fbpx

ଅନ୍ତିମ ସଂସ୍କାର ସମୟରେ କାହିଁକି ପରିଧାନ କରାଯାଏ ଧଳା ପୋଷାକ, ପଛକୁ ବୁଲି ଚାହିଁବାକୁ କାହିଁକି କରାଯାଏ ମନା; ଜାଣନ୍ତୁ ଏହା ପଛର ପ୍ରକୃତ କାରଣ

ଭୁବନେଶ୍ୱର: ହିନ୍ଦୁ ଧର୍ମ ଏବଂ ଶାସ୍ତ୍ରରେ ଅନେକ ପ୍ରଥା, ପରମ୍ପରା, ରୀତିନୀତି ଆଦି ରହିଛି । ଜଣେ ବ୍ୟକ୍ତି ତାର ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଏହିସବୁ ମାଧ୍ୟମ ଦେଇ ହିଁ ଗତି କରିଥାଏ। କିନ୍ତୁ ଏହି ପରମ୍ପରା ମଧ୍ୟରୁ୧୬ ସଂସ୍କାର ହେଉଛି ଅନ୍ୟତମ । ଯାହାର ହିନ୍ଦୁ ଧର୍ମରେ ବିଶେଷ ମହତ୍ତ୍ୱ ଏବଂ ଗୁରୁତ୍ୱ ରହିଛି  । ତେବେ ଏହି ୧୬ ସଂସ୍କାର ଭିତରେ ମଣିଷ ଅନ୍ତିମ ସଂସ୍କାର ମଧ୍ୟ ରହିଛି। ଯାହାକି ଅନ୍ୟ ସଂସ୍କାର ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

ଶାସ୍ତ୍ର ଅନୁଯାୟୀ,  ଏହି ଅନ୍ତିମ ସଂସ୍କାର ବିଷୟରେ ହିନ୍ଦୁ ଧର୍ମରେ ଅନେକ କିଛି କଥା ଉଲ୍ଲେଖ କରାଯାଇଛି । ଖାସ କରି ଅନ୍ତିମ ସଂସ୍କାର ସମୟରେ କାହିଁକି ଧଳା ପୋଷାକ ପରିଧାନ କରାଯାଏ ଏବଂ ଶବଦାହରୁ ଆସିବା ପରେ କଣ କରିବା ଅନୁଚିତ ଏହିସବୁ ବିଷୟରେ ଅନେକ କିଛି କୁହାଯାଇଛି। ବର୍ତ୍ତମାନ ଆସନ୍ତୁ ଜାଣିବା ଏହିସବୁ ବିଷୟରେ…

ଅନ୍ତିମ ସଂସ୍କାର ସମୟରେ କାହିଁକି ପିନ୍ଧାଯାଏ ଧଳା ପୋଷାକ: 

ଶାସ୍ତ୍ର ମତରେ ଧଳା ରଙ୍ଗକୁ ସାତ୍ବିକ ରଙ୍ଗ ଭାବରେ ବର୍ଣ୍ଣନା କରାଯାଇଛି । ଏଥିସହିତ ଧଳା ରଙ୍ଗକୁ ଶାନ୍ତିର ପ୍ରତୀକ ମଧ୍ୟ କୁହାଯାଏ। ବିଶ୍ୱାସ ଅନୁଯାୟୀ, ଶ୍ମଶାନରେ ଧଳା ରଙ୍ଗର ପୋଷାକ ପିନ୍ଧିବା ଦ୍ଵାରା  ଆପଣ ନକାରାତ୍ମକ ଶକ୍ତିର ସଂସ୍ପର୍ଶରେ ଆସିବେ ନାହିଁ । ଏତତ୍ ବ୍ୟତୀତ ସଂସ୍କାର କାର୍ଯ୍ୟ ମଧ୍ୟ ସୁରୁଖୁରୁରେ ହୋଇଥାଏ। ଯାହାଫଳରେ ମୃତ ବ୍ୟକ୍ତିର ଆତ୍ମାକୁ ଶାନ୍ତି ମିଳିଥାଏ ବୋଲି କୁହାଯାଏ ।

ଅନ୍ତିମ ସଂସ୍କାର ପରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାର୍ଯ୍ୟ:

