fbpx

ଅର୍ଥିକ ସଂକଟ ସମୟରେ Credit Scoreକୁ ଖରାପ ହେବାକୁ ଦିଅନ୍ତୁ ନାହିଁ, ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଅନିଶ୍ଚିତତା ମଧ୍ୟରେ ଗତି କରିଥାଏ ଜୀବନ । ଜୀବନରେ କେତେବେଳ କ’ଣ ହେବ କେହି କିଛି କହିପାରିବେ ନାହିଁ । କେତେବେଳେ ହଠାତ ରୋଗ, ଦୁର୍ଘଟଣା ତ ପୁଣି କେତେବେଳେ ଆର୍ଥିକ ସଂକଟ ଦେଇ ବ୍ୟକ୍ତିକୁ ଗତି କରିବାକୁ ପଡ଼ିଥାଏ । ସେଥିପାଇଁ ଜୀବନର ସଂକଟରୁ ବର୍ତ୍ତିବା ପାଇଁ ବ୍ୟକ୍ତି ସ୍ୱାସ୍ଥ୍ୟ, ଘର, ଗାଡ଼ି ଭଳି ବିଭିନ୍ନ ଇନସ୍ୟୁରାନ୍ସ କରିଥାଏ । ଆଉ ଏଥିପାଇଁ ବ୍ୟାଙ୍କ ଆକାଉଣ୍ଟର ସ୍ଥିତି ମଜବୁତ ରଖିବା ଉଚିତ । ବିଶେଷ କରି ଆପଣଙ୍କ Credit Score ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ଆସନ୍ତୁ ଜଣିବା କେଉଁ ସବୁି ଟିପ୍ସ ଆପଣାଇବା ଦ୍ୱାରା ଆମେ Credit Score କୁ ଖରାପ ହେବାରୁ ରକ୍ଷା କରିପାରିବା ।

୧. Credit କାର୍ଡ଼ର ସର୍ବନିମ୍ନ ଦେୟ ଦିଅନ୍ତୁ: କ୍ରେଡିଟ୍ କାର୍ଡ଼ରେ ୨ଟି ରାଶି ଥାଏ- ଗୋଟିଏ ପୂର୍ଣ୍ଣ ବିଲ ଏବଂ ଦ୍ୱିତୀୟ ସର୍ବନିମ୍ନ ବିଲ୍ । ଆର୍ଥିକ ସଂକଟ ସମୟରେ ଅତିକମରେ କ୍ରେଡିଟ୍ କାର୍ଡ଼ର ସର୍ବନିମ୍ନ ବିଲ୍ ପେମେଣ୍ଟ କରିବା ପାଇଁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କ କ୍ରେଡିଟ୍ ସ୍କୋରକୁ ବଜାୟ ରଖିଥାଏ ଏବଂ ଆପଣ ଲେଟ୍ ଫିରୁ ବର୍ତ୍ତି ପାରିବେ ।

୨. ବାରମ୍ବାର ଋଣ ପାଇଁ ଆବେଦନ କରନ୍ତୁ ନାହିଁ: ଅଧିକାଂଶ ସମୟରେ ଦେଖାଯାଏ ଯେ ଆର୍ଥିକ ସଙ୍କଟରୁ ବର୍ତ୍ତିବା ପାଇଁ ଅନେକ ବ୍ୟକ୍ତି ବାରମ୍ବାର ଋଣ ପାଇଁ ଆବେଦନ କରିଥାନ୍ତି । ଏପରି କରିବା ଠାରୁ ଦୂରେଇ ରୁହନ୍ତୁ । ଆପଣ ଯେତେଥର ବ୍ୟାଙ୍କ ଏବଂ NBFC କମ୍ପାନୀ ଠାରୁ ଋଣ ପାଇଁ ଆବେଦନ କରିବେ ବ୍ୟାଙ୍କ ଆପଣଙ୍କ କ୍ରେଡିଟ୍ ରିପୋର୍ଟ ବାହାର କରିଥାଏ । ଏହା ଦ୍ୱାରା ଆପଣଙ୍କ କ୍ରେଡିଟ୍ ସ୍କୋର ହ୍ରାସ ହୋଇଥାଏ ।

୩. ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ: ଆପଣ ଆର୍ଥିକ ସଂକଟର ସାମ୍ନା କରୁଥିଲେ ଏହାର ସୂଚନା ଋଣ ଦେଉଥିବା କମ୍ପାନୀକୁ ଦିଅନ୍ତୁ । ଏଭଳି କମ୍ପାନୀ ଆପଣଙ୍କୁ ସହଯୋଗ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥା’ନ୍ତି । ଏଥିରେ ଆପଣ କିଛି ମାସ ପାଇଁ କିସ୍ତି ଦେୟରୁ ମଧ୍ୟ ମୁକ୍ତି ପାଇ ପାରିବେ ।

୪. ପ୍ରଥମେ ଆବଶ୍ୟକୀୟ ପେମେଣ୍ଟ କରନ୍ତୁ: ଆର୍ଥିକ ସଂକଟ ସମୟରେ ଦରମା ମିଳିଲେ ସର୍ବ ପ୍ରଥରେ ଇଏମଆଇ ଇତ୍ୟାଦି ଭଳି ଆବଶ୍ୟକୀୟ ଦେୟ ପୂରା କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଉପରେ ଲେଟ୍ ଫି ଲାଗୁ ହେବ ନାହିଁ । ଯେତେଦୂର ସମ୍ଭର ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.