fbpx

ସୂର୍ଯ୍ୟ ଯେଉଁ ଦିଗରେ ଥିବେ, ସେହି ଦିଗକୁ ଚାହିଁ ରହିଥାଏ ସୂର୍ଯ୍ୟମୁଖୀ ଫୁଲ: ଏହା ପଛର କାରଣ କ’ଣ, କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ସୂର୍ଯ୍ୟ ଯେଉଁ ଦିଗରେ ରହିଥାନ୍ତି ସେହି ଦିଗକୁ ସର୍ବଦା ଚାହିଁ ରହିଥାଏ ସୂର୍ଯ୍ୟମୁଖୀ ଫୁଲ । ଏହା ପଛର ସତ୍ୟତା ଆପଣମାନେ ଜାଣନ୍ତି କି? ଏନେଇ କିଛି ପୌରାଣିକ ଲୋକକଥା ଶୁଣାଯାଇଥାଏ । ମାତ୍ର ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି । ଆପଣମାନେ ଏ ଧରିତ୍ରୀ ବକ୍ଷରେ ଅନେକ ଫୁଲ ଦେଖିଥିବେ, ମାତ୍ର ସୂର୍ଯ୍ୟମୁଖୀ ହେଉଛି ଏକମାତ୍ର ଫୁଲ ଯିଏକି ସୂର୍ଯ୍ୟଙ୍କ ଆଡ଼କୁ ଚାହିଁ ରହିଥାଏ ।

ସୂର୍ଯ୍ୟମୁଖୀ ଫୁଲ ସାଧାରଣଭାବେ ଥଣ୍ଡା ସିଜିନ ଅପେକ୍ଷା ଗରମ ସିଜିନରେ ଅଧିକ ସକ୍ରିୟ ରହିଥାଏ । ଯେଉଁ ଅଞ୍ଚଳମାନଙ୍କରେ ୬ ଘଣ୍ଟାରୁ ଅଧିକ ସମୟ ଖରା ରହିଥାଏ, ସେଠାରେ ସୂର୍ଯ୍ୟମୁଖୀର ଅଧିକ ବିକାଶ ଘଟିଥାଏ । ଅଧିକ ଗରମ ଓ ଉତ୍ତାପ ପାଇବା ଫଳରେ ଏହି ସୂର୍ଯ୍ୟମୁଖୀ ଗଛ ଭଲଭାବେ ବଢ଼ିପାରିଥାଏ । ସୂର୍ଯ୍ୟ ସକାଳେ ପୂର୍ବ ଦିଗରେ ଉଦୟ ହେବା ପରେ ଏହା ପୂର୍ବଦିଗକୁ ମୁହଁ କରିଥାଏ । ସେହିପରି ଧୀରେଧୀରେ ସନ୍ଧ୍ୟା ହେବା ସମୟରେ ଏହା ପଶ୍ଚିମ ଦିଗକୁ ସୂର୍ଯ୍ୟଙ୍କୁ ଚାହିଁ ରହିଥାଏ ।

ସୂର୍ଯ୍ୟମୁଖୀର ନୂଆ ଫୁଲଗୁଡ଼ିକ ପୁରୁଣା ଫୁଲ ଅପେକ୍ଷା ସୂର୍ଯ୍ୟଙ୍କ ଆଡ଼କୁ ଅଧିକ ମାତ୍ରାରେ ନିଜର ଗତି ବଦଳାଇଥାନ୍ତି । ଏହା ପଛର ମୁଖ୍ୟ କାରଣ ହେଛି ହେଲିଓ ଟ୍ରାପିଜ୍ମ । ବୈଜ୍ଞାନିକଙ୍କ ମତରେ, ହେଲିଓ ଟ୍ରାପିଜ୍ମ କାଣଣରୁ ଏପରି ହୋଇଥାଏ । ଏହି ପ୍ରକ୍ରିୟାରେ ସୂର୍ଯ୍ୟମୁଖୀ ଫୁଲ ସୂର୍ଯ୍ୟଙ୍କ ଆଡ଼କୁ ମୁହଁ କରିଥାଏ । ରିସର୍ଚ୍ଚରୁ ଜଣାପଡ଼ିଛି, ମଣିଷ ଶରୀରରେ ବାୟୋଲୋଜିକାଲ କ୍ଲକ ରହିଥାଏ ।

ସେହିପରି ସୂର୍ଯ୍ୟମୁଖୀ ଫୁଲ ମଧ୍ୟରେ ଏକ ଖାସ୍ ବ୍ୟବସ୍ଥା ରହିଥାଏ, ତାହାକୁ ହେଲିଓ ଟ୍ରାପିଜ୍ମ କୁହାଯାଏ । ତାହା ସୂର୍ଯ୍ୟଙ୍କ କିରଣକୁ ଡିଟେକ୍ଟ କରି ଫୁଲର ଗତିପଥକୁ ମୋଡ଼ିବାରେ ପ୍ରେରିତ କରିଥାଏ । ସୂର୍ଯ୍ୟମୁଖୀ ଫୁଲ ରାତି ସମୟରେ ଆରାମ କରିଥାଏ ଓ ଦିନବେଳା ସୂର୍ଯ୍ୟ ରଶ୍ମୀ ପାଇବାକୁ ଆକ୍ଟିଭ୍ ହୋଇଥାଏ । ସୂର୍ଯ୍ୟରଶ୍ମୀ ଯେତେଯେତେ ତେଜ ହୁଏ ଫୁଲଗୁଡ଼ିକ ସେହି ମାତ୍ରାରେ ଆକ୍ଟିଭ୍ ହୋଇଥାନ୍ତି । ଏହି ସମସ୍ତ ପ୍ରକ୍ରିୟା ହେଲିଓ ଟ୍ରାପିଜ୍ମ କାରଣରୁ ସମ୍ଭବ ହୋଇଥାଏ ।

Get real time updates directly on you device, subscribe now.