– ଗରୁଡ ପୁରାଣଙ୍କ ଅନୁଯାୟୀ ଜଣେ ମୃତ ବ୍ୟକ୍ତିଙ୍କ ଶରୀରକୁ  ରୀତିନୀତି ଅନୁଯାୟୀ ଦାହ କରିବା ପରେ କେବେ ପଛକୁ ଫେରି ଚାହିଁବା ଉଚିତ୍ ନୁହେଁ । ଯଦି ଆପଣ ଏପରି  କରୁଛନ୍ତି, ତେବେ ଆପଣ ସେହି ବ୍ୟକ୍ତିଙ୍କୁ ନିରାଶ କରୁଛନ୍ତି ବୋଲି ବିଶ୍ଵାସ କରାଯାଏ। । ଫଳରେ ସେହି ମୃତ ବ୍ୟକ୍ତିର ଆତ୍ମା ​​ଆକର୍ଷଣର ପ୍ରଭାବରେ ନିଜ ଘରକୁ ଫେରିବାକୁ ଚାହିଁଥାଏ ।  ଯାହାକି ଆପଣଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ଏବଂ ଆପଣଙ୍କର କ୍ଷତି କରିବାକୁ ଚାହେଁ। ତେଣୁ ଶବଦାହ ପରେ  କେବେ ବି ଭୁଲରେ ପଛକୁ ଫେରି ଚାହିଁବା ଉଚିତ୍ ନୁହେଁ ।

– ଶବଦାହ ପରେ ଘରକୁ ଫେରିବା ପରେ ଗାଧୋଇବାକୁ ପଡେ ବୋଲି ବିଶ୍ୱାସ ରହିଛି।  କାରଣ ଶାସ୍ତ୍ର ଅନୁସାରେ ଶ୍ମଶାନରେ ଅନେକ ପ୍ରକାରର ନକାରାତ୍ମକ ଶକ୍ତି ରହିଥାଏ । ସେଥିପାଇଁ ଘରକୁ ଫେରିବା ପରେ ଗାଧୋଇବା ସହିତ ପୋଷାକ ଧୋଇବା ଉଚିତ୍ । ଏହା ପରେ  ଘରସାରା  ଗଙ୍ଗାଜଳ ସିଞ୍ଚନ କରିଯାଏ । ଏପରି ନ କରିବା ଦ୍ୱାରା ମୃତ ବ୍ୟକ୍ତିର ଆତ୍ମା ଘର ଏବଂ ପରିବାରର ସଦସ୍ୟଙ୍କ ଉପରେ କୁ ଦୃଷ୍ଟି ପକାଇଥାଏ । ଯାହାଫଳରେ ଘରେ ସର୍ବଦା ଅଶାନ୍ତି ଲାଗିରୁହେ । ତେଣୁ ଶ୍ମଶାନରୁ ଫେରିବା ପରେ ଶୁଦ୍ଧସ୍ନାନ ସହ ଘରକୁ ମଧ୍ୟ ପବିତ୍ର କରିବା ଉଚିତ୍। ଏହା କରିବା ଦ୍ୱାରା ଆପଣଙ୍କ ଘର ଏବଂ ଶରୀରରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ |

– ବିଶ୍ୱାସ କରାଯାଏ ଯେ ଘରର ଯେଉଁ କକ୍ଷରେ  ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ ସେହି କକ୍ଷରେ  ୧୨ ଦିନ ଯାଏ  ତାଙ୍କ ନାମରେ ଏକ ପ୍ରଦୀପ ପ୍ରଜ୍ୱଳିତ ହେବା ଉଚିତ୍ | ଏପରି କରିବା ଦ୍ୱାରା ମୃତ ବ୍ୟକ୍ତିର ଆତ୍ମାକୁଏ ଶାନ୍ତି ମିଳେ । ଫଳରେ ସେ ଭୂ ଲୋକ ଛାଡ଼ି ଚାଲିଯାଏ ।  ଏତତ୍ ବ୍ୟତୀତ ପିତୃପକ୍ଷ ସମୟରେ ପିଣ୍ଡଦାନ ମଧ୍ୟ କରିବା ଉଚିତ୍। ଯଦି ଆପଣ ଏପରି ନ କରନ୍ତି ତେବେ ତାଙ୍କର କୋପ ଦୃଷ୍ଟି ଆପଣଙ୍କ ଉପରେ ଏବଂ ପରିବାର ଉପରେ ପଡିଥାଏ ।

Get real time updates directly on you device, subscribe now.