fbpx
BJD
BJD SKY
BJD SKY

ହିନ୍ଦୁ ଧର୍ମରେ କାହିଁକି ପବିତ୍ର ଚାରି ଧାମର ଯାତ୍ରା କରିବାକୁ କୁହାଯାଇଛି? ମିଳେ ଏହି ପୁଣ୍ୟ

ସନାତନ ଧର୍ମରେ ଚାରି ଧାମର ବିଶେଷ ମହତ୍ତ୍ୱ ରହିଛି । ଚାରି ଧାମ ଯାତ୍ରା କରିବାକୁ ସବୁ ଲୋକଙ୍କର ବେଶ ଆଗ୍ରହ ରହିଥାଏ । ବଦ୍ରିନାଥ ଧାମ, ଜଗନ୍ନାଥ ଧାମ, ଦ୍ୱାରିକା ଓ ରାମେଶ୍ୱରମକୁ ଭାରତର ୪ ଧାମ ବୋଲି କୁହାଯାଏ । ଏହି ୪ ଧାମ ପରିଭ୍ରମଣ କଲେ ଅନେକ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ୪ ଧାମ ତୀର୍ଥଯାତ୍ରା କଲେ ଭଗବାନଙ୍କ ଅଶିଷ ଲାଭ ହୋଇଥାଏ ।

ବଦ୍ରିନାଥ ଅଲଖନନ୍ଦା ନଦୀ କୂଳରେ ଉତ୍ତରଖଣ୍ଡ ରାଜ୍ୟରେ ଅବସ୍ଥିତ । ଏଠାରେ ଭଗବାନ ବିଷ୍ଣୁଙ୍କ ନିବାସ ରହିଛି । ମାନ୍ୟତା ଅଛି ଆଦି କାଳରୁ ଏହା ପବିତ୍ର ଧାମ ରୂପେ ବିବେଚିତ ହୋଇଥାଏ । କୁଯାହାଏ ଯେଉଁ ବ୍ୟକ୍ତି ବଦ୍ରିନାଥ ଥରେ ଦର୍ଶନ କରନ୍ତି ତାଙ୍କୁ ଆଉ ଦ୍ୱିତୀୟ ଥର ଜନ୍ମ ନେବାକୁ ପଡେ ନାହିଁ । ତାଙ୍କୁ ମୋକ୍ଷ ପ୍ରାପ୍ତ ହୋଇଥାଏ । ବଦ୍ରିନାଥର କବାଟ ଶୀତ ଋତୁରେ ଦୀପାବଳିର ଦ୍ୱିତୀୟ ଦିନରେ ବନ୍ଦ କରାଯାଏ । ଏହା ପରେ ୬ ମାସ ଯାଏଁ ଏଠାରେ ଦୀପ ପ୍ରଜ୍ୱଳନ କରାଯାଏ । ବଦ୍ରିନାଥ ଓ କେଦାରନାଥର କବାଟ ଖୋଲିବାର ତିଥି ଏପ୍ରିଲ ଓ ମେ’ ମାସ ମଧ୍ୟରେ ହୋଇଥାଏ । ଏହାର ଘୋଷଣା ବସନ୍ତ ପଞ୍ଚମୀରେ କରାଯାଏ।

ଜଗନ୍ନାଥ ଧାମ ପୁରୀ ଓଡିଶା ପୁରୀ ଜିଲ୍ଲାରେ ଅବସ୍ଥିତ । ଏହି ଧାମ ବୈଷ୍ଣବ ସଂପ୍ରଦାୟ ସହ ଜଡିତ । ଏହି ମନ୍ଦିରରେ ଭଗବାନ ଜଗନ୍ନାଥ ତାଙ୍କ ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କ ବୀରମାନ କରିଥାନ୍ତି । ଏଠାରେ ପ୍ରତ୍ୟେକ ବର୍ଷ ଆଷାଢ ମାସରେ ରଥଯାତ୍ରା ପାଳନ କରାଯାଏ । ଏହି ଯାତ୍ରା ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ଗୁଣ୍ଡିଚା ମନ୍ଦିର ଯାଏଁ ଚାଲିଥାଏ ।

ଏହି ଧାମ ତାମିଲନାଡୁ ରାଜ୍ୟର ରାମନାଥପୁରମ୍ ସିଲେରେ ଅବସ୍ଥିତ । ଏହି ମନ୍ଦିରର ସ୍ଥାନ ପ୍ରଭୁ ଶ୍ରୀରାମ ବନବାସ ସମୟରେ କରିଥିଲେ । ଉତ୍ତର ଭାରତ ମଧ୍ୟରେ ଯେଉଁ ମହିମା କାଶୀ ଧାମ ଅଛି ଦକ୍ଷିଣରେ ରାମେଶ୍ୱରମ ମନ୍ଦିର ମଧ୍ୟ ଅଛି । ଏହି ସ୍ଥାନରେ ଭଗବାନ ରାମ ଲଙ୍କାକୁ ଯିବା ପାଇଁ ବାନର ସେନା ସହ ସେତୁର ନିର୍ମାଣ କରିଥିଲେ ।

ଏହି ଧାମ ଗୁଜୁରାଟର ପଶ୍ଚିମ ଦିଗର ସମୁଦ୍ର କୂଳରେ ଅବସ୍ଥିତ । ଦ୍ୱାରିକା ଧାମ ଭଗବାନ କୃଷ୍ଣଙ୍କ ନିବାସ ଅଟେ । ଏମିତି ମାନାଯାଏ ଭଗବାନ କୃଷ୍ଣଙ୍କ ପରେ ପ୍ରକୃତ ଦ୍ୱାରିକା ନଗରି ସମୁଦ୍ରରେ ଲୀନ ହୋଇ ଯାଇଥିଲା । କିନ୍ତୁ ବର୍ତ୍ତମାନ ତାହାର ୨ଟି ଅବଶେଷ ରହିଛି । ଗୋମତୀ ଦ୍ୱାରିକାରେ ୯ଟି ଘାଟ ଅଛି । ଜନ୍ମାଷ୍ଟମୀରେ ଦ୍ୱାରିକାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ ।

Get real time updates directly on you device, subscribe now.