fbpx
BJD SKY
BJD SKY

X ସହିତ ଏଲନ ମସ୍କଙ୍କର କାହିଁକି ଏତେ ନିବିଡତା, କମ୍ପାନୀ ବ୍ୟତିତ ପିଲାଙ୍କ ନାମରେ ବି ରହିଛି X , କ’ଣ ଏହା ପଛର କାରଣ ଆସନ୍ତୁ ଜାଣିବା

BJD

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ୱିଟରର ଲୋଗୋ ବଦଳାଇ ଇଂରାଜୀ ଅକ୍ଷର ଏକ୍ସ କରି ଦେଇଛନ୍ତି । ଲୋକଙ୍କୁ ଏହା ଏକ ଅଚାନକ ପରିବର୍ତ୍ତନ ବୋଲି ଲାଗୁଥିଲେ ମଧ୍ୟ ପ୍ରକୃତରେ ଘଟଣା ଏହା ନୁହେଁ । ଯଦି ଆପଣ ଏଲନ ମସ୍କଙ୍କ କମ୍ପାନୀ ଓ ତାଙ୍କ ଜୀବନ ସହ ଜଡିତ ଲୋକ (ଏପରିକି ତାଙ୍କ ସନ୍ତାନ)ଙ୍କ ନାମ ଦେଖିବେ ତେବେ ଜାଣିପାରିବେ ଏକ୍ସ ସହ ତାଙ୍କର ସମ୍ବନ୍ଧ ବହୁ ପୁରୁଣା । ତେବେ ଏହା ପଛରେ କ’ଣ କାରଣ ରହିଛି ତାହାର କୌଣସି ସ୍ପଷ୍ଟ ଉତ୍ତର ନାହିଁ । ସେ ନିଜେ ମଧ୍ୟ ଏହା ଉପରେ କିଛି ସ୍ପଷ୍ଟ ଭାବରେ କହିନାହାନ୍ତି ।

ମସ୍କ ଟ୍ୱିଟରରେ ଲୋଗୋ ବଦଳାଇବା ପୂର୍ବରୁ କହିଥିଲେ ଯେ, ସେ ଟ୍ୱିଟରର ବ୍ରାଣ୍ଡକୁ ଏକ୍ସରେ ବଦଳାଇ ଦେବେ । ଏକ୍ସକୁ ସେ ସମସ୍ତ ଲୋକଙ୍କ ମଧ୍ୟରେ ଥିବା ସେହି ଅଭାବର ପ୍ରତୀକ ବୋଲି କହିଥିଲେ ଯାହା ଆମକୁ ଅନ୍ୟମାନଙ୍କ ଠାରୁ ଅଲଗା ଅର୍ଥାତ୍ ୟୁନିକ କରିଥାଏ । ମସ୍କଙ୍କ ପତ୍ନୀ ତଥା କନାଇ ଆର୍ଟିଷ୍ଟ କ୍ଲେୟର ଭାଉଚର ଯିଏ କି ମସ୍କଙ୍କ ଦୁଇ ସନ୍ତାନର ମା’ ଅଟନ୍ତି ସେ କହିଛନ୍ତି, ତାଙ୍କର ଗୋଟିଏ ସନ୍ତାନର ନାମ ମସ୍କ ଏକ୍ସ ରଖିଛନ୍ତି କାରଣ ଏହା ଗଣିତର ଏପରି ଏକ ଜିନିଷକୁ ଦର୍ଶାଇଥାଏ ଯାହା ବିଷୟରେ କାହା ପାଖରେ କୌଣସି ସୂଚନା ନାହିଁ ।

ଲେଖକ ଲିଓନ ଏଫ୍ ସେଲଜର କହିଛନ୍ତି ମସ୍କଙ୍କୁ ଏକ୍ସ ଏଇଥିପାଇଁ ପସନ୍ଦ କାରଣ ଏହା ବହୁ ଜିନିଷର ପ୍ରତୀକ ଭାବରେ ବ୍ୟବହାର କରାଯାଏ । ସେ କହିଛନ୍ତି ଏକ୍ସ ଜୀବନ ଓ ମୃତ୍ୟୁ, କୌଣସି ଜିନିଷକୁ ବଢାଇବା, ଶେଷ କରିଦେବା ଏବଂ କିଛି ନାହିଁ ଠାରୁ ସବୁ କିଛି ପର୍ଯ୍ୟନ୍ତ ସବୁ ସ୍ଥିତିରେ ବ୍ୟବହାର କରାଯାଇ ପାରିବ ।

୧୯୯୯ରେ ମସ୍କ ଏକ ପେମେଣ୍ଟ ବ୍ୟାଙ୍କିଂ ସେବାର ଆରମ୍ଭ କରିଥିଲେ ଯାହାର ନାମ X.com ଥିଲା । ତାଙ୍କୁ ଏହି ନାମ ବଦଳାଇବାକୁ ବି ପରାମର୍ଶ ଦିଆଯାଇଥିଲା । କିନ୍ତୁ ସେ ଏହା କରି ନ ଥିଲେ । ମସ୍କଙ୍କ ଲକ୍ଷ୍ୟ ଥିଲା ଏପରି ଏକ ପ୍ଲାଟଫର୍ମ ନିର୍ମାଣ କରିବେ ଯେଉଁଠି ଲୋକମାନେ ସେମାନଙ୍କ ଦୈନିକ ଆବଶ୍ୟକ ସାମଗ୍ରୀ କିମ୍ବା ସେବା ଗୋଟିଏ ସ୍ଥାନରେ ପାଇଯିବେ । X.com କମ୍ କୁ ନେଇ ତାଙ୍କର ଭିଜନ ଏହିପରି କିଛି ଥିଲା ।
ମସ୍କଙ୍କର ଅନେକ କମ୍ପାନୀର ନାମରେ ଏକ୍ସ ରହିଛି । ଏଇ ଯେପରି ସ୍ପେସ୍ ଏକ୍ସ, ଟେସଲା ମଡେଲ ଏକ୍ସ ଓ ତାଙ୍କ ପୁଅଙ୍କ ନାମ ଏକ୍ସ ଏଇ ଏ-ଏକ୍ସଆଇଆଇ ରହିଛି । ସେହିପରି ତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି କମ୍ପାନୀର ନାମ ବି xAI ରହିଛି । ମସ୍କ ଯେଉଁ କମ୍ପାନୀ ଜରିଆରେ ଟ୍ୱିଟର ଅଧିଗ୍ରହଣ କରିଛନ୍ତି ସେମାନଙ୍କର ନାମ ବି ଏକ୍ସ ହୋଲ୍ଡିଂସ୍ ଅଟେ ।

Get real time updates directly on you device, subscribe now.