fbpx

(Video) ମା’ ମହାଲକ୍ଷ୍ମୀଙ୍କ ନୀତିକାନ୍ତିରେ ଲାଗେନି ତୁଳସୀ: କାହିଁକି ପବିତ୍ର ତୁଳସୀଠୁ ଦୂରେଇ ରହିଲେ ଧନଦାତ୍ରୀ?

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସବୁଠାରୁ ପ୍ରିୟ ହେଉଛି ତୁଳସୀ । ମହାପ୍ରଭୁଙ୍କ ପ୍ରତ୍ୟେକ ନୀତିକାନ୍ତିରେ ତୁଳସୀ ପତ୍ରକୁ ସ୍ଥାନ ଦିଆଯାଏ । ତେଣୁ ତୁଳସୀ ଗଛ ଏବଂ ତୁଳସୀ ପତ୍ରକୁ ପୂଜା କରାଯାଇଥାଏ । କୁହାଯାଏ ତୁଳସୀ ପତ୍ର ଶ୍ରୀଜଗନ୍ନାଥଙ୍କର ଅତି ପ୍ରିୟ, ତେଣୁ ପ୍ରଭୁଙ୍କ ପୂଜାରେ ତୁଳସୀ ପତ୍ରକୁ ବେଶ୍ ପ୍ରାଧାନ୍ୟ ଦିଆଯାଏ । ପ୍ରଭୁଙ୍କର ଏତେ ପ୍ରିୟ ହୋଇଥିଲେ ମଧ୍ୟ ମହାଲକ୍ଷ୍ମୀ ତୁଳସୀ ପାଖରୁ ଦୂରେଇ ରହିଛନ୍ତି । ଏହାର କାରଣ ଅନେକ ଲୋକଙ୍କୁ ହୁଏତ ଜଣା ନଥିବ । ତେବେ ମହାଲକ୍ଷ୍ମୀ ଏବଂ ତୁଳସୀଙ୍କ ଏହି ସମ୍ପର୍କ ସତ୍ୟ ଯୁଗରୁ ହିଁ ଖରାପ ହୋଇ ରହିଛି ବୋଲି ବିଶ୍ୱାସ କରାଯାଏ ।

ପୁରାଣ କହେ ଯେ, ତୁଳସୀ ସତ୍ୟ ଯୁଗରେ ବୃନ୍ଦାବତୀଙ୍କ ରୂପରେ ଜନ୍ମ ନେଇଥିଲେ । ଏହି ଜନ୍ମରେ ଜଗତକୁ ରକ୍ଷା କରିବା ଉଦ୍ଦେଶ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବୃନ୍ଦାବତୀଙ୍କୁ ହରଣ କରିଥିଲେ । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥ ତୁଳସୀଙ୍କୁ ସର୍ବାଗ୍ରର ମର୍ଯ୍ୟାଦା ଦେଇଥିଲେ । ସେଥିପାଇଁ ତୁଳସୀ ବିନା ମହାପ୍ରଭୁଙ୍କ ପୂଜା ଅସମ୍ପୂର୍ଣ୍ଣ । ଭଗବାନଙ୍କ ପ୍ରତ୍ୟେକ ଭୋଗ ଏବଂ ନୀତିରେ ତୁଳସୀ ପତ୍ର ଦିଆଯାଇଥାଏ । କେବଳ ଭଗବାନ ଶ୍ରୀକୃଷ୍ଣ ଏବଂ ତାଙ୍କର ଅନ୍ୟ ରୂପକୁ ପୂଜା କରିବା ସମୟରେ ତୁଳସୀ ପତ୍ରକୁ ନିଆଯାଏ । ସତ୍ୟଯୁଗରେ ବୃନ୍ଦାବତୀଙ୍କୁ ହରଣ କରିଥିବାରୁ ମହାଲକ୍ଷ୍ମୀ ତୁଳସୀଙ୍କ ଉପରେ କୋପ କରିଥିଲେ । ଯେଉଁଥିପାଇଁ ଆଜି ମଧ୍ୟ ମହାଲକ୍ଷ୍ମୀଙ୍କ ଉପରେ ତୁଳସୀ ପତ୍ର ଲାଗି ହୋଇନଥାଏ ।

Get real time updates directly on you device, subscribe now.