରାଜ୍ୟରେ ନିର୍ବାଚନୀ ଫଳାଫଳ ଆଶାନୁରୂପ ନଥିଲା ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଥିଲେ । ଏହାର କାରଣ ଦର୍ଶାଇ ସେ କହିଥିଲେ, ‘ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପରସ୍ପରଏକତାର ଅଭାବ ଏବଂ ଅନ୍ୟ ବିରୋଧରେ ବୟାନ ଆମକୁ ଅନେକ କ୍ଷତି ପହଞ୍ଚାଉଛି । ଯେପର୍ଯ୍ୟନ୍ତ ଆମେ ଏକାଠି ହୋଇ ନିର୍ବାଚନ ନ ଲଢ଼ିବା, ପରସ୍ପର ବିରୋଧରେ ବୟାନ ଦେବା ବନ୍ଦ ନ କରିବା ତେବେ ବିରୋଧୀଙ୍କୁ ରାଜନୈତିକ ପରାଜୟ ଦେବାରେ କିପରି ସମର୍ଥ ହେବା ?’ ସେ ଆହୁରି ମଧ୍ୟ କହିଛନ୍ତି କି ସଂଗଠନକୁ ମଜବୁତ କରାଇବା ଆମର ସବୁଠାରୁ ବଡ଼ ଆବଶ୍ୟକତା । କିନ୍ତୁ ଏହା ମାନେ ନୁହେଁ କି ଆମେ ନିର୍ବାଚନୀ ରାଜ୍ୟରେ ଆଞ୍ଚଳିକ ପ୍ରସଙ୍ଗକୁ ଅଣଦେଖା କରିବା । ସମୟ ସମୟରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗକୁ ବିସ୍ତୃତ ଭାବେ ବୁଝିବା ଏବଂ ଏହାକୁ ଦୃଷ୍ଟିରେ ରଖି ନିର୍ବାଚନୀ ରଣନୀତି ପ୍ରସ୍ତୁତ କରିବା ଜରୁରୀ ଖଡ଼ଗେ ସ୍ପଷ୍ଟ ଭାବେ କହିଛନ୍ତି କି ଜାତୀୟ ପ୍ରସଙ୍ଗ ଏବଂ ଜାତୀୟ ନେତାଙ୍କ ସହାୟତାରେ ଆମେ କେତେ ଦିନ ରାଜ୍ୟରେ ନିର୍ବାଚନ ଲଢ଼ିବା ? ପୁରୁଣା ପଥ ଆପଣାଇ ଆମେ କଦାପି ସଫଳତା ହାସଲ କରିପାରିବୁ ନାହିଁ ।