fbpx
BJD SKY
BJD SKY

(Video) କାହିଁକି କୋରାପୁଟ କଫିର ଡିମାଣ୍ଡ ଅଧିକ? ବଶ୍ୱ ଦରବାରରେ କେମିତି ମିଳିଲା ପରିଚୟ? ଜାଣନ୍ତୁ ଇତିହାସ

BJD

ଓଡ଼ିଶା ଭାସ୍କର: ଚା’ କଫି ପିଇବା ପ୍ରାୟ ସମସ୍ତଙ୍କର ପସନ୍ଦ । ବ୍ୟସ୍ତବହୁଳ ଜୀବନ ଭିତରେ ଚା’ ଓ କଫି ପିଇ ଲୋକେ କିଛି ସମୟ ପାଇଁ ବ୍ରେକ୍ ନେଇଥାଆନ୍ତି । କେହି କେହି କୁହନ୍ତି କଫି ପିଇଲେ ମନ ହାଲକା ଲାଗିଥାଏ । ସେଥିପାଇଁ ମାର୍କେଟରେ କଫିର ଚାହିଦା ଖୁବ ବୃଦ୍ଧି ପାଇବାରେ ଲାଗିଛି । ତେବେ ସବୁ କଫି ଅପେକ୍ଷା କୋରାପୁଟ କଫିକୁ ଲୋକମାନେ ଖୁବ ପସନ୍ଦ କରିଥାନ୍ତି । କେବଳ ଓଡ଼ିଶା ନୁହେଁ, ସାରା ଭାରତ ଏବଂ ସ।।ରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ପାଇଛି କୋରାପୁଟର କଫି । କୋରାପୁଟ ନିଜ ଉତ୍କୃଷ୍ଟ କଫି ପାଇଁ ବିଶ୍ୱ ଦରବାରରେ ବେଶ୍ ପରିଚିତ ହୋଇପାରିଛି ।

୧୯୩୦ ମସିହାରେ ଜୟପୁର ମହାରାଜାଙ୍କ ଦ୍ୱାରା ପରୀକ୍ଷାମୂଳକ ଭାବେ କୋରାପୁଟ ଅଞ୍ଚଳରେ କଫି ଚାଷ ଆରମ୍ଭ କରାଯାଇଥିଲା । ଯାହାର ଏବେ ଦେଶ ବିଦେଶରେ ଖୁବ ଚାହିଦା ରହିଛି । କୋରାପୁଟ ଜିଲ୍ଲାର ପ୍ରାୟ ୩,୦୮୬ ହେକ୍ଟର ଜମିରେ ଚାଷ କରାଯାଉଥିବା ବେଳେ ୩୦୪୬ ରୁ ଅଧିକ ଆଦିବାସୀ ଚାଷୀ କଫି ଚାଷ କରୁଛନ୍ତି । ଅନଲାଇନରେ କୋରାପୁଟ କଫି ବିକ୍ରି ଆରମ୍ଭ ହେବା ପରେ କୋରାପୁଟ କଫିର ଡିମାଣ୍ଡ ଆହୁରି ବୃଦ୍ଧି ପାଇବାରେ ଲାଗିଛି ।

କୋରାପୁଟ କଫି ବିକ୍ରି ପାଇଁ ସରକାର ଅନଲାଇନ ୱେବସାଇଟ ପ୍ରସ୍ତୁତ କରିଥିବା ବେଳେ କୋରାପୁଟ, ଭୁବନେଶ୍ୱର ଓ ପୁରୀ ଭଳି ବଡ଼ ସହରରେ ୩ଟି ଅଫଲାଇନ୍ ଷ୍ଟୋରରେ ବିକ୍ରି ହେଉଛି ଏହି କଫି । ଏହାସହି ଇ-କମର୍ସ ପ୍ଲାଟଫର୍ମ ଆମାଜନରେ କୋଲକାତା, ବେଙ୍ଗଲୁରୁ ଓ ମୁମ୍ବାଇ ଭଳି ମେଟ୍ରୋରେ ମଧ୍ୟ ଏହି କଫି ବିକ୍ରି ହେବାର ବ୍ୟବସ୍ଥା ରହିଛି । ତେବେ କଫିର ଏନ୍ତୁଡ଼ି ଶାଳ କୁହାଯାଉଥିବା କୋରାପୁଟ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ତଥା ବଡବଡ କାଫେରେ ଏହାର ଚାହିଦା ବହୁତ ରହିଛି ।

ଆରବିକା କଫି ଫ୍ଲେଭର ହେଉଛି ବିଶ୍ୱର ସର୍ବ ପୁରାତନ କଫି । ଯାହା ପ୍ରଥମେ ଆରବରେ ଚାଷ ହୋଇଥିଲା । ସମୟକ୍ରମେ ଏହା ସାରା ବିଶ୍ୱକୁ ବ୍ୟାପିଯାଇଛି । ସେହି କଫି ଚାଷରୁ ବିଭିନ୍ନ ଫ୍ଲେଭର ତିଆରି ହୋଇଥିଲା । କୋରାପୁଟରୁ ମିଳିଥିବା କଫି ମଧ୍ୟ ଏହି ଆରବିକା କଫିର ଏକ ଅଂଶ । ଯାହାକୁ ଏବେ ସାରା ବିଶ୍ୱରେ ଖୁବ ପ୍ରଶଂସା କରାଯାଉଛି ।

Get real time updates directly on you device, subscribe now.