fbpx

Sixer King ରୋହିତ ଶର୍ମା: ଟି-୨୦ ଫର୍ମାଟରେ ହାସଲ କଲେ ୫୦୦ ଛକା, ପ୍ରଥମ ଏସିଆନ୍ କ୍ରିକେଟର

ମୁମ୍ବାଇ: ୱାଙ୍ଖେଡ଼େ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯାଉଛି ହାଇ ଭୋଲଟେଜ ମ୍ୟାଚ । ଚେନ୍ନାଇ ବିପକ୍ଷ ଏହି ମ୍ୟାଚର ପ୍ରଥମ ଇନିଂସରେ ଋତୁରାଜ ଏବଂ ଶିବମ ଦୁବେଙ୍କ ସହ ଭିଣ୍ଟେଜ ମାହିଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ତେବେ ଦ୍ୱିତୀୟ ଇନିଂସରେ ମୁମ୍ବାଇ ତରଫରୁ ହିଟମ୍ୟାନ ଶୋ’ ଦେଖାଇଛନ୍ତି ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମା । ଏହି ମ୍ୟାଚରେ ଏକ ବିଶାଳ ରେକର୍ଡ ହାସଲ କରିବାରେ ସଫଳ ହୋଇଛନ୍ତି ରୋହିତ ।

ଚେନ୍ନାଇ ବିପକ୍ଷ ଏହି ମ୍ୟାଚରେ ଛକା ମାରିବାରେ ଏକ ବୃହତ୍ ରେକର୍ଡ ନିଜ ନାମରେ କରିଛନ୍ତି । ଟି-୨୦ କ୍ରିକେଟ ଇତିହାସରେ ଭାରତର ତଥା ଏସିଆର ପ୍ରଥମ ଖେଳାଳି ଭାବରେ ୫୦୦ ଛକା ମାରିଛନ୍ତି ରୋହିତ ଶର୍ମା । ଚେନ୍ନାଇ ବିପକ୍ଷ ମ୍ୟାଚ ପୂର୍ବରୁ ରୋହିତ ଏହି ଫର୍ମାଟରେ ୪୯୭ଟି ଛକା ମାରିଥିବା ବେଳେ ଏହି ମ୍ୟାଚର ତୃତୀୟ ଛକା ତାଙ୍କୁ ଏହି ରେକର୍ଡର ସମକକ୍ଷ କରିଛନ୍ତି । ଚେନ୍ନାଇର ଷ୍ଟାର ବୋଲର ରବିନ୍ଦ୍ର ଜାଡେଜା, ତୁଷାର ଦେଶପାଣ୍ଡେ ଏବଂ ମୁସ୍ତାପିଜୁର ରହମାନଙ୍କ ବଲରେ ଛକା ମାରି ରୋହିତ ଏହି ରେକର୍ଡ ନିଜ ନାମରେ କରିଛନ୍ତି ।

ରୋହିତଙ୍କ ପୂର୍ବରୁ ୱେଷ୍ଟ ଇଣ୍ଡିଜର ପୂର୍ବତନ କ୍ରିକେଟର କ୍ରିସ ଗେଲ୍, କାଏରନ୍ ପୋଲାର୍ଡ, ଆନ୍ଦ୍ରେ ରସେଲ ଏହି ରେକର୍ଡ ହାସଲ କରିସାରିଛନ୍ତି । ଏହାପରେ ନ୍ୟୁଜିଲାଣ୍ଡ ଷ୍ଟାର ଅଲରାଉଣ୍ଡର କଲିନ୍ ମୁନରୋ ମଧ୍ୟ ଟି-୨୦ କ୍ରିକେଟରେ ୫୦୦ରୁ ଅଧିକ ଛକା ମାରିବାରେ ଏହି ତାଲିକାରେ ସାମିଲ ଅଛନ୍ତି । ତେବେ ଗେଲ୍ ସର୍ବାଧିକ ୧୦୫୬ ଛକା ମାରିଥିବା ବେଳେ ପୋଲାର୍ଡ ୮୬୦, ରସେଲ ୬୭୮ ଏବଂ ମୁନରୋ ୫୪୮ ଛକା ମାରିଛନ୍ତି । ରୋହିତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ଖେଳାଳି(ଏସିଆର ପ୍ରଥମ) ଭାବରେ ୫୦୦ ଛକା ମାରି ଏହି ତାଲିକାରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.