fbpx

ଶୀତଋତୁର ଆଗମନରେ ଚିଲିକା ମୁହାଁ ବିଦେଶୀ ପକ୍ଷୀ; ଆସିଲେଣି ୭୭ ପ୍ରଜାତିର ୭୪ ହଜାରରୁ ଉର୍ଦ୍ଧ ପକ୍ଷୀ

ଓଡିଶା ଭାସ୍କର; ଚିଲିକା ମୁହାଁ ବିଦେଶୀ ପକ୍ଷୀ । ଶୀତଋତୁର ଆଗମନରେ ଏବେ ଚିଲିକା ମୁହାଁ ହୋଇଛନ୍ତି ବିଦେଶୀ ପକ୍ଷୀ । ବିଦେଶାଗତ ପକ୍ଷୀ ମାଇଲି ମାଇଲି ଦୂର ଅତିକ୍ରମ କରି ଏବେ ଚିଲିକା ନଳବଣରେ ପହଁଚୁଥିବାର ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ ସୁଦ୍ଧା ଚିଲିକାକୁ ୭୭ ପ୍ରଜାତିର ୭୪ ହଜାର ୩୨୨ ବିଦେଶୀ ପକ୍ଷୀ ଆସିଥିବା ସୂଚନା ରହିଛି । ଏହା ସହ ନଳବଣରେ ୭୭ ପ୍ରଜାତିର ୩୦ ହଜାର ୨୧୨ ପକ୍ଷୀ ଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ୟୁରୋସିଆନ ଓଏଜିନ ୧୬ ହଜାର, ଗଡ଼ୱାଲ ୧୨ ହଜାର, ପିନଟେଲ ୧୦ ହଜାର, ଶୋଭଲର ୬ ହଜାର, କମନ କୁଟ ୧୦ ହଜାର, ଗ୍ରେଟ ଫ୍ଲେମିଙ୍ଗ ଗୋ ୧୬୦ ଗୋଟି, ରୁଡି ସେଲଡ଼କ ୭୦୦ ଓ ଆଇବିଶ ପ୍ରଜାତିର ୨ ହଜାର ବିଦେଶୀ ପକ୍ଷୀ ରହିଛନ୍ତି । ଏନେଇ ବାଲୁଗାଁ ବନ୍ୟ ପ୍ରାଣୀ ବନଖଣ୍ଡ ଊୠଙ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି। ଅନ୍ୟପଟେ ମଙ୍ଗଳା ଯୋଡ଼ିରେ ବିଦେଶୀ ପକ୍ଷୀ ମାନଙ୍କର ଭିଡ଼ ଆରମ୍ଭ ହୋଇଥିବା ନେଇ ବନ୍ୟ ପ୍ରାଣୀ ବିଶାରଦ ମଧୁ ବେହେରା ସୂଚନା ଦେଇଛନ୍ତି।

 

Get real time updates directly on you device, subscribe now.