fbpx
BSKY SKY
BSKY SKY

ବାରବାଟୀରେ କାହିଁକି ହେବନି ବିଶ୍ୱକପ୍ ମ୍ୟାଚ: BCCI ଓ ICCକୁ ସିଧାସଳଖ ସ୍ପଷ୍ଟିକରଣ ମାଗିଲେ ଓଡ଼ିଶାର କ୍ରୀଡ଼ାପ୍ରେମୀ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବିଶ୍ୱକପ ୨୦୨୩ କ୍ରିକେଟ ପାଇଁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀ ଏବେ ଉତ୍ସାହିତ ହୋଇପଡ଼ିଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଭାରତ ବିଶ୍ୱକପର ସମସ୍ତ ମ୍ୟାଚ ଆୟୋଜନ କରୁଛି । ତେଣୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମ୍ୟାଚ ପରିଚାଳନା, ଖେଳାଳିଙ୍କ ରହଣି ଆଦି ବିଭିନ୍ନ ପ୍ରସ୍ତୁତିରେ ବ୍ୟସ୍ତ ରହିଛି । ଏଥର ୧୦ଟି ଭେନ୍ୟୁରେ ବିଶ୍ୱକପର ମ୍ୟାଚ ଆୟୋଜିତ ହେବା ନେଇ ସ୍ଥିର ହୋଇଥିବା ବେଳେ ଅଭ୍ୟାସ ପାଇଁ ଆଉ ୨ଟି ଭେନ୍ୟୁ ରଖାଯାଇଛି ।

ତେବେ ୨୦୨୩ର ବିଶ୍ୱକପ ଭେନ୍ୟୁ ଚୟନକୁ ନେଇ ଓଡ଼ିଶାର କ୍ରୀଡ଼ାପ୍ରେମୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏଥର କଟକର ବାରବାଟୀ ଷ୍ଟାଡିୟମକୁ ବିଶ୍ୱକପରେ ସାମିଲ କରାଯାଇ ନଥିବାରୁ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି । ହକି ବିଶ୍ୱକପ ସମୟରେ ରାଜ୍ୟର ରାଜଧାନୀ ଯେପରି ଝଲସି ଉଠିଥିଲା, କ୍ରିକେଟ ବିଶ୍ୱକପ ସମୟରେ ସେଭଳି ସୌଭାଗ୍ୟରୁ ବଞ୍ଚିତ ହେବେ ରାଜ୍ୟବାସୀ ।

ତେବେ ବାରବାଟୀକୁ ବିଶ୍ୱକପରେ ସାମିଲ କରାନଯିବା ନେଇ ରାଜ୍ୟର ଅନେକ କ୍ରୀଡ଼ାପ୍ରେମୀ ସିଧାସଳଖ ବିସିସିଆଇ ଓ ଆଇସିସିକୁ ଟ୍ୱିଟ୍ କରି ସ୍ପଷ୍ଟିକରଣ ମାଗିଛନ୍ତି । ଲୋ’ ସ୍କୋରିଂ କାରଣରୁ ବାରବାଟୀ ଭେନ୍ୟୁ ତାଲିକାରୁ ବାଦ୍ ପଡ଼ିଥିବା ଅନେକ କହୁଛନ୍ତି । ମାତ୍ର ଏହା ଏକ ଯୁକ୍ତିଯୁକ୍ତି କାରଣ ନୁହେଁ ବୋଲି କୁହାଯାଉଛି । ପୂର୍ବରୁ ବାରବାଟୀରେ ଅନୁଷ୍ଠିତ ହୋଇଥିବା ମ୍ୟାଚରେ ହାଇ ସ୍କୋରିଂ ହୋଇଥିଲା । ତେବେ ଏ ବାବଦରେ ଓଡ଼ିଶା କ୍ରିକେଟ ଆକାଡେମୀ (ଓସିଏ) ବିସିସିଆଇ ସହିତ ବିବିଧିବଦ୍ଧ ଭବେ ଆଲୋଚନା କରିନଥିବା କୁହାଯାଉଛି । ଶେଷଥର ପାଇଁ ୨୦୧୯ରେ ବାରବାଟୀରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥର ରାଜ୍ୟର କ୍ରୀଡ଼ାପ୍ରେମୀ କେବଳ ଟିଭି ପରଦାରେ ଚଉକା, ଛକାର ମଜା ଉଠାଇବେ ।

Get real time updates directly on you device, subscribe now.