fbpx

ପାକିସ୍ତାନକୁ ଆମେରିକା ଓ ରୁଷର କାହିଁକି ଏତେ ଦରଦ? ଜାଣନ୍ତୁ ପରଦା ପଛର ସତ

ନୂଆଦିଲ୍ଲୀ: ମଧ୍ୟ ଏସିଆର ଉଜବେକିସ୍ତାନକ୍ଷହ ସମ୍ପ୍ରତି ସମାପ୍ତ ହୋଇଥିବା ସାଂଘାଇ ସହଯୋଗ ସଂଗଠନ ଏଜେଣ୍ଡାକୁ ନେଇ ଏକ ଦ୍ୱିପାକ୍ଷିକ ବୈଠକରେ ରୁଷ୍ ପାକିସ୍ତାନକୁ ସାହାଯ୍ୟ କରିବା ପ୍ରତିଶ୍ରୁତି ଦେଇଛି । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକ୍ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ କହିଛନ୍ତି ଯେ ଆମେ ପାକିସ୍ତାନକୁ ଗହମ ଏବଂ ଗ୍ୟାସ ଦେଇପାରିବା । ଏହା ସ୍ୱାଭାବିକ ଯେ ରୁଷ୍ର ଏହି ବିବୃତ୍ତି ଭାରତକୁ ବଡ ଝଟକା ସଦୃଶ । କାରଣ ଭାରତ ତାର ପୁରୁଣା ବନ୍ଧୁ ରୁଷ୍କୁ ଶତ୍ରୁ ଦେଶକୁ ସାହାଯ୍ୟ କରିବ ବୋଲି ଆଶା କରେ ନାହିଁ ।

ରୁଷର ଏହି ବିବୃତ୍ତି ଉପରେ ଭାରତ ମଧ୍ୟ ଆପତ୍ତି କରିଛି । କିନ୍ତୁ ରୁଷ କାହିଁକି ଏଭଳି ନିଷ୍ପତ୍ତି ନେଇଛି ତାକୁ ନେଇ ଉଠିଛି ପ୍ରଶ୍ନ । ଯେତେବେଳେ କି ରୁଷ୍ ଭଲ ଭାବରେ ଜାଣିଛି ଯେ ପାକିସ୍ତାନ ହେଉଛି ଭାରତର ଶତ୍ରୁ ରାଷ୍ଟ୍ର । ଯଦିଓ ବୈଦେଶିକ ବ୍ୟାପାର ବିଶାରଦମାନେ ରୁଷର ଏହି ବିବୃତ୍ତିର ଭିନ୍ନ ଅର୍ଥ ନେଉଛନ୍ତି ଏବଂ ସତର୍କ ରହିବାକୁ ଭାରତକୁ କହିଛନ୍ତି କିନ୍ତୁ କିଛି ବିଶେଷଜ୍ଞଙ୍କ ମତ ଅନୁସାରେ ପରଦା ପଛରେ ଅନ୍ୟ କିଛି ରହସ୍ୟ ରହିଛି ।

ପାକିସ୍ତାନର ନିକଟତର ହେବା ଏହାର ଅର୍ଥ ନୁହେଁ ଯେ ରୁଷ୍ ନିଜର ଦଶନ୍ଧି ପୁରୁଣା ବନ୍ଧୁ ଭାରତଠାରୁ ନିଜକୁ ଦୂରେଇ ରଖିଛି । ରୁଷର ଏପରି ପଦକ୍ଷେପ ପାକିସ୍ତାନକୁ ଆମେରିକାର ନିକଟତର ହେବାରୁ ଅଟକାଇବା । କାରଣ ପାକିସ୍ତାନରେ କ୍ଷମତା ପରିବର୍ତ୍ତନ ପରେ ଆମେରିକାର ହସ୍ତକ୍ଷେପ ଅଧିକ ବୃଦ୍ଧି ପାଇଛି । ବର୍ତ୍ତମାନ ଶାହାବାଜ ସରକାର ଆମେରିକା ସହ ଅତି ନିକଟତର ହୋଇଛନ୍ତି । ଏପରିକି ଆଫଗାନିସ୍ତାନରେ ଅଲ-କାଏଦା ନେତା ଅଲ ଜବାହରଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନ ଆମେରିକାକୁ ନିଜର ଜମି ବ୍ୟବହାର କରିବାକୁ ଅନୁମତି ଦେଇଥିଲା ।

ତେବେ ଆମେରିକା ମଧ୍ୟ ଏଥିରେ ଖୁସି ଥିଲା ଏବଂ ଆଇଏମଏଫ (ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି) ରୁ ମୋଟା ଅଙ୍କର ଋଣ ପାଇବାରେ ପାକିସ୍ତାନକୁ ସମ୍ପୂର୍ଣ୍ଣ ସାହାଯ୍ୟ କରିଥିଲା । ତେବେ ପାକିସ୍ତାନର ଏହି କାର୍ଯ୍ୟ ନିଶ୍ଚିତ ଭାବେ ତାଲିବାନକୁ ଏକ ବଡ ଝଟକା ଦେଇଛି । ଏହା ସହିତ ଆମେରିକା ମଧ୍ୟ ପାକିସ୍ତାନର ଯୁଦ୍ଧ ବିମାନ ଏମ୍୧୬ର ରକ୍ଷଣାବେକ୍ଷଣ ପାଇଁ ବିପୁଳ ପରିମାଣର ଅର୍ଥ ଦେଇଛି ଯାହା ଭାରତ ପାଇଁ ମଧ୍ୟ ଚିନ୍ତାର ବିଷୟ । କାରଣ ପୂର୍ବରୁ ପାକିସ୍ତାନର ଏହି ଯୁଦ୍ଧ ବିମାନଗୁଡ଼ିକ ଅତ୍ୟନ୍ତ ଜର୍ଜରିତ ଅବସ୍ଥାରେ ଥିଲା ଏବଂ ଏହା ଭାରତ ପାଇଁ କୌଣସି ବିପଦ ନଥିଲା ।

ଏଭଳି ପରିସ୍ଥିତିରେ ଆମେରିକା ପ୍ରତି ପାକିସ୍ତାନର ଘନିଷ୍ଠତା ବୃଦ୍ଧିକୁ ରୁଷ୍ କଦାପି ସହ୍ୟ କରିପାରୁ ନାହିଁ । ଦ୍ୱିତୀୟତଃ ଆଫଗାନିସ୍ତାନରେ ରୁଷର ପ୍ରତ୍ୟକ୍ଷ ହସ୍ତକ୍ଷେପ ଥିବାରୁ ପାକିସ୍ତାନ ଆଫଗାନିସ୍ତାନ ସହ ଆନ୍ତରିକ ସମ୍ପର୍କ ବଜାୟ ରଖୁ ଏହା ବି ରୁଷ୍ ଚାହେଁ । ଏହି କାରଣରୁ ପାକିସ୍ତାନ ପାଇଁ ରୁଷ୍ ନିଜର ଗ୍ୟାସ ଭଣ୍ଡାର ଖୋଲିବାକୁ ଘୋଷଣା କରିଛ । ଯେଉଁଥିପାଇଁ କାଜାଖସ୍ତାନ ଏବଂ ଉଜବେକିସ୍ତାନ ଦେଇ ଏକ ନୂତନ ପାଇପଲାଇନ ନିର୍ମାଣ ବିଷୟରେ ମଧ୍ୟ ଆଲୋଚନା ହୋଇଛି ।

Get real time updates directly on you device, subscribe now.