fbpx

ମଶା କାମୁଡ଼ିବା ପରେ ଶରୀରରେ କାହିଁକି କୁଣ୍ଡାଇ ହୁଏ? କଣ ମଶା ବିଷାକ୍ତ ହୋଇଥାନ୍ତି? ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର

ଓଡ଼ିଶା ଭାସ୍କର ବ୍ୟୁରେ: ମଶା କାମୁଡ଼ିବା ପରେ ଶରୀରରେ କୁଣ୍ଡାଇ ହୋଇଥାଏ । କାମୁଡ଼ିଥିବା ସ୍ଥାନ ନାଲି ପଡ଼ିଯାଏ । ତେବେ ଆପଣ ମାନେ କେବେ ଭାବିଚନ୍ତି କି ଏପରି କାହିଁକି ହୁଏ ? କଣ ପାଇଁ ମଶା କାମୁଡ଼ିବା ପରେ ସେହି ସ୍ଥାନ କୁଣ୍ଡେଇ ହୋଇଥାଏ? ପ୍ରକୃତରେ ମଶା କାମୁଡ଼ିବାର ଠିକ୍ ପରେ ସେହି ସ୍ଥାନରେ କୁଣ୍ଡେଇ ହେବା ଆରମ୍ଭ ହୋଇଯାଏ ଅର୍ଥାତ୍ ଏହାର କାରଣ ହେଲା ମଶା ନିଶ୍ଚୟ କିଛି ପଦାର୍ଥ ଶରୀରରେ ଛାଡ଼ିଥାଏ ଯଦ୍ୱାରା ଶରୀରରେ କୁଣ୍ଡେଇ ହେବା ଆରମ୍ଭ ହୁଏ । ଏଥିରେ କାହାର ଶରୀରରେ ନାଲି ପଡ଼ିଯାଏ ତ କାହାର ଶରୀର ଫୁଲିବା ପରି ଦେଖାଯାଏ । ତେବେ ମଶା କାମୁଡ଼ିବା ଯୋଗୁଁ ଆମ ଶରୀର ରିଆକ୍ଟ କରିଥାଏ । ଯାହା ଫଳରେ କୁଣ୍ଡେଇ ହୁଏ ।

ଶରୀରର ଏକ ସ୍ୱତନ୍ତ୍ର ଇମ୍ୟୁନୋ ସିଷ୍ଟମ୍ ଥାଏ । ଯାହା ବାହାରର କିଛି ପଦାର୍ଥ ଶରୀରକୁ ଆସିବା ମାତ୍ରେ ରିଆକ୍ଟ କରେ । ସେହିପରି ମଶା କାମୁଡ଼ିବା ସମୟରେ ଶରୀରରେ ଲାଳ ଭଳି କିଛି ଛାଡ଼ିଥାଏ । ଶରୀରରେ ଥିବା ଇମ୍ୟୁନୋ ସିଷ୍ଟମ୍ ମଧ୍ୟ ମଶା ଛାଡ଼ୁଥିବା ଲାଳକୁ କେମିକାଲ୍ ପଦାର୍ଥ ଆକାରରେ ଗ୍ରହଣ କରିଥାଏ । ତେଣୁ ସଙ୍ଗେ ସଙ୍ଗେ ଇମ୍ୟୁନୋ ସିଷ୍ଟମ୍ ରିଆକ୍ଟ କରେ ଓ ତାହା ଆମ ମସ୍ତିସ୍କ ଜାଣିପାରେ ଓ ଆମେ ମଶା କାମୁଡ଼ିଥିବା ସ୍ଥାନକୁ କୁଣ୍ଡାଇଥାଉ ।

ମଶା କାମୁଡ଼ିବା ସ୍ଥାନରେ ନାଲି ପଡ଼ିବାର ଓ ଫୁଲିବାର କାରଣ ହେଲା ହିସ୍ଟାମୀନ । ହିସ୍ଟାମୀନ ଏକ ଏପରି କେମିକାଲ୍ ଯାହାଦ୍ୱାରା ଇମ୍ୟୁନୋ ସିଷ୍ଟମ୍ ଆଲର୍ଟ ହୋଇଥାଏ । ରକ୍ତରେ ଯେତେ ମାତ୍ରାରେ ହିସ୍ଟାମୀନର ମାତ୍ରା ବଢ଼ିଥାଏ ସେତେ ସେହି ସ୍ଥାନରେ ହ୍ୱାଇଟ୍ ବ୍ଲଡ୍ ସେଲ୍ ସୃଷ୍ଟି ହୁଏ । ଫଳସ୍ୱରୂପ କୁଣ୍ଡାଇ ହୁଏ । ତେବେ କିଛି ଲୋକଙ୍କ ମଶା କାମୁଡ଼ିଲେ ରିଆକ୍ଟ କରନ୍ତି କିନ୍ତୁ ଏପରି ଅନେକ ରହିଛନ୍ତି ଯେଉଁ ମାନେ ମଶା କାମୁଡ଼ିଲେ କୌଣସି ପ୍ରକାର ରିଆକ୍ଟ କରନ୍ତି ନାହିଁ କି ତାଙ୍କୁ କୁଣ୍ଡାଇ ହୁଏନି । ଏମାନେ ମଶାର ଲାଳକୁ ସହଜରେ ସହ୍ୟ କରିଯାଆନ୍ତି ।

ମଶା କାହିଁକି କାମୁଡ଼େ

ଏମିତିରେ ବି ମଶା ରକ୍ତ ପାଇଁ କାମୁଡ଼ିଥାଏ । ଏଥିସହ ମଶା ନିଜ ଶରୀରରେ ଅଣ୍ଡା ତିଆରି କରିବା ପାଈଁ କାମୁଡ଼ିଥାଏ । କାରଣ ଅଣ୍ଡା ପାଇଁ ମନୁଷ୍ୟଙ୍କ ରକ୍ତର ଆବଶ୍ୟକତା ହୋଇଥାଏ । ଏହି କାରଣରୁ ମଶା ଅଧିକ ମାତ୍ରାରେ ମଣିଷଙ୍କୁ କାମୁଡ଼ିଥାଆନ୍ତି । ମଶା ମାନଙ୍କ ମୁହଁ ଏକ ଷ୍ଟ୍ର ପରି ହୋଇଥାଏ । ଯାହାକୁ ଇଂରାଜୀରେ ପ୍ରୋବୋସିସ୍ କୁହାଯାଏ । ଏହା ସାହାଯ୍ୟରେ ମଶା ରକ୍ତ ଶୋଷିଥାଏ ।

Get real time updates directly on you device, subscribe now.