fbpx

ଭାରତର ଏମିତି ଏକ ଗୁପ୍ତ ଦୀପ, ଯେଉଁଠି କି ଯିବା ଉପରେ ଲାଗିଛି କଟକଣା, ଗଲେ ଫେରିବା ମୁସ୍କିଲ !

ନୂଆଦିଲ୍ଲୀ: ଭାରତରେ ଏମିତି ଏକ ଦ୍ଵୀପ ରହିଛି, ଯେଉଁଠି କି ଯିବା ବାସ୍ତବରେ ବିପଦଜ୍ଜନକ। ସରକାର ଏହି ଦ୍ଵୀପକୁ ଯିବା ଆସିବା ଉପରେ କଟକଣା ଲଗାଇଛନ୍ତି। ଦୁଇ ତିନି ବର୍ଷ ପୂର୍ବେ ଜଣେ କି ଦୁଇ ଜଣ ବିଦେଶୀ ଲୁଚି କି ସେଠାକୁ ଗଲେ, କିନ୍ତୁ ଆଉ ଜୀବିତ ଫେରି ପାରିଲେ ନାହିଁ। ଫେରିଲା ସେମାନଙ୍କ ମୃତଦେହ। ମନରେ ଭୟ ସଞ୍ଚାର କରୁଥିବା ଏହି ଦ୍ଵୀପର ନାମ ସେଣ୍ଟିନଲ ଦ୍ଵୀପ। ଆନୁଷ୍ଠାନିକ ଭାବେ ଭାରତ ସରକାର ଏଠାକୁ କୌଣସି ପ୍ରକାରର ଯିବା ଆସିବା ଉପରେ ନିଷେଧାଦେଶ ଲାଗୁ କରିଛନ୍ତି।

ଆଣ୍ଡାମାନ-ନିକୋବରର ଏହି ଦ୍ଵୀପକୁ ବହୁତ ସୁନ୍ଦର କୁହାଯାଏ। ତିନି ବର୍ଷ ପୂର୍ବେ ଭାରତ ଭ୍ରମଣରେ ଆସିଥିବା ଜଣେ ଆମେରିକୀୟ ନାଗରିକ ଉକ୍ତ ଦ୍ଵୀପକୁ ଯାଇଥିଲେ। ତେବେ ସେଠାକାର ସ୍ଥାନୀୟ ଲୋକେ କଥିତ ଭାବେ ତାଙ୍କର ହତ୍ୟା କରିଥିଲେ। ଏହି ଦ୍ଵୀପରେ ସେଣ୍ଟିନେଲିସ ଜନଜାତି ସମୁଦାୟର ଆଦିବାସୀ ବସବାସ କରନ୍ତି। ଏଠାକୁ କେହି ଆସୁ ସେମାନଙ୍କର ଆଦୌ ପସନ୍ଦ ନୁହେଁ। ଏହି ଜନଜାତିଙ୍କୁ ବହୁତ ବିପଦଜ୍ଜନକ କୁହାଯାଏ।

ସେଣ୍ଟିନଲ ଦ୍ଵୀପକୁ ଯିବାରେ କାହିଁକି ଲଗାଯାଇଛି ବାସନ୍ଦ
ଏହି ଦ୍ଵୀପକୁ ନା ସରକାରୀ ଅଫିସର ଯାଆନ୍ତି ନା କୌଣସି ଉଦ୍ୟୋଗପତି। ଏପରିକି ଆର୍ମି ଏବଂ ପୋଲିସକୁ ମଧ୍ୟ ସେଣ୍ଟିନଲ ଦ୍ଵୀପ ଯିବା ଉପରେ କଟକଣା ଲଗାଯାଇଛି। ଏହା କିଙ୍ଗ କଙ୍ଗ ଫିଲ୍ମର ସ୍କଲ ଆଇଲାଣ୍ଡ ପରି, ଯେଉଁଠି କି ଯାଇ ଆଉ ଫେରିବା ଅସମ୍ଭବ ବୋଲି କୁହାଯାଏ।

