fbpx

୫ ପ୍ରତିଶତ ତଳେ ଦେଶର ଦାରିଦ୍ର୍ୟ ହାର, NITI ଆୟୋଗ ରିପୋର୍ଟରୁ ପ୍ରକାଶ

Advertisement

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର । ଦେଶରେ ଦାରିଦ୍ର‌୍ୟ ଦୃତ ଗତିରେ ହ୍ରାସ ପାଉଛି । NITI ଆୟୋଗ ରିପୋର୍ଟରୁ ଏହା ପ୍ରକାଶ ପାଇଛି । ଭାରତର ଦାରିଦ୍ର‌୍ୟ ସ୍ତର ୫%ରୁ ତଳକୁ ଖସିଛି । ଏହା ଉଭୟ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଲୋକମାନେ ଅଧିକ ସମୃଦ୍ଧ ହେଉଛନ୍ତି ବୋଲି NITI ଆୟୋଗର ସିଇଓ ବିଭିଆର ସୁବ୍ରମଣ୍ୟମ କହିଛନ୍ତି ।

ଶନିବାର ବିଳମ୍ବିତ ରାତିରେ ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ(NSSO) ଦ୍ୱାରା ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ ୨୦୧୧-୧୨ରେ ମୁଣ୍ଡ ପିଛା ମାସିକ ଘରୋଇ ଖର୍ଚ୍ଚ ୨୦୨୨-୨୩ରେ ଦ୍ୱିଗୁଣାରୁ ଅଧିକ ହୋଇଛି ଯାହା ଦେଶର ସମୃଦ୍ଧ ସ୍ତରକୁ ଦର୍ଶାଉଛି । ସୁବ୍ରମଣ୍ୟମ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଦାରିଦ୍ର‌୍ୟ ଦୂରିକରଣ ପଦକ୍ଷେପ ଗୁଡ଼ିକ ଉପଭୋକ୍ତା ଖର୍ଚ୍ଚ ସର୍ଭେରେ ମଧ୍ୟ ପ୍ରତିଫଳିତ ହୋଇଛି । ସେ କହିଛନ୍ତି ଯେ ଏହି ସର୍ଭେ ଜନସଂଖ୍ୟାକୁ ୨୦ଟି ବିଭିନ୍ନ ବର୍ଗରେ ବିଭକ୍ତ କରିଛି ଏବଂ ପ୍ରତ୍ୟେକ ବ୍ୟକ୍ତିର ମାସିକ ମୁଣ୍ଡ ପିଛା ହାରାହାରି ଖର୍ଚ୍ଚ ଗ୍ରାମାଞ୍ଚଳରେ ୩, ୭୭୩ ଏବଂ ସହରାଞ୍ଚଳରେ ୬, ୪୫୯ ଟଙ୍କା ରହିଛି । ନିମ୍ନ ୦-୫ ପ୍ରତିଶତ ବର୍ଗର ମୁଣ୍ଡପିଛା ହାରାହାରି ଖର୍ଚ୍ଚ ଗ୍ରାମାଞ୍ଚଳରେ ୧୩୭୩ ଏବଂ ସହରାଞ୍ଚଳରେ ୨୦୦୧ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସର୍ଭେରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଗ୍ରାମାଞ୍ଚଳର ଲୋକମାନେ ସହରାଞ୍ଚଳ ତୁଳନାରେ ଦ୍ରୁତ ଗତିରେ ଅଗ୍ରଗତି କରୁଛନ୍ତି । ଯାହା ଉଭୟ ଅଞ୍ଚଳ ମଧ୍ୟରେ ଥିବା ପାର୍ଥକ୍ୟକୁ ହ୍ରାସ କରିଛି। ଏହି ସର୍ଭେରେ ସରକାରୀ କଲ୍ୟାଣକାରୀ ଯୋଜନାର ଲାଭକୁ ମଧ୍ୟ ବିଚାରକୁ ନିଆଯାଇଛି । ଯାହାକି ଗରିବ ପରିବାରର ବ୍ୟବହାରରେ ସହାୟକ ହୋଇଛି।ଏଥିରେ ଲୋକମାନେ ମାଗଣା ଖାଦ୍ୟ ଶସ୍ୟ ଏବଂ ପିଲାମାନଙ୍କ ପାଇଁ ସାଇକେଲ ଏବଂ ସ୍କୁଲ ୟୁନିଫର୍ମ ଭଳି ସାମଗ୍ରୀ ପାଇଛନ୍ତି ।

ସର୍ବେକ୍ଷଣରୁ ଜଣାପଡିଛି ଯେ ୨୦୧୧-୧୨ରେ ଏହି ବ୍ୟବଧାନ ୮୪% ଥିଲା ଏବଂ ୨୦୨୨-୨୩ରେ ଏହା ୭୧% କୁ ହ୍ରାସ ପାଇଛି । ଏହି ବ୍ୟବଧାନ ୨୦୦୪-୦୫ରେ ୯୧ ପ୍ରତିଶତରେ ପହଞ୍ଚିଥିଲା । ଦେଶର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ମୋଟ୍ ଖର୍ଚ୍ଚରେ ଶସ୍ୟ ଏବଂ ଖାଦ୍ୟ ବ୍ୟବହାରରେ ଅଂଶଧନ ହ୍ରାସ ପାଇଥିବା NSSO ସର୍ଭେରେ ଦର୍ଶାଇଛି ।

Get real time updates directly on you device, subscribe now.