fbpx
BJD SKY
BJD SKY

ଟମାଟୋ ଦାମ୍ ୧୦୦ ଟପିବାର କାରଣ କ’ଣ: ପ୍ରତିବର୍ଷ ବର୍ଷା ଦିନେ ଟମାଟୋ ମହଙ୍ଗା ହେଉଛି କାହିଁକି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ଏବେ ଟମାଟୋ ମୂଲ୍ୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ପୂର୍ବରୁ ଟମାଟୋ କିଲୋ ୨୦-୩୦ ଟଙ୍କା ରହିଥିବା ବେଳେ ଏବେ ତାହା ସେଞ୍ଚୁରୀ ମାରିଛି । ଦେଶର ବିଭିନ୍ନ ରାଜ୍ୟର ଟମାଟୋ କିଲୋ ୧୦୦ ଟପିଥିବା ଦେଖାଯାଇଛି । ବର୍ଷା ପୂର୍ବରୁ ଟମାଟୋ କେଜି ୫୦-୭୦ ଟଙ୍କା ରହିଥିବା ବେଳେ ଦୁଇ ତିନି ଦିନ ମଧ୍ୟରେ ଅଚାନକ ଉଚ୍ଚ ଦରରେ ପହଞ୍ଚି ଯାଇଛି ।

ନିମ୍ନ ମଧ୍ୟବତ୍ତ ଶ୍ରେଣୀର ଜଣେ ଲୋକ ୧୦୦ ଟଙ୍କା ଦେଇ ଟମାଟୋ ଖାଇବା ଅପେକ୍ଷା ନ ଖାଇବା ଅଧିକ ଭଲ । ଏପରି ସ୍ଥିତିରେ ସମ୍ପୃକ୍ତ ବ୍ୟକ୍ତି ୧୦୦ ଟଙ୍କାରେ ୪-୫ କେଜିର ଅନ୍ୟ ଶସ୍ତା ପରିବା କିଣି ପାରିବେ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଟମାଟୋ ଦର ବଢ଼ୁଛି କାହିଁକି? ଏହା ପଛରେ କ’ଣ ରହିଛି କାରଣ? ଭୀଷଣ ବର୍ଷା ହେବା କାରଣରୁ ଟମାଟୋ ଦର ବୃଦ୍ଧି ପାଇଥିବା କୁହାଯାଉଛି । ଛତିଶଗଡ଼ର ରାଜଧାନୀ ରାୟପୁରରେ ଏବେ ଟମାଟୋର ସର୍ବନିମ୍ନ ମୂଲ୍ୟ ୮୦ ରହିଥିବା ବେଳେ ସର୍ବାଧିକ ମୂଲ୍ୟ ୧୩୦ ଟଙ୍କା ରହିଛି ।

ତେବେ ସାଂପ୍ରତିକୁ ପରିସ୍ଥିତି ଉପରେ ନଜର ପକାଇଲେ ଜଣାପଡ଼ୁଛି, ଚଳିତ ସପ୍ତାହରେ ଏହି ଦାମ୍ ହ୍ରାସ ପାଇ ନପାରେ । ଟମାଟୋର ଏପରି ସ୍ଥିତିକୁ ନେଇ ଉଭୟ ଚାଷୀ ଓ ଗ୍ରାହକ ହରଡ଼ଘଣାରେ ପଡ଼ିଯାଇଛନ୍ତି । ଟମାଟୋର ଦାମ୍ ଆକାଶଛୁଆଁ ହୋଇଥିଲେ ହେଁ ଚାଷୀଙ୍କ ହାତ ଖାଲି ରହିଥିବା ଦେଖାଯାଉଛି । ତେଣୁ ଏହାର ଲାଭ କିଏ ଉଠାଉଛି ତାହା ଏବେ ବଡ଼ ପ୍ରଶ୍ନ । ଟମାଟୋ କ୍ରାଇସିର ସମାଧାନର ସୂତ୍ର କ’ଣ? ପ୍ରତିବର୍ଷ ଟମାଟୋ ମୂଲ୍ୟ ବୃଦ୍ଧି ପାଉଥିବା ଦେଖାଯାଉଛି ।