ଏହି ଦ୍ଵୀପର ନାମ ନର୍ଥ ସେଣ୍ଟିନଲ ଆଇଲାଣ୍ଡ। ଆକାଶରୁ ଦେଖିଲେ ଏହି ଦ୍ଵୀପ ସାଧାରଣ ଦ୍ଵୀପ ପରି ବହୁତ ଶାନ୍ତ ଦେଖାଯାଏ। ଚିର ସବୁଜ ସହ ପ୍ରାକୃତିକ ପରିବେଶରେ ବହୁତ ସୁନ୍ଦର ଦେଖାଯାଏ ଏହି ଦ୍ଵୀପ। ମାତ୍ର ସେଠାରେ ଏମିତି କିଛି ରହସ୍ୟ ରହିଛି, ଯେଉଁଥିପାଇଁ ଉକ୍ତ ଦ୍ଵୀପକୁ ନା ପର୍ଯ୍ୟଟକ ଯିବାକୁ ସାହାସ ବାନ୍ଧନ୍ତି ନା ମତ୍ସ୍ୟଜୀବୀ।

୨୦୦୬ରେ କିଛି ମତ୍ସ୍ୟଜୀବୀ ଭୁଲରେ ଉକ୍ତ ଆଇଲାଣ୍ଡରେ ପହଞ୍ଚି ଯାଇଥିଲେ। ତେବେ ସେମାନେ କିଛି ବୁଝିବା ପୂର୍ବରୁ ନିଜର ପ୍ରାଣ ହରାଇଥିଲେ। ସେଠାକାର ସ୍ଥାନୀୟ ଜନଜାତି ତୀର ମାଡ କରି ସେମାନଙ୍କ ହତ୍ୟା କରିଥିଲେ। ଏହି ଜନଜାତିର ଲୋକେ ଅଗ୍ନି ପରି ତୀର ଚାଳନାରେ ସିଦ୍ଧହସ୍ତ। ଏଥିପାଇଁ ନିଜ ସୀମା କ୍ଷେତ୍ରରେ କମ ଉଚ୍ଚତାରେ ଉଡୁଥିବା ବିମାନ ଉପରେ ମଧ୍ୟ ଆକ୍ରମଣ କରିଥାନ୍ତି।

କେତେ ପୁରୁଣା ଏହି ଦ୍ଵୀପ
ବଙ୍ଗୋପସାଗରରେ ଅବସ୍ଥିତ ଏହି ଦ୍ଵୀପ ଭାରତର ଅଂଶ। ମାତ୍ର ଏଠାକାର ରହସ୍ୟ ଉପରୁ ଏ ପର୍ଯ୍ୟନ୍ତ ପରଦା ହଟି ପାରି ନାହିଁ। କୁହାଯାଏ ଏହି ଦ୍ଵୀପରେ ବାସ କରୁଥିବା ଜନଜାତିଙ୍କ ଅସ୍ଥିତ୍ଵ ୬୦ ହଜାର ବର୍ଷ ପୁରାତନ। ମାତ୍ର ବର୍ତ୍ତମାନ ଏହି ଜନଜାତିର ଜନସଂଖ୍ୟା କେତେ ଏ ପର୍ଯ୍ୟନ୍ତ କିଛି ଜଣା ପଡିନାହିଁ। ତେବେ ଏକ ଅନୁମାନ ଅନୁସାରେ ଏହି ଜନଜାତି ସମ୍ବନ୍ଧିତ ଲୋକଙ୍କ ସଂଖ୍ୟା କିଛି ଡର୍ଜନରୁ ନେଇ ୧୦୦-୨୦୦ ପର୍ଯ୍ୟନ୍ତ ହୋଇପାରେ।

