fbpx

ମୁହାଁମୁହିଁ ହେବେ ଅଜୟ ଦେବଗନ ଏବଂ ମୋହନଲାଲ ! ‘ଦୃଶ୍ୟମ-୩’କୁ ନେଇ ନିର୍ମାତାଙ୍କ ବଡ ଯୋଜନା

ମୁମ୍ବାଇ: ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ-୨’ ନିକଟରେ ବକ୍ସ ଅଫିସରେ ରିଲିଜ୍ ହୋଇଛି। ଫିଲ୍ମ ପ୍ରଥମ ଦିନରେ ଦମଦାର ବ୍ୟବସାୟ କରିଛି। ବକ୍ସ ଅଫିସରେ ଦିନକୁ ଦିନ ଫିଲ୍ମର କାରବାର ବଢିବାରେ ଲାଗିଛି। ଏହି ଫିଲ୍ମ ୨୦୧୫ରେ ରିଲିଜ୍ ହୋଇଥିବା ‘ଦୃଶ୍ୟମ’ର ସିକ୍ଵେଲ। ଏହା ମାଲାୟଲମ ଫିଲ୍ମର ରିମେକ୍। ମାଲାୟଲମରେ ମୋହନଲାଲ ଲିଡ୍ ରୋଲରେ ନଜର ଆସିଥିଲେ। ଗତ ବର୍ଷ ଫେବୃଆରୀରେ ମାଲାୟାଲି ‘ଦୃଶ୍ୟମ-୨’ ସିନେମାଘରେ ରିଲିଜ୍ ହୋଇଥିଲା, ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଫିଲ୍ମଟି ଲକଡାଉନ୍ ଏବଂ କରୋନା ମହାମାରୀ ସମୟରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହୋଇଥିଲା।

ଏବେ ଅଜୟ ଦେବଗନଙ୍କ ‘ଦୃଶ୍ୟମ-୨’ ରେକର୍ଡ ଆୟ କରି ଇତିହାର ରଚିବାକୁ ଯାଉଛି। ‘ଦୃଶ୍ୟମ-୨’ର ଶେଷ ଭାଗରେ ଏହାର ପରବର୍ତ୍ତୀ ପାର୍ଟ ଅର୍ଥାତ ‘ଦୃଶ୍ୟମ-୩’ର ହିଣ୍ଟ ମିଳି ସାରିଛି। କୁହାଯାଉଛି ଯେ ନିର୍ମାତା ‘ଦୃଶ୍ୟମ-୩’ ଖୁବ୍ ଶୀଘ୍ର ନିର୍ମାଣ କରିବାକୁ ଯାଉଛନ୍ତି। କେବଳ ଏତିକି ନୁହେଁ ଉଭୟ ମାଲାୟଲମ ଏବଂ ହିନ୍ଦୀର ଦୃଶ୍ୟମକୁ ଏକ ସଙ୍ଗେ ସୁଟ୍ କରାଯିବା ସହିତ ସମାନ ସମୟରେ ରିଲିଜ୍ କରାଯିବ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ମାଲାୟଲମ ଏବଂ ହିନ୍ଦୀ ଭର୍ସନର ନିର୍ମାତା ଏବେ ଏକ ସଙ୍ଗେ ଦୁଇ ଭାଷାରେ ‘ଦୃଶ୍ୟମ’ର ତୃତୀୟ ଭାଗ ରିଲିଜ୍ କରିବାକୁ ଯୋଜନା କରୁଛନ୍ତି। ସୂଚନାଯୋଗ୍ୟ, ‘ଦୃଶ୍ୟମ’ ଏବଂ ‘ଦୃଶ୍ୟମ-୨’ ଉଭୟର ହିନ୍ଦୀ ଭର୍ସନ ଓରିଜିନାଲ ମାଲାୟଲମ ଭର୍ସନର ରିଲିଜ୍ ପରେ ହିଁ ଦୀର୍ଘ ସମୟ ପରେ ସିନେମାଘରକୁ ଆସିଛି। ପୁଣି ଦୁଇ ଫିଲ୍ମ ସଫଳତା ମଧ୍ୟ ହାସଲ କରିଛି।

ନିର୍ମାତା ‘ଦୃଶ୍ୟମ’ ଫ୍ରାଞ୍ଚାଇଜିର ତୃତୀୟ ଭାଗକୁ ଅନ୍ତିମ ରୂପ ଦେବାକୁ ଯୋଜନା କରିଛନ୍ତି। ଯଦି ସବୁ କିଛି ଠିକ୍  ଚାଲେ ତେବେ ‘ଦୃଶ୍ୟମ-୩’ ରିଲିଜ୍ ଭାରତୀୟ ସିନେମାରେ ଏକ ଐତିହାସିକ ମୁହୂର୍ତ୍ତ ହେବ। ଉଭୟ ମାଲାୟଲମ ଏବଂ ହିନ୍ଦୀ ଭର୍ସନରେ ‘ଦୃଶ୍ୟମ-୩’ ଏକ ସଙ୍ଗେ ରିଲିଜ୍ ହେଲେ ମୋହନଲାଲ ଏବଂ ଅଜୟ ଦେବଗନ ମୁହାଁମୁହିଁ ହେବେ।

Get real time updates directly on you device, subscribe now.