fbpx

ଟାଇପ୍ ୨ ଡାଇବେଟିସ୍ ପାଇଁ ଲାଭଦାୟକ ଏହି ପତ୍ର, ନିୟମିତ ଚୋବାଇ ଖାଇଲେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ

ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନିୟମିତ ଜୀବନଶୈଳୀ ଏବଂ ଅସନ୍ତୁଳିତ ଖାଦ୍ୟପେୟ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନିମନ୍ତ୍ରଣ ଦେଉଛି । ଏମିତିରେ ଡାଇବେଟିସ୍ ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହି ରୋଗରେ ପୀଡ଼ିତ । ଏହି ରୋଗରେ ରକ୍ତ ସର୍କରା ସ୍ତର ଅନିୟନ୍ତ୍ରିତ ରହିଲେ ଆଖି, ହାର୍ଟ, କିଡ଼ନୀ, ତ୍ୱଚା ଇତ୍ୟାଦିକୁ ପ୍ରଭାବିତ କରିଥାଏ । ଫଳରେ ଆପଣଙ୍କ ଦୈନନ୍ଦିନ ଜୀବନକୁ ଭଲରେ ଏନଜୟ କରିପାରନ୍ତି ନାହିଁ । ଡାଇବେଟିସକୁ ନିୟନ୍ତ୍ରଣ କରିବା ପାଇଁ କିଛି ଔଷଧୀୟ ପତ୍ର ଲାଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ପତ୍ରରର ସେବନ କରିବା ଦ୍ୱାରା ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ ।

୧. ନିମ ପତ୍ର: କଥାରେ ଅଛି ପିତା ଦେହକୁ ହିତା । ଡାଇବେଟିସ୍ ପାଇଁ ନିମ ପତ୍ର ଅତ୍ୟନ୍ତ ଲାଭକାରୀ । ନିୟମିତ କିଛି ନିମ ପତ୍ରର ସେବନ କରିବା ଦ୍ୱାରା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ । ଏହା ଉଚ୍ଚ ରକ୍ତଚାପ ଏବଂ କଲେଷ୍ଟ୍ରୋଲ ଥିବା ରୋଗୀଙ୍କ ପାଇଁ ଉତ୍ତମ ଅଟେ । କିନ୍ତୁ ଅଧିକ ମାତ୍ରାରେ ନିମ ପତ୍ରର ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

୨. ଆମ୍ବ ପତ୍ର: ପ୍ରୋଟିନ୍‌, ଭିଟାମିନ୍ ଏବଂ ଫାଇବରରେ ଭରପୁର ଆମ୍ବ ପତ୍ର । ଏହା ଉଚ୍ଚ ରକ୍ତଶର୍କରା ଏବଂ ଉଚ୍ଚ କଲେଷ୍ଟ୍ରୋଲ ସ୍ତର ଥିବା ରୋଗୀଙ୍କ ପାଇଁ ଉତ୍ତମ ଅଟେ । କିଛି ଆମ୍ବ ପତ୍ରକୁୁ ପାଣିରେ ଫୁଟାଇ ରାତିସାରା ସେମିତି ବାହାରେ ଢ଼ାଙ୍କି ରଖନ୍ତୁ । ତା’ ପର ଦିନ ସକାଳେ ଏହାକୁ ଛାଣି ପିଇ ପାରିବେ ।

୩. ଅଶ୍ୱଗନ୍ଧା ପତ୍ର: ଆୟୁର୍ବେଦିକ ଚିକିତ୍ସାରେ ବ୍ୟବହୃତ ହେଉଥିବା ଲୋକପ୍ରିୟ ଚେର ମୂଳି ଏବଂ ଭାରତୀୟ ଜିନସେଙ୍ଗ ନାଁରେ ପରିଚିତ ଅଶ୍ୱଗନ୍ଧା । ବିଶେଷ କରି ଟାଇପ୍ ୨ ଡାଇବେଟିସ୍ ପାଇଁ ଏହ ଲାଭଦାୟକ ଅଟେ । ଅଶ୍ୱଗନ୍ଧାର ପତ୍ର ବ୍ୟବହାର କରିବା ପାଇଁ ଚାହୁଁଥିଲେ ପ୍ରଥମେ ଖରାରେ ଭଲ ଭାବରେ ଶୁଖାଇ ପରେ ଗୁଣ୍ଡ କରନ୍ତୁ । ଉଷୁମ ପାଣିରେ କିଛି ଗୁଣ୍ଡ ମିଶାଇ ସେବନ କରିପାରିବେ ।

୪. ଭୃଶଙ୍ଗ ପତ୍ର: ଫାଇବରରେ ଭରପୁର ଭୃଶଙ୍ଗ ପତ୍ର ଡାଇବେଟିସ୍ ରୋଗୀଙ୍କ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ । ଭୃଶଙ୍ଗ ପତ୍ରରେ ଥିବା ଫାଇବର ପାଚନ ପ୍ରକ୍ରିୟାକୁ ମନ୍ଥର କରିଥାଏ । ନିୟମିତ ସକାଳେ ଭୃଶଙ୍ଗ ପତ୍ର ଚୋବାଇବା ଦ୍ୱାରା ଇନସୁଲିନର କାର୍ଯ୍ୟକ୍ଷମତା ବୃଦ୍ଧି ପାଇଥାଏ ।

୫. ମେଥି ପତ୍ର: ଆୟୁର୍ବେଦିକ ଗୁଣରେ ଭରପୁର ମେଥି ପତ୍ର । ଏହାର ସେବନ କରିବା ଦ୍ୱାରା ଉଚ୍ଚ ରକ୍ତ ଶର୍କରା ସ୍ତର ହ୍ରାସ ହୋଇଥାଏ । ମେଥି ପତ୍ରର ସେବନ ଗ୍ଲୁକୋଜକୁ ନିୟନ୍ତ୍ରିତ କରିବାରେ ମଧ୍ୟ ସହାୟକ ହୋଇଥାଏ ।

Get real time updates directly on you device, subscribe now.