ବାହ୍ୟ ହସ୍ତକ୍ଷେପ ପସନ୍ଦ ନୁହେଁ
କୌଣସି ବି ପ୍ରକାରର ବାହ୍ୟ ହସ୍ତକ୍ଷେପକୁ ଏହି ଜନଜାତିର ଲୋକେ ବରଦାସ୍ତ କରି ପାରନ୍ତି ନାହିଁ। ଏଥିପାଇଁ ଏମାନଙ୍କ ବିଷୟରେ କେହି ଜାଣିବାକୁ ବି ଚେଷ୍ଟା କରନ୍ତି ନାହିଁ। ଏମାନଙ୍କର ସଂସ୍କୃତି, ପରମ୍ପରା, ଭାଷା, ରହିବା ଶୈଳୀ କେମିତି ଏହି ବିଷୟରେ କାହାରିକୁ ବି ଜଣା ନାହିଁ।

୨୦୦୪ରେ ଆସିଥିବା ପ୍ରଳୟଙ୍କାରୀ ସୁନାମୀ ପରେ ଆଣ୍ଡମାନ ଦ୍ଵୀପରେ ଅକଥନୀୟ କ୍ଷୟକ୍ଷତି ଘଟିଥିଲା। ଏହି ଦ୍ଵୀପ ଆଣ୍ଡାମନ ଦ୍ଵୀପ ପୁଞ୍ଜର ଏକ ଅଂଶ। ହେଲେ ସୁନାମୀର ଏହି ଜନଜାତି ଉପରେ କଣ ପ୍ରଭାବ ପଡିଲା ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳି ପାରି ନାହିଁ। ସୁନାମୀ ପରେ ଯେବେ ଭାରତୀୟ ତଟରକ୍ଷୀ ବାହିନୀ ସେଠାକୁ ଯିବାକୁ ଉଦ୍ୟମ କଲେ ଏହି ଲୋକେ ହେଲିକପ୍ଟର ଉପରକୁ ନିଆଁ ତୀରରେ ଆକ୍ରମଣ କରିଥିଲେ। ଫଳରେ ସେଠାକୁ ଯିବାକୁ ଅଭିଯାନକୁ ବନ୍ଦ କରି ଦିଆଯାଇଥିଲା।

ସେଣ୍ଟିନଲ ଦ୍ଵୀପର ଇତିହାସ
ଏହି ଜନଜାତିର ଲୋକଙ୍କୁ ପାଷାଣ କାଳର ଜନଜାତି ବୋଲି କୁହାଯାଏ। କାରଣ ସେହି ସମୟଠୁ ନେଇ ଆଜି ଯାଏଁ ସେମାନଙ୍କ ଭିତରେ କୌଣସି ପରିବର୍ତ୍ତନ ପରିଲଖିତ ହୋଇନଥିବା ଜଣାଯାଏ। ବୋଧହୁଏ ଏହି କାରଣରୁ ଏହି ଜନଜାତି ଲୋକଙ୍କ ଭିତରେ ଗ୍ରହଣଶୀଳତାର ଅଭାବ ଏବଂ ବାହ୍ୟ ଦୁନିଆରୁ ଦୂରରେ ରହିବାର ସ୍ଵଭାବ ରହିଛି। ଏହି ଜନଜାତିକୁ ବିଶ୍ଵର ସବୁଠୁ ଘାତକ ଏବଂ ଅଲଗା ରହୁଥିବା ଜନଜାତି ବୋଲି କୁହାଯାଏ। କେବଳ ଏତିକି ନୁହେଁ ଏହା ଏକମାତ୍ର ଏମିତି ଏକ ଜନଜାତି ଯାହାଙ୍କ ଜୀବନ ଶୈଳୀ ଏବଂ ଆଭ୍ୟନ୍ତରୀଣ ମାମଲାରେ ଭାରତ ସରକାର ମଧ୍ୟ ହସ୍ତକ୍ଷେପ କରନ୍ତି ନାହିଁ।

Get real time updates directly on you device, subscribe now.