fbpx

Same Sex Marriageକୁ କାହିଁକି ମିଳିଲାନି ମାନ୍ୟତା? ସମସ୍ୟା କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦୀର୍ଘଦିନରୁ ସମଲିଙ୍ଗୀ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ଏହାର ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମଲିଙ୍ଗୀ ବିବାହକୁ ଅସ୍ୱୀକାର କରିଛନ୍ତି । ଏହି ସିଲିଙ୍ଗୀ ବିବାହ ପ୍ରଥା ପାଇଁ ମୌଳିକ ଅଧିକାର ବ୍ୟବସ୍ଥା ଲାଗୁ କରିବା ଏବଂ ଏହାକୁ ଆଇନଗତ ସମ୍ମତି ଦେବାରେ ଅନୁମତି ଦେଇନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତେବେ କାହିଁକି ସମଲିଙ୍ଗୀ ବିବାହରେ ସୁପ୍ରିମ ଅଦାଲତ ଅରାଜି ହୋଇଛନ୍ତି? ଏହାର ଏକ ବଡ଼ କାରଣ କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।

ଅଦାଲତ କହିଛନ୍ତି ଯେ, ସମଲିଙ୍ଗୀ ଦମ୍ପତ୍ତିଙ୍କୁ ସାମିଲ କରିବା ପାଇଁ ବିଶେଷ ବିବାହ ଅଧିନିୟମର ଧାରା ଗୁଡ଼ିକୁ ଶବ୍ଦରେ ପଢାଯାଇ ପାରିବ ନାହିଁ । କିନ୍ତୁ ଏହି ବିଶେଷ ବିବାହ ଅଧିନିୟମରେ କୌଣସି ପ୍ରକାର ପରିବର୍ତ୍ତନ ବିଧିରେ ଅମାନ୍ୟ ହୋଇପାରେ । ଅର୍ଥାତ୍ ସ୍ୱତନ୍ତ୍ର ବିବାହ ଅଧିନିୟମରେ ପରିବର୍ତ୍ତନକୁ ନେଇ ଅନେକ ପ୍ରତିବନ୍ଧକ ଆସୁଥିବାରୁ ସମଲିଙ୍ଗୀ ବିବାହକୁ ଆଇଗତ ମାନ୍ୟତା ଦେବା ପାଇଁ ମନା କରିଛନ୍ତି । ତେବେ ସରକାରଙ୍କ ଏକ ସମିତି ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା LGBTQ ସମୁଦାୟର ଚିନ୍ତା କରିବା ସହ ସେମାନଙ୍କ ପ୍ରତି ହେଉଥିବା ଉତ୍ପୀଡ଼ନରୁ ରକ୍ଷା କରିପାରିବେ ।

ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ସ୍ପଷ୍ଟ ରାୟ ଦେଇଛନ୍ତି ଯେ, ସମଲିଙ୍ଗୀ ବିବାହକୁ ଆଇନଗତ ଅଧିକାର ଦେବା ପାଇଁ ଆଇନଗତ ଆଧାରର ଆବଶ୍ୟକତା ନାହିଁ । ଏଥିପାଇଁ ଅନେକ ଗୁଡ଼ିଏ ଆଇନ-କାନୁନରେ ପରିବର୍ତ୍ତନ ବା ସଂଶୋଧନ କରିବାକୁ ହେବ । ଏହାବ୍ୟତୀତ ବର୍ତ୍ତମାନର ବ୍ୟକ୍ତିଗତ କାନୁନ ବ୍ୟବସ୍ଥା ଏବଂ କୌଣସି ସାମାନ୍ୟ ନାଗରିକ ସଂହିତାର ଅନୁପସ୍ଥିତିକୁ ଦୃଷ୍ଟିରେ ରଖି ସମଲିଙ୍ଗୀ ବିବାହକୁ ଅନୁମତି ଦେବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ତେବେ ସମଲିଙ୍ଗୀ ସମ୍ପ୍ରଦାୟର ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଅନୁସାରେ ଏକ ସ୍ୱତନ୍ତ୍ର କମିଯି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଏହି ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.