fbpx

Professor of Practice ପାଇଁ UGCର ନୂଆ ଗାଇଡଲାଇନ୍: NET, Ph.D ଜରୁରୀ ନୁହେଁ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ପ୍ରଫେସର ଅଫ୍ ପ୍ରାକ୍ଟିସ (ପିଓପି) ସଂଖ୍ୟା ବଢ଼ାଇବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସେଥିପାଇଁ ଅଲଗା ଅଲଗା କ୍ଷେତ୍ରର ବିଶେଷଜ୍ଞଙ୍କ ଠାରୁ ଆବେଦନ ପାଇଁ ନୋଟିଫିକେସନ ଜାରି କରାଯାଇଛି । ଏହି ପଦରେ ଭର୍ତ୍ତି ପାଇଁ ଶିକ୍ଷାନୁଷ୍ଠାନକୁ ଇଣ୍ଡଷ୍ଟ୍ରି ଓ ଏକ୍ସପର୍ଟଙ୍କୁ ଆଣିବା ଏହାର ଉଦ୍ଦେଶ୍ୟ ବୋଲି ୟୁଜିସି ଅଧ୍ୟକ୍ଷ ଏମ. ଜଗଦୀଶ କୁମାର କହିଛନ୍ତି ।

ପିଓପି ପଦ ସଂଖ୍ୟା ବୃଦ୍ଧି ସହିତ ଏହାର ନିଯୁକ୍ତି ପାଇଁ ଭିନ୍ନ ଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କ ଠାରୁ ଆବେଦନ ଆହ୍ୱାନ କରାଯାଇଛି । ଏ ବାବଦରେ ସବିଶେଷ ତଥ୍ୟ ଜାଣିବା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ ଷଗ୍ଧଗ୍ଧକ୍ଟ୍ରଗ୍ଦ://କ୍ଟ୍ରକ୍ଟକ୍ଟ୍ର.ଙ୍କଶମ.ବମ.ସଦ୍ଭ/କୁ ଯାଇ ଚେକ୍ କରିପାରିବେ । ପିଇପି ହେବା ପରେ ପ୍ରାର୍ଥୀଙ୍କ ନିକଟରେ ନିଜ କ୍ଷେତ୍ରରେ ଅତିକମରେ ୧୫ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ ।

ପିଓପି ପାଇଁ ୟୁଜିସି ନୂଆ ଗାଇଡଲାଇନ୍ସ ଜାରି କରିଛି । ୟୁଜିସି ମୁତାବକ, ଇଞ୍ଜିନିୟରିଂ, ବିଜ୍ଞାନ, ମିଡ଼ିଆ, ଲେକଚର, ସାମାଜିକ ବିଜ୍ଞାନ, ଲଳିତ କଳା, ସିଭିଲ ସେବା ଓ ସଶସ୍ତ୍ର ବଳ ପରି କ୍ଷେତ୍ରର ଅନୁଭବୀଙ୍କୁ ଏହି ଶ୍ରେଣୀରେ ନିଯୁକ୍ତି ଦିଆଯିବ । ସେଥିପାଇଁ ୟିଜିସି ନେଟ ବା ପିଏଚଡିର ଆବଶ୍ୟକତା ନାହିଁ । ପିଓପି କଣ୍ଟ୍ରାକ୍ଟ ପ୍ରାରମ୍ଭିକ ଭାବେ ୧ ବର୍ଷ ପାଇଁ ହୋଇପାରେ । କୌଣସି ସଂସ୍ଥାରେ ପିଓପି ସେବା ଅତିବେଶିରେ ୩ ବର୍ଷରୁ ଅଧିକ ହୋଇନପାରେ । କୌଣସି ବିଶେଷ ପରିସ୍ଥିତିରେ ଏହାକୁ ୧ ବର୍ଷ ପାଇଁ ବୃଦ୍ଧି କରାଯାଇପାରେ । ସୂଚନାଯୋଗ୍ୟ ଯେ, ପିଓପିର ପ୍ରସ୍ତାବ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ରେ ଆଦେଶ ଦିଆଯାଇଥିଲା । ଦକ୍ଷତାଭିତ୍ତିକ ଶିକ୍ଷାଗତ ଯୋଗ୍ୟତାକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

Get real time updates directly on you device, subscribe now.