fbpx

(Video) କ୍ରିକେଟରଙ୍କ ଜର୍ସି ପଛରେ କାହିଁକି ଲେଖା ହୁଏ ନମ୍ବର? ଏ ନମ୍ବର ପଛରେ ଲୁଚି ରହିଛି ଅନେକ କାହାଣୀ

ଦିନକୁ ଦିନ ଲୋକମାନଙ୍କ ମଧ୍ୟରେ କ୍ରିକେଟର କ୍ରେଜ୍ ବଢିବାରେ ଲାଗିଛି । ଏହି କାରଣରୁ ଭାରତୀୟ ଫ୍ୟାନ୍ସମାନେ ନିଜର ପ୍ରିୟ କ୍ରିକେଟଟରଙ୍କର ପ୍ରତ୍ୟେକଟି ଜିନିଷ ଉପରେ ଟିକିନିକି କରି ନଜର ରଖିଥାଆନ୍ତି । ସମସ୍ତ କ୍ରିକେଟଙ୍କର ଜର୍ସି ପଛରେ ଏକ ନମ୍ବର ଲେଖାଯାଇଥାଏ । କିନ୍ତୁ କ୍ରିକେଟଙ୍କ ଡ୍ରେସ ପଛରେ ଏଭଳି ନମ୍ବର ଲେଖାଯିବାର କାରଣ କଣ । ଏହି ନମ୍ବର ସେମାନେ କେମିତି ପାଇଥାଆନ୍ତି ।

ଏତେ ବଡ଼ କ୍ରିକେଟ ଷ୍ଟାଡିୟମରେ ବିଭିନ୍ନ କୋଣରେ ଫିଲ୍ଡିଙ୍ଗ କରୁଥିବା ଖେଳାଳିମାନଙ୍କୁ କମେଣ୍ଟ୍ରେଟରଙ୍କୁ ଅସୁବିଧା ହୋଇଥାଏ । ପଛରୁ ଦେଖିଲେ ଖେଳାଳିମାନଙ୍କୁ ଠିକ ଭାବରେ ଚିହ୍ନି ହୋଇ ନଥାଏ । ସେଥିପାଇଁ ଖେଳାଳି ମାନଙ୍କ ଜର୍ସିରେ ଗୋଟିଏ ଗୋଟିଏ ନମ୍ବର ଲେଖାଯାଇଛି । ଯାହାଫଳରେ ତାଙ୍କୁ ଚିହିବା ବହୁତ ସହଜ ହୋଇଥାଏ । ତେବେ ସମସ୍ତ କ୍ରିକେଟର ନିଜ ଇଚ୍ଛାରେ ଜର୍ସି ନମ୍ବର ବାଛିଥାଆନ୍ତି । ଏହାସହିତ ସେମାନେ ଏହି ନମ୍ବରକୁ ଚାହିଁଲେ ପରିବର୍ତ୍ତନ ମଧ୍ୟ କରିପାରିବେ ।

ତେବେ ଖେଳାଳିମାନଙ୍କ ଏ ନମ୍ବର ଚୟନ ପଛରେ କିଛି କିଛି କାରଣ ଲୁଚି ରହିଥାଏ । କ୍ରିକେଟର ଭଗବାନ ମାଷ୍ଟର ବ୍ଲାଷ୍ଟର ଭାବରେ ଜଣା ସଚିନ ତେନ୍ଦୁଲକରଙ୍କର ଜର୍ସି ନମ୍ବର ୧୦ । ମାତ୍ର ଏହା ତାଙ୍କର ପ୍ରଥମ ଜର୍ସି ନମ୍ବର ନୁହେଁ । ୪ ଥର ନିଜ ଜର୍ସି ନମ୍ବର ପରିବର୍ତ୍ତନ କରିବା ପରେ ସଚିନ ଏହି ନମ୍ବର ରଖିଥିଲେ । ତେବେ ମହାନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ନିଜ ପାଇଁ ୭ ନମ୍ବର ବାଛିବାର କାରଣ ହେଉଛି ତାଙ୍କର ଜନ୍ମ ତାରିଖ । ୭ ଜୁଲାଇ ୧୯୮୧ରେ ସେ ଜନ୍ମଲାଭ କରିଥିଲେ, ତେଣୁ କ୍ରିକେଟ ଜର୍ସି ପାଇଁ ସେ ୭ ନଂ କୁ ବାଛିଛନ୍ତି । ସେହିପରି ବିରାଟ କୋହଲିଙ୍କ ଜର୍ସି ନମ୍ବର ୧୮ । ତାଙ୍କ ବାପାଙ୍କର ଦେହାନ୍ତ ୧୮ ନଭେମ୍ବର ୨୦୦୬ରେ ହୋଇଥିଲା । ଯେତେବେଳେ କେହଲିଙ୍କର ବୟସ ମଧ୍ୟ ଥିଲା ୧୮ ବର୍ଷ । ତେଣୁ ବାପାଙ୍କୁ ମନେ ରଖିବା ପାଇଁ ସେ ୧୮ ନମ୍ବରକୁ ବାଛିଛନ୍ତି । ରୋହିତ ଶର୍ମାଙ୍କର ଜର୍ସି ନମ୍ବର ୪୫ ତାଙ୍କ ମା ହିଁ ବାଛିଥିଲେ, ଯାହାକି ତାଙ୍କ ପାଇଁ ବହୁତ ଲକି ବୋଲି କହିଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ।

Get real time updates directly on you device, subscribe now.