fbpx

ବାହାଘରରେ ପୁଅ-ଝିଅକୁ କାହିଁକି ଲଗାଯାଏ ହଳଦୀ ?

ବାହାଘରକୁ ନେଇ ହିନ୍ଦୁ ଧର୍ମରେ ଅନେକ ରୀତି ନୀତି ରହିଛି । ବାହାଘର ପୂର୍ବରୁ ହଳଦୀ ଲଗାଇବା ମଧ୍ୟ  ଏକ ପରମ୍ପରା ରହିଛି  । ତେବେ ଜାଣନ୍ତି କି ବାହାଘରରେ କାହିଁକି ହଳଦୀ ଲଗାଯାଏ? ହଳଦି ଲଗାଇବା ବହୁତ ଶୁଭ ବୋଲି ମନେକରାଯାଇଥାଏ । ହଳଦି ଲଗାଇବାର ଯେଉଁ ପରମ୍ପରା ରହିଛି ତାହା ଉଭୟ ପୁଅ ଓ ଝିଅ ପାଇଁ ରହିଥାଏ । ବାହାଘରରେ ହଳଦୀ ଲଗାଇବାର ଯେଉଁଭଳି ପରମ୍ପରା ରହିଛି ସେଭଳି ଏହା ପଛରେ ମଧ୍ୟ ରହିଛି ବୈଜ୍ଞାନିକ ମହତ୍ୱ ।

ଭାରତୀୟ ପରମ୍ପରା ଅନୁସାରେ, ବିବାହରେ ହଳଦୀ ଲଗାଇବା ଖୁବ୍ ଶୁଭ । ଧାର୍ମିକ ମାନ୍ୟତା ଅନୁସାରେ, ଏହା ନକାରତ୍ମକ ଶକ୍ତିକୁ ନଷ୍ଟ କରିଥାଏ । ନକାରତ୍ମକ ଶକ୍ତିରୁ ରକ୍ଷା ପାଇବାକୁ ହଳଦୀର ବ୍ୟବହାର କରାଯାଏ । ଏହା ସହିତ ଖରାପ ନଜରରୁ ରକ୍ଷା କରିଥାଏ ।

ବିବାହରେ ଅନେକ ପ୍ରକାର କାମ ରହିଥାଏ । ଏହି କାରଣରୁ ମୁଣ୍ଡ ବିନ୍ଧା କିମ୍ବା ଡିପ୍ରେସନ୍ ଭଳି ସମସ୍ୟା ହୋଇପାରେ । ତେଣୁ ହଳଦୀ ଲଗାଇବା ଦ୍ୱାରା ମୁଣ୍ଡ ବିନ୍ଧା ଦୂର ହୋଇଥାଏ । ବାହାଘର ସମୟରେ ଟେନସନ୍ ଦୂର କରିବା ପାଇଁ ମଧ୍ୟ ହଳଦୀ ଲଗାଯାଇଥାଏ ।

ହଳଦୀ ଲଗାଇବା ଦ୍ୱାରା ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇଥାଏ । କେବଳ ସେତିକି ନୁହେଁ ହଳଦୀରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି । ଏହା ଲଗାଇବା ଫଳରେ ତ୍ୱଚା ସଫା ରହିବା ସହ ସୁନ୍ଦର ଓ ଚମକଦାର ରହିଥାଏ । ତେଣୁ ବାହାଘର ଦିନ ବର-ବଧୂ ଦୁହିଁଙ୍କୁ ହଳଦୀ ଲଗାଯାଇଥାଏ । ଯଦି ଶରୀରରେ କେଉଠି କଟିଯାଇଥାଏ କିମ୍ବା ଜଳି ଯାଇଥାଏ ତେବେ ହଦଳୀ ଲଗାଇଲେ ଉପଶମ ମିଳିଥାଏ ।

Get real time updates directly on you device, subscribe now.