ଓଡିଶା ଭାସ୍କର: ବର୍ତ୍ତମାନ ଶୀତ ଋତୁ ଜାରି ରହିଛି। ଏହି ସମୟରେ ଆପଣଙ୍କ ମଧ୍ୟରେ ଦେଖାଦେଉଥିବା ପରିବର୍ତ୍ତନକୁ ଆପଣ ଠିକ୍ ଅନୁଭବ କରିପାରୁଥିବେ। କିନ୍ତୁ ଏହି ପରିବର୍ତ୍ତନ ଅନ୍ୟ ଋତୁ ଅପେକ୍ଷା ଶୀତ ଋତୁରେ କାହିଁକି ଅଧିକ ହୋଇଥାଏ। ଏଠାରେ କହିବା କଥା ହେଉଛି ଯେ, ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ ସେକ୍ସ ବା ଯୌନ ଆଗ୍ରହ କାହିଁକି ବୃଦ୍ଧି ପାଇଥାଏ? ତେବେ ଏଭଳି ଆଗ୍ରହ ବଢିବା ଫଳରେ ଆପଣ କାହାରି ନା କାହାରି ସହ ସେକ୍ସ କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। କିନ୍ତୁ ଏହା ପଛରେ ଥିବା କାରଣକୁ ଜାଣିବା ପାଇଁ କେବେ ଚେଷ୍ଟା କରିଛନ୍ତି କି?
ଅନ୍ୟପଟେ ସାଧାରଣ କଥା ହେଉଛି ଯେ, ଶୀତଦିନେ ଲୋକମାନେ ବାହାରକୁ ଯିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ଥଣ୍ଡା କାରଣରୁ ସେମାନେ ଘରେ ଅଧିକ ସମୟ ଶୋଇବାରେ ବିତାଇଥାନ୍ତି। ଫଳରେ ଏକୁଟିଆ ଓ ଫାଙ୍କା ଥିବାରୁ ସେକ୍ସ କରିବାକୁ ମନ ହୋଇଥାଏ। ତେଣୁ ଶୀତ ଦିନେ ଅଧିକ ସମୟ ଶୋଇ ନ ରହି ବାହାରକୁ ବୁଲାବୁଲି କରିବାକୁ ଯାଆନ୍ତୁ। ନଚେତ କିଛି ଭଲ କାମରେ ନିଜକୁ ନିୟୋଜିତ କରିକି ରଖନ୍ତୁ । ସକାଳ ବେଳା ମର୍ନିଙ୍ଗ ୱାକରେ ଯାଆନ୍ତୁ ଓ କିଛି ଏକ୍ସସରସାଇଜ କରନ୍ତୁ। ଏଭଳି କରିବା ଦ୍ୱାରା ସେକ୍ସ ପ୍ରତି ଆଗ୍ରହ ହ୍ରାସ ପାଇଥାଏ।
Get real time updates directly on you device, subscribe now.