fbpx

ନାଳ ପାଣି ପିିଇଥିଲେ, ଟଏଲଟର ଗନ୍ଧ ସହିଥିଲେ : ଏପରି କାହିଁକି କହିଲେ ବିଲ୍ ଗେଟ୍ସ ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ ଗେଟ୍ସଙ୍କୁ କିଏ ବା ନଜାଣେ । ଦାନଠାରୁ ଆରମ୍ଭ କରି ଟେକ୍ନୋଲୋଜି ପର୍ଯ୍ୟନ୍ତ ସମସ୍ତେ ତାଙ୍କ କାର୍ଯ୍ୟର ପ୍ରଶଂସକ ଅଟନ୍ତି । ସେ ହେଉଛନ୍ତି ଦୁନିଆର ଷଷ୍ଠ ଧନୀ ବ୍ୟକ୍ତି । କିନ୍ତୁ ତାଙ୍କର ଏକ ଲିଙ୍କ୍ଡିନ୍ ପୋଷ୍ଟରେ ଗେଟ୍ସ କହିଛନ୍ତି ଯେ ସେ ଟଏଲଟର ଦୁର୍ଗନ୍ଧ ସହିଛନ୍ତି ଏବଂ ନାଳ ପାଣି ପିଇଛନ୍ତି ।

ବିଲ୍ ଗେଟ୍ସ ତାଙ୍କ ଲିଙ୍କ୍ଡିନ୍ ପୋଷ୍ଟରେ ଲେଖିଛନ୍ତି ଯେ, ମୁଁ ଗତ କିଛି ବର୍ଷ ମଧ୍ୟରେ ଅନେକ ଅଦ୍ଭୁତ କାର୍ଯ୍ୟ କରିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ମୁଁ ଆମେରିକୀୟ ହାସ୍ୟ ଅଭିନେତା ଜିମି ଫାଲନଙ୍କ ସହ ନାଳ ପାଣି ପିଇବା ସହିତ ଟଏଲଟର ଦୁର୍ଗନ୍ଧକୁ ମଧ୍ୟ ଶୁଙ୍ଘିଛନ୍ତି । ଗେଟ୍ସ କହିଛନ୍ତି, ‘ଏହି ଜିନିଷଗୁଡ଼ିକରେ ଆପଣ ମାନଙ୍କୁ ନିଶ୍ଚିତ ଭାବରେ ହସ ଲାଗୁଥିବ । କିନ୍ତୁ ମୋର ଉଦ୍ଦେଶ୍ୟ ସର୍ବଦା ଲୋକଙ୍କୁ ଏପରି ସମସ୍ୟା ବିଷୟରେ ଅବଗତ କରାଇବା ଯାହାକି ବିଶ୍ୱର ୩.୬ ବିଲିୟନ ଲୋକଙ୍କୁ ପ୍ରଭାବିତ କରିଥାଏ ।

ଏହି ପୋଷ୍ଟରେ ବିଲ୍ ଗେଟ୍ସ କହିଛନ୍ତି, ‘ବିଶ୍ୱର ବୈଜ୍ଞାନିକ ଏବଂ ଇଞ୍ଜିନିୟର ମାନଙ୍କୁ ଧନ୍ୟବାଦ, କାରଣ ଆମେ ରୋଗ ଏବଂ ଜ୍ୱର ପ୍ରତିରୋଧ ପାଇଁ ନିକଟତର ହୋଇଛୁ ।’ ବିଲ୍ ଗେଟ୍ସଙ୍କ ଏହି ପୋଷ୍ଟ ସାରା ବିଶ୍ୱରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ନଭେମ୍ବର ୨୦୧୮ରେ ଏକ ଘଟଣା ବିଷୟରେ ଗେଟ୍ସ କହିଥିଲେ ଯେ, ବିକାଶଶୀଳ ଦେଶମାନଙ୍କରେ ଶୌଚାଳୟର ଅଭାବକୁ ଦୃଷ୍ଟିରେ ରଖି ସେ ବେଜିଂର ଏକ ମଞ୍ଚ ଉପରେ ଏକ କାଚ ପାତ୍ରରେ ମାନବ ମଳ ଧରି ପହଞ୍ଚିଥିଲେ ।

ଏହି ପୋଷ୍ଟରେ ଜୁଲାଇ ୨୦୨୧ର ଏକ ଲିଙ୍କ ମଧ୍ୟ ଅଛି, ଯେଉଁଥିରେ ଜନସଂଖ୍ୟା ବୃଦ୍ଧି ହେତୁ ସ୍ୱଚ୍ଛତା ପାଇଁ ନୂତନ ସମାଧାନ ଖୋଜିବା ବିଷୟରେ ଆଲୋଚନା ହୋଇଥିଲା । ଗେଟ୍ସ ତାଙ୍କ ବ୍ଲଗରେ କହିଛନ୍ତି ଯେ ପ୍ରାୟ ୩.୬ ବିଲିୟନ ଲୋକ, କିମ୍ବା ବିଶ୍ୱର ପ୍ରାୟ ଅଧା ଲୋକଙ୍କ ନିକଟରେ ଶୌଚାଳୟର ସୁବିଧା ନାହିିଁଁ । ମାଇକ୍ରୋସଫ୍ଟର କୋ- ଫାଉଣ୍ଡର କହିଛନ୍ତି, ଶୌଚାଳୟ ବିନା ବଞ୍ଚିବା ଏକ ସମସ୍ୟାଠାରୁ ଅଧିକ । ଏହା ରୋଗ ଏବଂ ମୃତ୍ୟୁର କାରଣ ହୋଇଥାଏ ।

Get real time updates directly on you device, subscribe now.