fbpx

ସୂର୍ଯ୍ୟପରାଗ-୨୦୨୨: ଗ୍ରହଣ ସମୟରେ କାହିଁକି ଖାଇବା ଅନୁଚିତ? ଜାଣନ୍ତୁ କାରଣ…

ଆସନ୍ତା ଅକ୍ଟୋବର ୨୫ ତାରିଖରେ ପଡୁଛି ବର୍ଷର ଶେଷ ସୂର୍ଯ୍ୟପରାଗ । ହିନ୍ଦୁ ଧର୍ମ ମାନ୍ୟତାରେ, ଗ୍ରହଣ ସମୟରେ ଭୋଜନ କରିବା ନିଷେଧ ହୋଇଥାଏ । ଗ୍ରହଣ କାଳରେ ଯେଉଁ ବ୍ୟକ୍ତି ଅଧିକ ଭାତ ଖାଇଥାନ୍ତି, ତାଙ୍କର ସେତିକି ବର୍ଷ ପର୍ଯ୍ୟନ୍ତ ନର୍କ ଯନ୍ତ୍ରଣା ଭୋଗିଥାନ୍ତି ବୋଲି ଧାର୍ମିକ ପୁରାଣରେ ଉଲ୍ଲେଖ ରହିଛି । ଏହାବ୍ୟତୀତ ସୂର୍ଯ୍ୟପରାଗ କିମ୍ବା ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଖାଇବା ଦ୍ୱାରା ବିଭିନ୍ନ ଭୋଗିବାକୁ ପଡିଥାଏ । ତେବେ ଏହି ସମୟରେ କାହିଁକି ଖାଇବାକୁ ମନା ହୋଇଥାଏ, ଆସନ୍ତୁ ଜାଣିବା ।

• ହିନ୍ଦୁ ଧାର୍ମିକ ପୁରାଣରେ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗହଣ ସମୟରେ ଖାଦ୍ୟ ଖାଇବା ବାରଣ କରାଯାଇଛି । ଏହାବ୍ୟତୀତ ଗ୍ରହଣ ଲାଗିବାର କିଛି ସମୟ ପୂର୍ବରୁ ଖାଦ୍ୟ ପଦାର୍ଥରେକୁଶ କିମ୍ବା ତୁଳସୀ ପତ୍ର ପକାଇବା ସହ ଗ୍ରହଣ ପରେ ଏହାକୁ ଘର ବାହାରେ ଫିଙ୍ଗି ଦିଆଯାଇଥିଲା । ତେବେ ସ୍ନାନ କରିବା ସମୟରେ ଖାଦ୍ୟ ଖାଇବା ଉଚିତ । କାରଣ ଗ୍ରହଣ ପରେ ଯେଉଁ ଜୀବାଣୁ ବାତାବରଣରେ ରହିଥାନ୍ତି ସେମାନେ ଶରୀରରେ ରହିଯାଆନ୍ତି । ସ୍ନାନ ପରେ ଏହି ଜୀବାଣୁ ଦେହରୁ ବାହାରିବା ପରେ ଖାଦ୍ୟ ଖାଇବା ପାଇଁ କୁହାଯାଇଥାଏ ।

• ବୈଜ୍ଞାନିକ ଦୃଷ୍ଟିକୋଣରେ ମଧ୍ୟ ଏହି କଥା ସ୍ପଷ୍ଟ ହୋଇଛି । ସୂର୍ଯ୍ୟପରାଗ ସମୟରେ ବାତାବରଣରେ ଆସୁଥିବା ଅତିବାଇଗଣୀ ରଶ୍ମୀରେ ଖାଦ୍ୟ ବିଷାକ୍ତ ହୋଇଯାଇଥାଏ । ତେଣୁ କୁଶ କିମ୍ବା ତୁଳସୀପତ୍ରକୁ ଅବଧି ରୂପରେ ରଖାଯାଇଥାଏ । ନଚେତ ଅଧିକାଂଶ ଗ୍ରହଣ ସମୟରେ ଲୋକ ଉପବାସ ରହିଥାନ୍ତି ।

• ଗ୍ରହଣ ସମୟରେ ଭୋଜନ କରିବା ପାଇଁ ବାରଣ ହୋଇଥାଏ । କିନ୍ତୁ କେତେକ ପରିସ୍ଥିତିରେ କିଛି ଲୋକଙ୍କୁ ଖାଇବାକୁ ରିହାତି ଦିଆଯାଇପାରେ । ଉଦାହରଣ ସ୍ୱରୂପ, ବୃଦ୍ଧ, ଛୋଟ ପିଲା, ଗର୍ଭବତୀ ମହିଳା କିମ୍ବା ରୋଗୀମାନେ ଖାଦ୍ୟ ଗ୍ରହଣ କରିପାରିବେ । ବିଶ୍ୱାସ ଅନୁଯାୟୀ, ଯଦି ଆବଶ୍ୟକ ହୁଏ, ଏହି ସମସ୍ତ ଲୋକ ସୂର୍ଯ୍ୟଗ୍ରହଣର ଏକ ଘଣ୍ଟା ପୂର୍ବରୁ ଖାଦ୍ୟ ପାଇପାରିବେ ।

Get real time updates directly on you device, subscribe now.