fbpx

ଦାନ୍ତ ନଘଷି ସକାଳେ ପାଣି ପିଇବା ଆବଶ୍ୟକ କି? ଜାଣନ୍ତୁ, ଏପରି କରିବା ଦ୍ୱାରା ମିଳିଥାଏ କେଉଁ ସବୁ ଫାଇଦା

ଓଡ଼ିଶା ଭାସ୍କର: ଆମେ ସବୁଦିନ ସକାଳୁ ଉଠିବା ପରେ ନିଶ୍ଚୟ ଦାନ୍ତ ଘଷିଥାନ୍ତି । ଦାନ୍ତ ଘଷିବା ଦ୍ୱାରା ପାଟିରୁ ଗନ୍ଧ ଦୂର ହୋଇଥାଏ ଏହା ସହ ସବୁ ଜୀବାଣୁ ମଧ୍ୟ ଦୂର ହୋଇଥାଏ, ଦାନ୍ତ ମଧ୍ୟ ସଫା ହୋଇଥାଏ । ଆମେ ସବୁବେଳେ ଶୁଣିଛେ ଯେ ଦାନ୍ତ ନଘଷି କିଛି ଖାଇବା କଥା ନୁହେଁ କାରଣ ପାଟିରେ ଥିବା ଜୀବାଣୁ ଖାଦ୍ୟ ଦ୍ୱାରା ପେଟରେ ପହଞ୍ଚିଥାନ୍ତି ଏବଂ ପେଟ ଖରାପ ହୋଇଥାଏ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଆମେ ଦାନ୍ତ ନଘଷି ସକାଳେ ପାଣି ପିଇବା ଆବଶ୍ୟକ କି?

ପାଣି ପଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ । ସୁସ୍ଥ ରହିବା ପାଇଁ ପ୍ରତିଦିନ ଜଣେବ ବ୍ୟକ୍ତିଙ୍କୁ ୮ ରୁ ୧୦ ଗ୍ଲାସ୍ ପାଣିପିଇବା ଦରକାର । ଏହାଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ ଏବଂ ଖରାଦିନେ ଏଭଳି କରିବା ଆହୁରି ଫାଇଦା ମିଳିଥାଏ ।

ତେବେ ସକାଳୁ ଉଠି ଯଦି ଆପଣ ବିନା ବ୍ରଶ୍ କରି ପାଣି ପିଉଛନ୍ତି ତେବେ ଏହାଦ୍ୱାରା କୌଣସି ଅସୁବିଧା ହେବନାହିଁ ବରଂ ଏହାଦ୍ୱାରା ଅନେକ ଫାଇଦା ମିଳିଥାଏ । ବର୍ତ୍ତମାନ ଖରାଦିନ ଚାଲୁଥିବାରୁ ନିହାତି ବିନା ବ୍ରସରେ ପାଣି ପିଇବା ଅଭ୍ୟାସ କରନ୍ତୁ ।

– ଯଦି ଆପଣ ସକାଳେ ବ୍ରଶ୍ କରିବା ପୂର୍ବରୁ ଏକ ଗ୍ଲାସ୍ ପାଣି ପିଉଛନ୍ତି, ତେବେ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଆପଣଙ୍କୁ କୌଣସି ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ ।

– ବିନା ବ୍ରଶ୍ କରି ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ହେବା ସହ ପାଟିର ଗନ୍ଧ ମଧ୍ୟ ଦୂର କରିଥାଏ ।

– ବହୁତ କମ୍ ଲୋକ ଜାଣିଥିବେ ଯେ ବ୍ରଶ୍ ନକରି ପାଣି ପିଇବା ଦ୍ୱାରା କେଶ ଶକ୍ତିଶାଳୀ ହୋଇଥାଏ ଏବଂ ଏଥିରେ ଚମକ ଆସିଥାଏ । ଏମିତି ପାଣି ପିଇବା ଦ୍ୱାରା ପିଇବା ଦ୍ୱାରା ମୁହଁ ଏବଂ ଚର୍ମ ସଫା ଦେଖାଯାଏ ।

– ଯଦି ଆପଣ ଜଣେ ମଧୁମେହ ରୋଗୀ, ତେବେ ସକାଳୁ ଦାନ୍ତ ନଘଷି ପାଣି ପିଇବା ଦ୍ୱାରା ଲାଭ ମିଳିଥାଏ ।

– ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ବିଶ୍ୱାସ କରନ୍ତି ଯେ ଏଭଳି ପାଣି ପିଇବା ଦ୍ୱାରା ମୋଟାପଣ ମଧ୍ୟ ଧୀରେ ଧୀରେ କମିବା ଆରମ୍ଭ କରେ ।

– ବ୍ରଶ୍ ନକରି ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ, ଏସିଡିଟି ଭଳି ପେଟ ସମସ୍ୟା ମଧ୍ୟ ଭଲ ହୋଇଥାଏ ।

Get real time updates directly on you device, subscribe now.