fbpx

ଓଡ଼ିଶା ପ୍ରତି ଏତେ ଅବିଚାର କାହିଁକି: ବାରବାଟୀକୁ ମିଳୁନି ଗୋଟିଏ ବି ମ୍ୟାଚ, ଓଡ଼ିଆ ଖେଳାଳିଙ୍କୁ ଅଣଦେଖା, କ’ଣ ପାଇଁ?

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୪ ବର୍ଷ ହେଲାଣି ରାଜ୍ୟର କଟକ ସ୍ଥିତ ବାରବାଟୀ ଷ୍ଟାଡିୟମରେ ଗୋଟିଏ ବି ଅନ୍ତର୍ଜାତୀୟ ମ୍ୟାଚ ହୋଇ ନାହିଁ । ବର୍ଷକ ପୂର୍ବରୁ ଶେଷ ଧର ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ବାରବାଟୀରେ ଖେଳାଯାଇଥିଲା । ଏହା ମଧ୍ୟରେ ଦିନିକିଆ ବିଶ୍ୱକପ ସହିତ ଅନେକ ସିରିଜ ସମାପ୍ତ ହୋଇଥିବା ବେଳେ ବାରବାଟୀ ସେଥିରୁ ବାଦ୍ ପଡ଼ିଛି । ଏହାକୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଓଡ଼ିଶା ପ୍ରତି ଏପରି ଅବିଚାର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ।

ସବୁଠାରୁ ପରିତାପର ବିଷୟ ହେଉଛି, ଚଳିତ ମାସରେ ସମାପ୍ତ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚ ରାୟପୁରର ସହିଦ ବୀରନାରାୟଣ ସିଂହ ଷ୍ଟାଡିୟମରେ ଖେଳାଯାଇଥିଲା । ଦୁଃଖର କଥା ହେଉଛି ସେହି ଷ୍ଟାଡିୟମରେ ବିଦ୍ୟୁତ ସଂଯୋଗ ନଥିଲା । ୩ କୋଟିରୁ ଅଧିକ ଟଙ୍କା ବାକି ଥିବାରୁ ଷ୍ଟାଡିୟମକୁ ୫ ବର୍ଷ ଧରି ବିଦ୍ୟୁତ ସଂଯୋଗ ନଥିଲା । ଏତେସବୁ ସମସ୍ୟା ଥିବା ଷ୍ଟାଡିୟମକୁ ବିସିସିଆଇ ମ୍ୟାଚ ଆୟୋଜନ ଅଧିକାର ଦେଲା, ଅଥଚ ବାରବାଟୀକୁ ଅଣଦେଖା କରିଦେବା କ’ଣ ଠିକ୍? ଇଡେନ୍ ଗାର୍ଡେନ୍ସ ପରେ ଦ୍ୱିତୀୟ ସର୍ବବୃହତ ଦର୍ଶକ ଧାରଣ କ୍ଷମତା ରଖିଥିବା ଓଡ଼ିଶାର ଏହି ଷ୍ଟାଡିୟମର ଅବହେଳିତ କାହାଣୀ ଶୁଣିଲେ ଦୁଃଖ ଲାଗେ ।

ରାଜ୍ୟର ଷ୍ଟାଡିୟମ ପରି କ୍ରୀଡ଼ାବିତମାନେ ମଧ୍ୟ ନିରାଶ ହୋଇଛନ୍ତି । ରାଞ୍ଚିରେ ଆରମ୍ଭ ହେବାକୁ ଯାଉଥିବା ଏଫଆଇଏଚ ହକି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଥିବା ବେଳେ ୧୮ ଜଣିଆ ସ୍କ୍ୱାଡରେ ଓଡ଼ିଶାର କୌଣସି ଖେଳାଳି ସ୍ଥାନ ପାଇନାହାନ୍ତି । ସବୁଠାରୁ ଚିନ୍ତାଜନକ କଥା ହେଉଛି, ଜାତୀୟ ମହିଳା ଓ ପୁରୁଷ ହକି ଟିମର ମୁଖ୍ୟ ପ୍ରାୟୋଜକ ଓଡ଼ିଶା ରହିଥିଲେ ହେଁ ରାଜ୍ୟରୁ ଜଣେ ଓଡ଼ିଆ ଖେଳାଳିଙ୍କୁ ସୁଯୋଗ ନ ମିଳିବା ଏବେ କ୍ରୀଡ଼ାପ୍ରେମୀଙ୍କୁ ଅଧିକ ଆଘାତ ଦେଇଛି । ଆସନ୍ତା ୧୩ରୁ ୧୯ ପର୍ଯ୍ୟନ୍ତ ରାଞ୍ଚିରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳାଯିବ ।

Get real time updates directly on you device, subscribe now.