fbpx
BJD SKY
BJD SKY

ନିର୍ବାଚନ ପାଖେଇ ଆସିଲେ ରାଜନେତାମାନେ ଦଳ ପରିବର୍ତ୍ତନ କରିଥାନ୍ତି କାହିଁକି: ଏହା ପଛର କାରଣଗୁଡ଼ିକ କ’ଣ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହିତ ଚଳିତ ବର୍ଷ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ୍, ମହାରାଷ୍ଟ୍ର, ହରିୟାଣା ଆଦି କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତେବେ ନିର୍ବାଚନ ପୂର୍ବରୁ ରାଜନେତାଙ୍କର ଦଳ ପରିବର୍ତ୍ତନ କାହିଁ କେତେ ବର୍ଷରୁ ସତେ ଯେମିତି ପରମ୍ପରା ହୋଇ ରହି ଆସିଛି ।

ନିର୍ବାଚନ ସମୟରେ ଦେଶ, ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ମ ହୋଇ ଉଠିଥାଏ । ଏଥିସହିତ ରାଜନେତାମାନେ ମଧ୍ୟ ଧରପଗଡ଼ ହୋଇଉଠିଥାନ୍ତି । ତେବେ ନିର୍ବାଚନ ପାଖେଇ ଆସିଲେ ରାଜନେତାମାନେ କାହିଁକି ଦଳ ବଦଳ କରିଥାନ୍ତି ଏପରି କିଛି ପ୍ରଶ୍ନ ଅନେକଙ୍କ ମନକୁ ଆସିଥାଏ । ଜଣେ ନେତା କେଉଁ ଦଳରେ ରହିବେ ଆଉ କେଉଁ ଦଳକୁ ଛାଡ଼ିବେ ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ମୋଟାମୋଟି ଭାବେ ପ୍ରତ୍ୟେକ ନେତା ନିଜର ଫାଇଦାକୁ ଦେଖି ଦଳ ବଦଳାଇଥାନ୍ତି ।

କିଛି ନେତା ଦଳ ଛାଡ଼ିବାର କାରଣ ବିଷୟର ନିଜର ଇସ୍ତଫା ପତ୍ରରେ ଉଲ୍ଲେଖ କରିଥାନ୍ତି । ବ୍ୟକ୍ତିଗତ ଅସନ୍ତୋଷ, ଦଳୀୟ କନ୍ଦଳ, ବିଧାୟକ, ସାଂସଦ, ମନ୍ତ୍ରୀ ଆଦି ପଦବୀ ଲୋଭର ବଶବର୍ତ୍ତୀ ହୋଇ ଅନେକ ଦଳ ଛାଡ଼ିଥାନ୍ତି । ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରତି ପାଞ୍ଚବର୍ଷରେ ଥରେ ହେଉଥିବା ବେଳେ ଥରେ ଯିଏ ଜିତିଲା ସେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିଥାଏ । ତେଣୁ ରାଜନେତାମାନେ ଏଭଳି ମଉକାକୁ ହାତଛଡ଼ା କରନ୍ତି ନାହିଁ । କ୍ଷମତାର ମୋହ ଯାହାକୁ ଥରେ ଘାରିଥାଏ ସେ ତାକୁ ଛାଡ଼ି ଜମା ରହିପାରେ ନାହିଁ । ନେତାମାନେ ଦଳ ଛାଡ଼ିବା ପଛରେ ବିଭିନ୍ନ କାରଣ ରହିଥିଲେ ହେଁ ବ୍ୟକ୍ତିଗତ ଫାଇଦା ହାସଲ କରିବା ଅଧିକାଂଶଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହିଥାଏ ।

Get real time updates directly on you device, subscribe now.