fbpx

I am Sorry… ସାମ୍ବାଦିକାଙ୍କ ଅଭିଯୋଗ ପରେ କ୍ଷମା ମାଗିଲେ ପ୍ରଯୋଜକ ଟୁଟୁ ନାୟକ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଜଣାଶୁଣା ସଞ୍ଜୟ ନାୟକ (ଟୁଟୁ) ବାରମ୍ବାର ଅଡ଼ୁଆ ଭିତରେ ଫସି ଯାଉଛନ୍ତି । କାଷ୍ଟିଂ କାଉଚ ପରେ ଆଜି ସାମ୍ବାଦିକାଙ୍କୁ ମାଡ଼ ମାରି ଅଭିଯୋଗରେ ଫସିଛନ୍ତି ଟୁଟୁ ନାୟକ । ତେବେ ”I am Sorry….” କହି ଏହି ମାମଲାକୁ ଯଥାଶୀଘ୍ର ସମାଧାନ କରିବା ପାଇଁ ସେ ଚେଷ୍ଟା କରିଛନ୍ତି । ମହିଳା ସାମ୍ବାଦିକାଙ୍କୁ ଦୁର୍ବବ୍ୟହାର କରିବା ନେଇ ଥାନାରେ ଅଭିଯୋଗ ହେବା ପରେ ଟୁଟୁ ବର୍ତ୍ତମାନ କ୍ଷମା ପ୍ରାର୍ଥନା କରିଛନ୍ତି । ସାମ୍ବାଦିକାଙ୍କ ଏହି ସଙ୍ଗୀନ ଅଭିଯୋଗକୁ ନେଇ ସେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଆଜି ଗୋଟିଏ ଦିନରେ ୨ଟା ପ୍ରିମିୟର ଶୋ’ ରହିଥିଲା । ତେଣୁ ଏହାକୁ ଦେଖି ହଲରୁ ବାହାରିବା ବେଳେ ସାମ୍ବାଦିକା ଜଣକ ଗେଟ୍ ମଝିରେ ଠିଆ ହୋଇଥିଲେ । ତେଣୁ ସାଇଡ ହେବା ପାଇଁ ଟିକିଏ ଥାପୁଡ଼େଇ ଦେଇଥିବା ସ୍ୱୀକାର କରିଛନ୍ତି ପ୍ରଯୋଜକ ଟୁଟୁ ନାୟକ । ତେବେ ଏହି ସମୟରେ ସାମ୍ବାଦିକାଙ୍କ ମୋବାଇଲ ଫୋନ୍ ତଳେ ପଡ଼ି ଯାଇଥିଲା ଏବଂ ଅନ୍ୟ ସାମ୍ବାଦିକ ମାନେ ଏହାକୁ ଉଠାଇ ଦେଇଥିଲେ । କିନ୍ତୁ ଏହାଭିତରେ ସେଠାରୁ ପଳାଇ ଆସିଥିବା କହିଛନ୍ତି ଟୁଟୁ ନାୟକ । ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିବା କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ଟୁଟୁ ନାୟକ ପ୍ରକାଶ କରିଛନ୍ତି । ଏହାପରେ ମଧ୍ୟ ଯଦି ତାଙ୍କୁ ଏହି ଘଟଣା କଷ୍ଟ ଦେଇଛି, ତେବେ ଆଇ ଆମ୍ ସରି ବୋଲି ପ୍ରତିକ୍ରିୟା ଦେଇ ମାମଲା ଥଣ୍ଡା କରିବା ପାଇଁ ସେ ଚେଷ୍ଟା କରିଛନ୍ତି ।

Get real time updates directly on you device, subscribe now.