ଗତ ମେ ମାସରେ ଟମାଟୋ କିଲୋ ୫ ଟଙ୍କାରୁ କମ୍ ରହିଥିବା କାରଣରୁ କୃଷକମାନେ ପରିବା ଫୋପାଡ଼ିବାକୁ ବି ପଛାଉ ନଥିଲେ । ମାତ୍ର ମହଙ୍ଗା ଏପରି ହୋଇଛି ଯେ ଏବେ କେଜି ପିଛା ୧୨୦ ଟଙ୍କାରେ ପହଞ୍ଚି ଯାଇଛି । ଚୀନ ପରେ ବିଶ୍ୱରେ ଭାରତ ଦ୍ୱିତୀୟ ସର୍ବବୃହତ ଉତ୍ପାଦନକାରୀ ଦେଶ । ଭାରତ ପ୍ରତି ବର୍ଷ ଦୁଇ କୋଟି ଟନ ଟମାଟୋ ଉତ୍ପାଦନ କରୁଥିବା ବେଳେ ଗତବର୍ଷ ୮୯ ହଜାର ଟଙ୍କା ରପ୍ତାନୀ କରିଥିଲା । ଦେଶରେ ଟମାଟୋ ପ୍ରଚୁର ଉତ୍ପାଦନ ହେଉଛି । ଏହାପରେ ବି ଟମାଟୋ ବହୁତ ମହଙ୍ଗା ହେଉଛି । ତେବେ ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ଫସଲ ଖରାପ ହେବା କାରଣରୁ ଟମାଟୋ ମହଙ୍ଗା ହୋଇଥିବା କିଛି ରାଜ୍ୟର ଦୋକାନୀ ଓ ବେପାରୀମାନେ ମତ ଦେଇଛନ୍ତି ।

ଦିଲ୍ଲୀର ମଣ୍ଡୀ ହିମାଚଳର ଟମାଟୋ ମଣ୍ଡି ଉପରେ ନିର୍ଭରଶୀଳ ଥିବାବେଳେ ସେଠାରେ ଫସଲ ୩ ପ୍ରତିଶତ କମ୍ ହୋଇଥିଲା, ଫଳରେ ଦାମ୍ ବଢ଼ିଥିଲା । ବେଙ୍ଗାଲୁରୁରୁ ଆସୁଥିବା ଟମାଟୋ ସଢ଼ିଯାଇ ଥିବାରୁ ତାହା ମହଙ୍ଗା ହୋଇଥିବା ୟୁପିର ଦୋକାନୀ କହିଛନ୍ତି । ରାଜସ୍ଥାନରେ ଟମାଟୋ ବହୁତ ନଷ୍ଟ ହୋଇଛି । ତୋଫାନ ଫଳରେ ଗଛ ନଷ୍ଟ ହୋଇଯାଇଥିଲା । ତେଣୁ ବେଙ୍ଗାଲୁରୁରୁ ଟମାଟୋ ଆସୁଥିବାରୁ ଭଡ଼ା କାରଣରୁ ତାହା ମହଙ୍ଗା ହୋଇଛି । ବେଙ୍ଗାଲୁରୁରୁ କମ୍ ମାଲ ଆସୁଥିବାରୁ ମାଲ ନାସିକରୁ ଅଣାଯାଉଛି । ତେଣୁ ଚାହିଦା ଅଧିକ ହୋଇଥିବା ଅହମ୍ମଦାବାଦର ବେପାରୀ କହିଛନ୍ତି । ଲୋକାଲ ଟମାଟୋ ସରିଯାଇ ଥିବାରୁ ମାଲ ମହାରାଷ୍ଟ୍ରରୁ ଆସୁଛି । ସେଥିପାଇଁ ବସ୍ ଭଡ଼ା ଲାଗୁଥିବା ଇନ୍ଦୋରର ବେପାରୀ କହିଛନ୍ତି । ସେହିପରି ବର୍ଷା ଓ ଗରମ କାରଣରୁ ଦାମ୍ ବଢ଼ୁଥିବା ଚଣ୍ଡିଗଡ଼ର ବେପାରୀ କହିଛନ୍ତି ।

ତେବେ ମୌସୁମୀ ସମୟରେ କିଛି ବେପାରୀ କଳାବଜାରୀ କରୁଛନ୍ତି । କିଛି ମାଫିଆ ୟୁନିୟନ କରି ଟ୍ରକ ଲଗାଇ ମନଇଚ୍ଛା ବିକ୍ରି କରୁଛନ୍ତି । ଗତ ୩ ବର୍ଷ ମଧ୍ୟରେ ବର୍ଷା ସମୟରେ ଟମାଟୋର ଦାମ୍ ବୃଦ୍ଧି ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ୨୦୨୨ ମସିହା ଜୁନରେ ଟମାଟୋ କେଜି ୬୦-୭୦ ଟଙ୍କା, ୨୦୨୧ରେ ୧୦୦ ଟଙ୍କା ଓ ୨୦୦ରେ ୭୦-୮୦୯ ଟଙ୍କା ରହିଥିଲା ବୋଲି ପାଟନାର ଜଣେ ବେପାରୀ କହିଛନ୍ତି ।

Get real time updates directly on you device, subscribe now.