fbpx

ମଣିଷର ଆୟୁଷ ବଢ଼ାଇଥାଏ କଳାଅଣ୍ଡା, ଜାଣନ୍ତୁ ମିଳେ କେଉଁଠି ?

ସାଧାରଣତଃ ଅଣ୍ଡାର ରଙ୍ଗ ଧଳା କିମ୍ବା ବାଦାମୀ ରଙ୍ଗର ହୋଇଥାଏ । କିନ୍ତୁ କଳା ରଙ୍ଗର ଅଣ୍ଡା ଯେ ଥାଇପାରେ ଏକଥା ଅନେକଙ୍କୁ ଅଜଣା । ଏବେ ଜାପାନରେ କଳା ରଙ୍ଗର ଅଣ୍ଡା ଦେଖିବାକୁ ମିଳୁଛି, ଯାହାକୁ ଖାଇଲେ ଆୟୁଷ ବଢିଥାଏ ବୋଲି ସେଠାକାର ଲୋକଙ୍କ ଧାରଣା ।

ଜାପାନର ମାଉଣ୍ଟ ହୋକେନ୍‌ରେ ରହିଛି ଓବାକୁଦାନୀ ନାମକ ଏକ ବଏଲିଂ ସେଣ୍ଟର । ବହୁ ବର୍ଷ ପୂର୍ବେ ଏହି ସହରର କିଛି ଦୂରରେ ଆଗ୍ନେୟଗିରିରେ ଲାଭା ଉଦ୍‌ଗିରଣ ପରେ ବଦଳି ଯାଇଥିଲା ଆଖପାଖ ଅଞ୍ଚଳର ସ୍ଥିତି ।

ସେତେବେଳେ ଅଗ୍ନି ଉଦ୍‌ଗିରଣ ଯୋଗୁ ଛୋଟବଡ଼ ଉଷ୍ମ ପ୍ରସବଣ ଭଳି ପୁସ୍କରିଣୀ ସୃଷ୍ଟି ହୋଇଥିଲା । ତେବେ ଏଠାକାର ସ୍ଥାନୀୟ ଅଧିବାସୀମାନେ ଏହି ଫୁଟନ୍ତା ପାଣିରେ ସାଧାରଣ ଅଣ୍ଡାକୁ ସିଝାଇଥାନ୍ତି, ଯାହା ସିଝିଗଲେ କଳା ରଙ୍ଗରେ ପରିଣତ ହୋଇଯାଏ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିଶ୍ୱାସ ଅଛି ଯେ, ଏହି ପାଣିରେ ସିଝା ଯାଇଥିବା ଅଣ୍ଡାକୁ ଖାଇଲେ ଲୋକଙ୍କ ଆୟୁଷ ବଢିଯାଏ । ବାସ୍ତବରେ, ଏହି ପାଣିରେ ପ୍ରଚୁର ମାତ୍ରାରେ ସଲ୍ଫର ଭଳି କୃତ୍ରିମ ରାସାୟନିକ ପଦାର୍ଥ ଅଧିକ ମାତ୍ରାରେ ରହିଥାଏ । ଏହି ପାଣିରେ ଅଣ୍ଡା ଶିଝାଇଲେ ଅଣ୍ଡାର ଖୋଳପା କଳା ପଡ଼ିଯାଇଥାଏ । ଏହାସହିତ ଅଣ୍ଡାର ସ୍ୱାଦ ବି ବଦଳିଯାଏ ।

Get real time updates directly on you device, subscribe now.