fbpx

ଏହି କାରଣରୁ ମହଙ୍ଗା ହେଉଛି ଟମାଟର-ପିଆଜ, Economic Survey ରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ୨୨ ଜୁଲାଇରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆର୍ଥିକ ବର୍ଷ ୨୦୨୩-୨୪ର ଅର୍ଥିକ ସର୍ଭେ ଜାରି କରିଛନ୍ତି । ଏହି ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ୬.୫ ରୁ ୭ ପ୍ରତିଶତ ମୂଲ୍ୟରେ ଅଗକୁ ବଢିବ । ଏଥିସହ ସର୍ଭେରେ ଏହି କଥା ସାମ୍ନାକୁ ଆସିଛି ଯେ, ଟମାଟର ଏବଂ ପିଆଜ ଭଳି ଆବଶ୍ୟକୀୟ ଜିନିଷର ମୂଲ୍ୟରେ ବୃଦ୍ଧି ଘଟିବାର ସବୁଠାରୁ ବଡ଼ କାରଣ କଣ?

ଇକୋନୋମିକ ସର୍ଭେରେ କୁହାଯାଇଛି ଯେ, ଆର୍ଥିକ ବର୍ଷ ୨୦୨୩-୨୪ରେ ଖରାପ ପାଗ ଚାଲୁଥିବାରୁ ଫସଲ ଉତ୍ପାଦନ ଉପରେ ଏହାର ସିଧା ପ୍ରଭାବ ପଡୁଛି । ଫସଲ ନଷ୍ଟ ହେବା ଏବଂ ଲଜିଷ୍ଟିକରେ ସମସ୍ୟା ଚାଲୁଥିବାରୁ ଟମାଟର ମୂଲ୍ୟରେ ବୃଦ୍ଧି ଘଟିଛି । ସେହିପରି ପିଆଜ ଚାଷ ସରିବାର କିଛିଦିନରେ ଅତ୍ୟଧିକ ବର୍ଷା ଯୋଗୁଁ ମୂଲ୍ୟରେ ବୃଦ୍ଧି ଘଟିଛି । କୃଷି କ୍ଷେତ୍ରକୁ ଜଳାଶୟରେ ପାଣିର ଅସୁବିଧା ଏବଂ ଖରାପ ପାଗ କାରଣରୁ ଫସଲ ଖରାପ ହେବାରୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି । ଏହି କାରଣରୁ ଉତ୍ପାଦନ ଉପରେ ପ୍ରଭାବ ପଡିଛି ଏବଂ ଅତ୍ୟଧିକ ମୂଲ୍ୟରେ ବୃଦ୍ଧି ଘଟିଛି ।

Get real time updates directly on you device, subscribe now.