fbpx
BSKY
BJD MC SKY
BJD YOUTH SKY

କେବଳ ଏଣ୍ଡୁଅ ନୁହେଁ ଘରର ଝିଟିପିଟି ମଧ୍ୟ ବଦଳାଇ ଥାଆନ୍ତି ରଙ୍ଗ; କାହିଁକି ଓ କିପରି ବଦଳାନ୍ତି ରଙ୍ଗ?

ଗରମ ଆସିଲେ ଘର ମାନଙ୍କରେ ଅଧିକ ଝିଟିପିଟି ଦେଖିବାକୁ ମିଳିଥାଏ । ଅଧିକାଂଶ ଲୋକ ଝିଟିପିଟିକୁ ଦେଖିଲେ ଡରିଥାନ୍ତି ମଧ୍ୟ । ବେଳେବେଳେ ମଣିଷଙ୍କୁ ଦେଖିଲେ କିମ୍ବା ନିଜ ପ୍ରତି କିଛି ବିପଦ ଅନୁଭବ କଲେ ଝିଟିପିଟି ନିଜ ଶରୀରରେ କିଛି ପରିବର୍ତ୍ତନ ଆଣିଥାଏ ।
ଝିଟିପିଟି ସମ୍ବନ୍ଧିତ କିଛି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ଆଜି ଆପଣମାନେ ଜାଣିବାକୁ ପାଇବେ । ଆପଣମାନେ ତ ଜାଣିଥିବେ ଏଣ୍ଡୁଅ କିପରି ପରିବେଶ ଅନୁସାରେ ନିଜ ଶରୀରର ରଙ୍ଗ ପରିବର୍ତ୍ତନ କରିଥାଏ । ଏଣ୍ଡୁଅ ଯାହା ଉପରେ ବସିଥାଏ ତାର ଶରୀରକୁ ସେହି ରଙ୍ଗରେ ପରିବର୍ତ୍ତନ କରିପାରେ । କିନ୍ତୁ ଆପଣ ଜାଣିଛନ୍ତି କି ଘରେ ରହୁଥିବା ଝିଟିପିଟି ମଧ୍ୟ ନିଜ ରଙ୍ଗ ପରିବର୍ତ୍ତନ କରିପାରେ ।

କାହିଁକି ବଦଳାନ୍ତି ରଙ୍ଗ:

ଘରେ ରହୁଥିବା ଝିଟିପିଟି ମଧ୍ୟ ନିଜ ରଙ୍ଗ ବଦଳାଇ ପାରନ୍ତି । ଏମାନେ ନିଜ ଶରୀରର ରଙ୍ଗକୁ ହାଲୁକା ବା ଗାଢ ରଙ୍ଗରେ ପରିବର୍ତ୍ତନ କରିପାରନ୍ତି । ଅନେକ ସମୟରେ ଧଳା ଝିଟିପିଟି କିଛି ସମୟରେ ବାଦାମୀ ରଙ୍ଗରେ ପରିବର୍ତ୍ତିତ ହୋଇଯାଏ । ସାଇନ୍ସ ଏବିସି ୱେବସାଇଟ ଅନୁସାରେ ଝିଟିପିଟିମାନେ କେବଳ ଦୁଇଟି ପରିସ୍ଥିତିରେ ରଙ୍ଗ ବଦଳାଇ ଥାଆନ୍ତି । ଯେତେବେଳେ ସେମାନେ କିଛି ବିପଦ ଅନୁଭବ କରିଥାନ୍ତି ନିଜର ରଙ୍ଗ ପରିବର୍ତ୍ତନ କରିଥାନ୍ତି । ସେହିପରି ନିଜ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ନିଜ ଶରୀର ରଙ୍ଗକୁ ଗାଢ ରଙ୍ଗରେ ପରିବର୍ତ୍ତନ କରିଥାନ୍ତି ।

କିପରି ବଦଳାଇ ଥାଆନ୍ତି ରଙ୍ଗ:

ନେଚର କମ୍ୟୁନିକେସନ ଜର୍ନାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଝିଟିପିଟିମାନଙ୍କ ଚମଡ଼ାରେ ଇରିଡୋଫୋର୍ସ ନାମକ ଏକ ସେଲ ରହିଥାଏ । ଏହି ସେଲରେ ଏକ ସ୍ୱତନ୍ତ୍ର ପ୍ରକାରର ପିଗମେଣ୍ଟ ଓ ନୈନୋକ୍ରିଷ୍ଟଲ ଥାଏ ଯାହା ୱେବଲେଥର ଆଲୋକକୁ ପ୍ରତିଫଳିତ କରିଥାଏ । ସେହିପରି ଝିଟିପିଟି ନିଜ ଶରୀରରେ ରିଲାକ୍ସର ସ୍ଥିତି ଉତ୍ପନ୍ନ କରି ରଙ୍ଗ ପରିବର୍ତ୍ତନ କରିପାରେ । ଏହି ପ୍ରକ୍ରିୟାରେ ଝିଟିପିଟି ଚମଡ଼ାରେ ଥିବା ଇରିଡୋଫୋର୍ସର ଘନତ୍ୱ କମ ବେଶୀ ହୋଇ ରଙ୍ଗ ପରିବର୍ତ୍ତନ ହୋଇଥାଏ ।

Get real time updates directly on you device, subscribe now.