fbpx

ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ବଢ଼ିବାରେ ଲାଗିଛି: ଏହା ପଛର ରହସ୍ୟ କ’ଣ? ସମସ୍ତଙ୍କର ବୟସ ୨୫ ବର୍ଷରୁ କମ୍

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଆମେରିକାରେ ଜଣଙ୍କ ପରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଚଳିତ ବର୍ଷ ପ୍ରାରମ୍ଭରୁ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ଜୀବନ ହାନୀ ଘଟି ସାରିଲାଣି । ସବୁଠାରୁ ବଡ଼ କଥା ହେଉଛି ଏହି ସମସ୍ତ ଛାତ୍ରଙ୍କର ବୟସ ୨୫ ବର୍ଷରୁ କମ୍ ଅଟେ । ଏହି ଘଟଣାକୁ ନେଇ ଭାରତ ସରକାର ଓ ଆମେରିକାରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ଆମେରିକା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଛି । ଏଥିସହିତ ପୀଡ଼ିତ ଓ ସେମାନଙ୍କର ପରିବାରଙ୍କ ସୁରକ୍ଷା ଓ ନ୍ୟାୟ ପ୍ରଦାନ ନେଇ ସୁନିଶ୍ଚିତ କରିବାକୁ କୁହାଯାଇଛି ।

ସମସ୍ତ ମୃତକଙ୍କର ବୟସ ୨୫ ବର୍ଷରୁ କମ୍ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁଇସାଇଡରେ, ଦୁଇଜଣ ଓଭରଡୋଜରେ, ଦୁଇଜଣ ନିଖୋଜ ପରେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଆକ୍ରମଣରେ ପ୍ରାଣ ହରାଇଥିଲା । ଜାନୁଆରୀ ୩ରେ ୨୫ ବର୍ଷୀୟ ଭାରତୀୟ ଛାତ୍ର ବିବେକ ସାଇନି, ଜାନୁଆରୀ ୧୭ରେ ୨୨ ବର୍ଷୀୟ ଭାରତୀୟ ଆମେରିକୀୟ ଛାତ୍ର ନିଲ ଆଚାର୍ଯ୍ୟ, ଜାନୁଆରୀ ୧୮ରେ ୨୧ ବର୍ଷୀୟ ଭାରତୀୟ ଆମେରିକୀୟ ଛାତ୍ର ଅକୁଲ ଧାୱନ, ଜାନୁଆରୀ ୨୩ରେ ୨୫ ବର୍ଷୀୟ ଭାରତୀୟ ଆମେରିକୀୟ ଛାତ୍ର ସମୀର କାମାଥ, ଜାନୁଆରୀ ୩୧ରେ ୧୯ ବର୍ଷୀୟ ଭାରତୀୟ ଆମେରିକୀୟ ଛାତ୍ର ଶ୍ରେୟସ ରେଡ୍ଡୀ ବେନିଗେରି, ଫେବୃଆରୀ ୧୬ରେ ଦୁଇ ଭାରତୀୟ ଛାତ୍ର ଗାଟ୍ଟୁ ଦିନେଶ (୨୨) ଓ ନିକେଶ (୨୧), ଫେବୃଆରୀ ୪ରେ ୨୩ ବର୍ଷୀୟ ଭାରତୀୟ ଛାତ୍ର ସୟଦ ମୁଜାହର ଅଲୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ତେବେ ଆମେରିକାରେ ଭାରତୀୟଙ୍କ ଛାତ୍ରଙ୍କ ମୃତ୍ୟୁକୁ ନେଇ ଏକ ବଡ଼ ରହସ୍ୟ ସୃଷ୍ଟି ହୋଇଛି । ବିଶେଷ ଭାରତ ଦକ୍ଷିଣ-ଏସୀୟ ସମ୍ପ୍ରଦାୟମାନେ ବେଶି ପ୍ରଭାବିତ ହେଉଥିବା ଜଣାପଡ଼ିଛି । ତେବେ ଭାରତୀୟ ଛାତ୍ରମାନେ ଆମେରିକାରେ ପ୍ରବଳ ଚାପରେ ରହୁଥିବା ଏକ୍ସପର୍ଟମାନେ କହିଛନ୍ତି । ଏନେଇ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.