fbpx
BJD SKY
BJD SKY

ପାରିବାରିକ କଳହର କରୁଣ ପରିଣତି : ୧୩ ବର୍ଷର ଝିଅକୁ ତଣ୍ଟିଚିପି ମାରିଲା ପିଶାଚ ବାପା

BJD

ନୂଆପଡା : ପିଶାଚ ବାପାର ନାରକୀୟ କାଣ୍ଡ । ପାରିବାରିକ କଳହରୁ ଘଟିଛି ଏପରି ଅଘଟଣା । ଏମିତି ଏକ ଅଭାବନୀୟ ଘଟଣା ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାରା ଗାଁର । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଝିଅର ମୃତଦେହକୁ ଠାବ କରି ପିଶାଚ ବାପାକୁ ପଚରା ଉଚରା କରିବା ପାଇଂ ଥାନାରେ ଅଟକ ରଖିଛି ।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ କେନ୍ଦୁବାହାରା ଗାଁର ଗଜାନନ୍ଦ ମାଝୀ ମଦ ପିଇ ଘରକୁ ଫେରିଥିଲେ । ଏନେଇ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବହୁତ ଜୋରରେ ଝଗଡା ହୋଇଥିଲା । ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ ଝଗଡା ବଢିଯାଇିଥିଲା । ଏଭଳି ପତିସ୍ଥିତି ଦେଖି ଦୁହିଁଙ୍କ ମଧ୍ୟରେ ଲାଗିଥିବା ଯୁକ୍ତିତର୍କ ବନ୍ଦ କରିବା ପାଇଁ ଝିଅ ଆସିଥିଲା । ନିଜର ରାଗକୁ ଆୟତ ନକରି ପାରି ହିତାହିତ ଜ୍ଞାନ ହରାଇ ୧୩ ବର୍ଷର ଝିଅକୁ ମାରିଦେଲା ପିଶାଚ ବାପା ।

ଖବର ପାଇ ପୋଲିସ ଧରମବନ୍ଧା ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଏହାପରେ ପିଶାଚ ବାପାଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରାଯାଉଥିବାର ଧରମବନ୍ଧା ବିନୋଦ ବିହାରୀ ସେଠୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.