fbpx
BSKY
BJD MC SKY
BJD YOUTH SKY

ଆମ ଗ୍ରହ ପୃଥିବୀକୁ ‘Earth’ କାହିଁକି କୁହାଯାଏ, କେଉଁଠୁ ଆସିଲା ଏହି ନାମ

ନୂଆଦିଲ୍ଲୀ: ଆମର ଗ୍ରହ ପୃଥିବୀକୁ ‘ୟାର୍ଥ’ ମଧ୍ୟ କୁହାଯାଇଥାଏ । ଆମ ଗ୍ରହକୁ ହିନ୍ଦିରେ ‘ପୃଥିବୀ’ ଓ ଇଂରାଜୀରେ ‘ୟାର୍ଥ’ କୁହାଯାଇଥାଏ ।   ତେବେ ଆପଣମାନେ ଏହି ନାମ ପଛର ସତ୍ୟତା ବିଷୟରେ ଜାଣିଛନ୍ତି କି? ସୌରମଣ୍ଡଳର ଏକମାତ୍ର ଗ୍ରହ ଭାବେ ପୃଥିବୀ ପୃଷ୍ଠରେ ଜୀବନ ଧାରଣ କରିବା ସମ୍ଭବ ହେଉଛି । ୟାର୍ଥ ଶବ୍ଦର ଅର୍ଥ ହେଉଛି ଜମି । ଇଂରାଜୀ ବା ଜର୍ମାନ ଭାଷାରୁ ଏହି ୟାର୍ଥ ଶବ୍ଦଟି ଆସିଥିବା କୁହାଯାଉଛି ।

ଏହା ପୁରୁଣା ଇଂରାଜୀ ଶବ୍ଦ ‘eor(th)e’ ‘ertha’ରୁ ଆସିଛି । ଆମ ଗ୍ରହ ୟାର୍ଥର ନାମ ୧୦୦୦ ହଜାର ବର୍ଷ ତଳୁ ରହି ଆସିଛି । ପୃଥିବୀରେ ୩୨୬ ମିଲିୟନ ଟ୍ରିଲିୟନ ଗ୍ୟାଲନରୁ ଅଧିକ ଜଳ ମହଜୁଦ ରହିଛି । ଏହି ପାଣି ମଧ୍ୟରୁ କେବଳ ୩ ପ୍ରତିଶତ ପିଇବାଯୋଗ୍ୟ ଅଟେ । ଆମର ବାୟୁମଣ୍ଡଳରେ ଗ୍ୟାସ ମିଶ୍ରଣ ହୋଇ ରହିବା ସହ ଏହା ପୃଥିବୀକୁ ଘେରି ରହିଛି । ପୃଥିବୀର ମାଧ୍ୟାକର୍ଷର ଶକ୍ତି ଦ୍ୱାରା ଏହା ପରିଚାଳିତ ହେଉଥିବା କୁହାଯାଉଛି ।

ପୃଥିବୀର ବାୟୁମଣ୍ଡଳରେ ୭୮ ପ୍ରତିଶତ ନାଇଟ୍ରୋଜେନ, ୨୧ ପ୍ରତିଶତ ଅକ୍ସିଜେନ, ୦୯. ପ୍ରତିଶତ ଆରଗନ ଓ ୦.୦୩ ପ୍ରତିଶତ କାର୍ବନ ଡାଇଅକ୍ସାଇଡ ରହିଛି । ଏଥିସହିତ ଅନ୍ୟାନ୍ୟ ଉପାଦାନ ବହୁତ କମ୍ ମାତ୍ରାରେ ରହିଛି । ଏଥିସହିତ ବାୟୁମଣ୍ଡଳରେ ଜଳୀୟ ବାଷ୍ପ, ଧୂଳିକଣା, ଉଦ୍ଭିଦ ଶସ୍ୟ ଓ ଅନ୍ୟାନ୍ୟ କଠିନ କଣିକା ମଧ୍ୟ ରହିଛି । ପୃଥିବୀ ପୃଷ୍ଠରେ ଆଣ୍ଟାର୍କଟିକାରେ ସବୁଠାରୁ କମ୍ ତାପମାତ୍ରା ମାଇନସ ୮୮ ଡିଗ୍ରୀ ସେଲସିୟସ ରହିଥାଏ । ସେହିପରି ରେଗିସ୍ତାନରେ ସର୍ବାଧିକ ତାପମାତ୍ରା ୫୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Get real time updates directly on you device, subscribe now.