fbpx
BSKY
BJD YOUTH SKY
BJD MS SKY

ଫେବୃଆରୀ ଆସିବା ମାତ୍ରେ ବଢ଼ିଲା ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ, ଜାଣନ୍ତୁ କେତେ ମହଙ୍ଗା ?

ନୂଆଦିଲ୍ଲୀ: ଫେବୃଆରୀ ୧ ଅର୍ଥାତ୍ ଆଜି ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଆପଣଙ୍କୁ ବ୍ୟବସାୟିକ ସିଲିଣ୍ଡର୧୪ ଟଙ୍କା ମହଙ୍ଗାରେ ମିଳିବ । ଗତ ମାସରେ ଏହାର ମୂଲ୍ୟ ୧.୫୦ ଟଙ୍କା ବୃଦ୍ଧି ପାଇଥିଲା । ଆଜିଠାରୁ ନୂଆ ମୂଲ୍ୟ କାର୍ଯ୍ୟକାରୀ ହେବ ।

ତେବେ ଶୀତ ଋତୁ ହେତୁ ଚାହିଦା ବୃଦ୍ଧି ପାଇଛି ଏବଂ ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ମଧ୍ୟ ପ୍ରଭାବିତ ହୋଇଛି । ତେବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ୩୦ ଅଗଷ୍ଟ ୨୦୨୩ ଠାରୁ ଘରୋଇ ଗ୍ୟାସର ମୂଲ୍ୟ ପରିବର୍ତ୍ତନ ହୋଇନାହିଁ । ଅନ୍ୟପକ୍ଷରେ ବିମାନ ସେବା ପାଇଁ ରିଲିଫ୍ ଖବର ରହିଛି ।

ଶସ୍ତା ବାୟୁ ଇନ୍ଧନ :-
ସରକାରୀ ତୈଳ ମାର୍କେଟିଂ କମ୍ପାନୀଗୁଡିକ (ଓଏମସି) ଆଜି ବିମାନ ଇନ୍ଧନର ମୂଲ୍ୟ ହ୍ରାସ କରିଛନ୍ତି । କିଲୋ ଲିଟର ପିଛା ପ୍ରାୟ ୧୨୨୧ ଟଙ୍କା ହ୍ରାସ କରାଯାଇଛି । କ୍ରମାଗତ ଚତୁର୍ଥ ଥର ପାଇଁ ବିମାନ ଭଡା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଆଜିଠାରୁ ନୂଆ ହାର ଲାଗୁ ହେବ ।

Get real time updates directly on you device, subscribe now.