fbpx

ଦିନସାରା ହାଇ ଆସୁଛି କି ? ଏହି ଶାରୀରିକ ସମସ୍ୟାର ହୋଇପାରେ ସଙ୍କେତ

ହାଇ ମାରିବା, ଥକ୍କାପଣ କିମ୍ବା ବିରକ୍ତ ଅନୁଭବ କରିବାର ଏକ ସାଧାରଣ ଲକ୍ଷଣ । ସାଉଥ୍ କାରୋଲିନାର ମେଡିକାଲ୍ ୟୁନିଭରସିଟି ଅନୁଯାୟୀ, କେତେକ ହରମୋନ ଯୋଗୁଁ ହାଇ ଆସିଥାଏ, ଯାହାକି ହାର୍ଟ ରେଟ୍ ଓ ଆଲର୍ଟନେସକୁ କିଛି ସମୟ ପାଇଁ ବଢ଼ାଇଦେଇଥାଏ ।

ସେଇଥିପାଇଁ ଯେତେବେଳେ ଆପଣ ଥକିପଡ଼ନ୍ତି, ସେତେବେଳେ ଆପଣଙ୍କୁ ଆଲର୍ଟ କରିବା ପାଇଁ ହାଇ ଆସିଥାଏ । କିନ୍ତୁ କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି କେହି ଅଧିକ ହାଇ (୧୫ ମିନିଟରେ ୩ ଥରରୁ ଅଧିକ) ମାରନ୍ତି, ତେବେ ଏହା ସ୍ୱାଭାବିକ ନୁହେଁ । ଏତେ ଅଧିକ ହାଇ ମାରିବା ଏକ ରୋଗ କିମ୍ବା ସ୍ୱାସ୍ଥ୍ୟ ଅବସ୍ଥାର ଲକ୍ଷଣ ହୋଇପାରେ । ଯଦି କେହି ବାରମ୍ବାର ହାଇ ମାରୁଛନ୍ତିି, ତା’ହେଲେ ତାଙ୍କର ନିମ୍ନରେ ଉଲ୍ଲେଖିତ ସମସ୍ୟାଗୁଡିକ ଥାଇପାରେ ।

ସ୍ଲିପ୍ ଏପନିଆ ବା ଅନିଦ୍ରା :-

ବିଶେଷଜ୍ଞମାନଙ୍କ ମତରେ, ଯଦି କେହି ଅଧିକ ହାଇ ମାରନ୍ତି , ତେବେ ଏହା ପଛରେ କମ୍ ଶୋଇବା ବଡ଼ କାରଣ ହୋଇପାରେ । ଅବଶ୍ୟ କେତେକ କ୍ଷେତ୍ରରେ ଏହା ସ୍ଲିପ୍ ଏପନିଆ କିମ୍ବା ଅନିଦ୍ରା ର କାରଣ ମଧ୍ୟ ହୋଇପାରେ । ସ୍ଲିପ୍ ଏପନିଆ ଏକ ସମ୍ଭାବ୍ୟ ଗମ୍ଭୀର ନିଦ୍ରା ବ୍ୟାଧି ଯେଉଁଥିରେ ଶ୍ୱାସ ବାରମ୍ବାର ବନ୍ଦ ହୋଇଯାଏ ଏବଂ କିଛି ସମୟ ପରେ ପୁଣି ଆରମ୍ଭ ହୁଏ ।

ମାୟୋ କ୍ଲିନିକ୍ ଅନୁଯାୟୀ, ଯଦି ତୁମେ ଜୋରରେ ଘୁଙ୍ଗୁଡ଼ି ମାରୁଛ ଏବଂ ପୁରା ରାତି ଶୋଇବା ପରେ ମଧ୍ୟ ଥକ୍କା ଅନୁଭବ କରୁଛ, ତେବେ ତୁମର ସ୍ଲିପ୍ ଏପନିଆ ହୋଇପାରେ । ଆମେରିକାର ଏନଆଇଏଚ କହିଛି ଯେ, ଅନିଦ୍ରା ସହିତ ଆପଣଙ୍କୁ ଶୋଇବା କିମ୍ବା ଭଲ ଗୁଣାତ୍ମକ ଶୋଇବାରେ ଅସୁବିଧା ହୋଇପାରେ । ସଠିକ୍ ପରିବେଶ ଏବଂ ଶୋଇବା ପାଇଁ ଭଲ ସ୍ଥାନ ଥିଲେ ମଧ୍ୟ ଏହା ହୋଇପାରେ ।

ମେଡିକେସନ୍ :-

ଯଦିଓ କେହି ଅଧିକ ମେଡିସିନ୍ ସେବନ କରୁଛନ୍ତି, ତେବେ ଅଧିକ ହାଇ ଆସିପାରେ । କେତେକ ଆଣ୍ଟିସାଇକୋଟିକ୍ କିମ୍ବା ଆଣ୍ଟିଡେପ୍ରେସାଣ୍ଟର ସାଇଡ୍ ଇଫେକ୍ଟ ମଧ୍ୟ ହାଇ ମାଧ୍ୟମରେ ସାମ୍ନାକୁ ଆସିଥାଏ । ତେଣୁ ଆପଣ ବିନା ପ୍ରିସ୍କିପ୍ସନରେ ମେଡିସିନ୍ ନିଅନ୍ତୁ ନାହିଁ ଏବଂ ସର୍ବଦା ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ବ୍ରେନ୍ ଡିସଅର୍ଡର :-

ଅଧିକ ହାଇ ମାରିବା ବ୍ରେନ୍ ଡିସଅର୍ଡର ବା ମସ୍ତିଷ୍କ ବିକୃତିର ଲକ୍ଷଣ ହୋଇପାରେ । ପାର୍କିନ୍ସନ୍ ରୋଗ, ମଲ୍ଡିପଲ୍ ସ୍କେ୍ଲରୋସିସ୍ ଏବଂ ମାଇଗ୍ରେନ୍ ମୁଣ୍ଡବିନ୍ଧା ଭଳି ଅବସ୍ଥା ମଧ୍ୟ ଅଧିକ ହାଇର କାରଣ ହୋଇପାରେ ।

ଚିନ୍ତା କିମ୍ବା ଚାପ :-

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଚିନ୍ତା କିମ୍ବା ଚାପ ଯୋଗୁଁ ଅଧିକ ହାଇ ଆସିପାରେ । ଆପଣ ଏହା ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ କାରଣ ସମୟ ସହିତ ଚିନ୍ତା କିମ୍ବା ଚାପ ଏକ ସମସ୍ୟା ହୋଇପାରେ ।

ହୃଦଘାତ :-

ଯଦି କାହାର ଚାରିପାଖରେ ଅମ୍ଳଜାନର ଅଭାବ ରହୁଛି, ତେବେ ହୃଦଘାତର ଅବସ୍ଥା ସୃଷ୍ଟି ହୋଇପାରେ ଏବଂ ସେ ଆହୁରି ଅଧିକ ହାଇ ମାରନ୍ତି । କିନ୍ତୁ ଯଦି କେହି ଅଧିକ ହାଇ ମାରନ୍ତି, ଏହାର ଅର୍ଥ ନୁହେଁ ଯେ ତାଙ୍କୁ ହାର୍ଟ ଆଟାକ୍ ଆସିବ । ଏଥିରେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।

Get real time updates directly on you device, subscribe now.